• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଡିଜିଟାଲ୍ ଶିକ୍ଷା ଏବେ ବି ଅପହଞ୍ଚ। ଉପାନ୍ତରୁ ଉପକୂଳ ସବୁଠି ଏଭଳି ଅବସ୍ଥା। ସ୍କୁଲ୍ ରୂପାନ୍ତରଣ ହେଉଛି, ଫାଇଭ୍ ଟି ଅଧିନକୁ ଯାଉଛି ହେଲେ ବଦଳୁନି ପିଲାଙ୍କ ଭାଗ୍ୟ। ମୟୂରଭଞ୍ଜ ଉଦଳା ବ୍ଲକର ବଡଖମଣ ହାଇସ୍କୁଲ୍। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କମ୍ପୁଟର କିଣା ହୋଇଛି କିନ୍ତୁ ଇଣ୍ଟରନେଟ୍ ସେବା ନଥିବାରୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି। ସେପଟେ ବାଲେଶ୍ୱର ଟାଉନ୍‌ରେ ଥିବା ସରକାରୀ ସ୍କୁଲ୍ ଗୁଡିକରେ ବି ନାହିଁ ଇଣ୍ଟରନେଟ୍। ଯେଉଁଥିଲାଗି ଖୋଦ୍ ଜିଲ୍ଲାପାଳ ଇଣ୍ଟରନେଟ ବିତରଣ କମ୍ପାନୀ ଜିଏମଟିଡ଼ି ଓ ବିଏସ୍ଏନ୍ଏଲ୍‌କୁ ଚିଠି ଲେଖି ଇଣ୍ଟରନେଟ୍ ସଂଯୋଗ କରିବାକୁ ଚିଠି ଲେଖିଛନ୍ତି। ଢେଙ୍କାନାଳରେ ବି ସ୍କୁଲ୍ ପିଲା ପାଉନାହାଁନ୍ତି ଇଣ୍ଟରନେଟ୍ ସେବା। ଏପରିକି କିଛି ଅଞ୍ଚଳରେ ବିତ୍ୟୁତ ସଂଯୋଗ ହିଁ ନାହିଁ। ଜିଲ୍ଲାପାଳଙ୍କ କହିବା କଥା ପିଲାଙ୍କ ଶିକ୍ଷାଦାନ ଯେଭଳି ବାଧାପ୍ରାପ୍ତ ନହେବ ସେଥିଲାଗି ପଦକ୍ଷେପ ନିଆଯାଉଛି।

ସେପେଟେ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁଡିଆଇଏସ୍ଇ ରିପୋର୍ଟରେ ଓଡିଶାର ସରକାରୀ ସ୍କୁଲ୍‌ର ବିକଳ ଚିତ୍ର ସାମନାକୁ ଆସିଛି। ରିପୋର୍ଟ ଅନୁଯାୟୀ ମୋଟ୍ ୬୭ ହଜାର ୨୦ଟି ସ୍କୁଲ୍ରୁ ମାତ୍ର ୮ହଜାର ୬ଶହ୧୫ଟି ସ୍କୁଲ୍‌ରେ କମ୍ପୁଟର ଅଛି।  ୮୪ ପ୍ରତିଶତ ସ୍କୁଲ୍‌ରେ କମ୍ପୁଟର ନଥିବାବେଳେ ୯୭ ପ୍ରତିଶତ ସ୍କୁଲ୍‌ରେ ନାହିଁ। ଇଣ୍ଟରନେଟ୍ ସେବା ୭୩ ପ୍ରତିଶତ ସ୍କୁଲ୍‌ରେ ପାଇପ ପାଣି ଓ ୩୭ ପ୍ରତିଶତ ସ୍କୁଲ୍‌ରେ ବିଦ୍ୟୁତ ସଂଯୋଗ ନାହିଁ।

ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ୟୁଡିଆଇଏସ୍ଇ ରିପୋର୍ଟର ତଥ୍ୟରୁ ସ୍ପଷ୍ଟ ଯେ ଦୁର୍ବଳ ଭିତ୍ତିଭୂମି ଯୋଗୁ ଡ୍ରପ ଆଉଟ୍ ବଢୁଛି ଯାହାକୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି। ସେପଟେ ଶିକ୍ଷାବିତଙ୍କ ମତରେ ଯୁଗ ସହ ପାଦଦେଇ ପିଲାଙ୍କୁ ଦକ୍ଷ କରିବାକୁ ହେଲେ ଡିଜିଟାଲ୍ ଶିକ୍ଷାକୁ ସରକାର ଉପଲବ୍ଧ କରାନ୍ତୁ।

କେଉଁଠି କମ୍ପୁଟର ଥିଲେ ବିଦ୍ୟୁତ ନାହିଁ ତ ଆଉ କେଉଁଠି ଇଣ୍ଟରନେଟ୍ ନାହିଁ। ଅଧିକାଂଶ ସ୍କୁଲ୍‌ରେ ତ ଡିଜିଟାଲ୍ ଶିକ୍ଷା ଆଦୌ ପହଞ୍ଚିପାରିନି। ସରକାରୀ ସ୍ତରରେ ସ୍କୁଲ୍ ବିକାଶ ଲାଗି ଯୋଜନା ପରେ ଯୋଜନା ହେଉଛି ମାତ୍ର ଏହାର ସୁଫଳ କେତେ ପିଲା ପାଉଛନ୍ତି ତାହା ୟୁଡିଆଇଏସ୍ଇ ରିପୋର୍ଟରୁ ସ୍ପଷ୍ଟ ଜଣାପଡିଯାଉଛି। 

ରିପୋର୍ଟ: ମାନସ ପାଣି, ରାଜଶ୍ରୀ ଶତପଥୀ, ରଶ୍ମୀରଞ୍ଜନ ଦାସ ଓ ଜଗଦୀଶ ଦାସ