Advertisment

ନୋଜ୍ ରିଙ୍ଗ୍ ଫ୍ୟାସନ୍, ଜାଣନ୍ତୁ ଫ୍ୟାସନ୍ ଟିପ୍ସ୍

ନୋଜ୍ ରିଙ୍ଗ୍ ଫ୍ୟାସନ୍ ନୂଆ ନୁହେଁ। ଏହା ବହୁ ପୁରୁଣା। କାହିଁ କେଉଁ କାଳରୁ ଆମ ସମାଜରେ ରହି ଆସିଛି। ହେଲେ ଆସ୍ତେ ଆସ୍ତେ ଝିଅମାନେ ଏହାକୁ ଆପଣାଉ ନଥିଲେ। କିନ୍ତୁ ଏବେ ପୁଣି ଥରେ ନୋଜ୍ ରିଙ୍ଗ୍ ନାକଫୁଲ ଫ୍ୟାଶନକୁ ଆପଣାଉଛନ୍ତି । ଆସନ୍ତୁ ଜାଣିବା ନାକଫୁଲ ଫ୍ୟାଶନ୍ ସମ୍ପର୍କରେ କିଛି ଫ୍ୟାସନ ଟିପ୍ସ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Noes Ring Fashion

Noes Ring Fashion

ପୁଅ ହୁଅନ୍ତୁ ଅବା ଝିଅ, ନୂଆ ନୂଆ ଲୁକ୍‌ରେ ସଜେଇ ହେବାକୁ ସମସ୍ତେ ପସନ୍ଦ କରୁଛନ୍ତି। ଏଥିପାଇଁ ବହୁତ ଏକ୍ସପେରିମେଣ୍ଟ ମଧ୍ୟ କରୁଛନ୍ତି। ଖାସ କରି ଝିଅମାନ ନିଜ ପୋଷାକଠାରୁ ଆରମ୍ଭ କରି ଜୋତା, ବ୍ରେସ୍‌ଲେଟ୍‌, ଘଣ୍ଟା ଏପରିକି ଆଖି, ନଖକୁ ମଧ୍ୟ ଫ୍ୟାଶନ୍ନ୍‌ରେ ସାମିଲ କରୁଛନ୍ତି। ହେଲେ ଏବେ ଆଉ ଏକ ଫ୍ୟାଶନ୍ ଟ୍ରେଣ୍ଡ ଝିଅମାନଙ୍କ ମଧ୍ୟରେ ବହୁତ ଚାଲିଛି। ଏହା ହେଉଛି ନୋଜ୍ ରିଙ୍ଗ୍ ବା ନାକଫୁଲ ଫ୍ୟାସନ ।

Advertisment
  • ମେକ୍‌ଅପ୍‌ ଏକ୍ସପର୍ଟଙ୍କ ଅନୁସାରେ, ବିବାହ ସିଜନ୍‌ରେ ଡିଜାଇନ୍‌ର ନାକଫୁଲ୍‌ର ବହୁ ଡିମାଣ୍ଡ ରହିଥାଏ। ବିଶେଷ କରି ରାଜସ୍ଥାନୀ ନାକଫୁଲ ଉପରେ ସମସ୍ତଙ୍କର ନଜର ରହିଥାଏ। କାରଣ ରାଜସ୍ଥାନୀ ନାକଫୁଲ ବହୁତ ଡିଜାଇନ୍‌ରେ ଆଜିକାଲି ବଜାରକୁ ଆସୁଛି।
  • ହାଲକା କ୍ରାଫ୍ଟ ୱାର୍କ ଓ ଚେନ୍‌ ସହ ଯୋଡ଼ି ହୋଇଥିବା ନାକଫୁଲ ବେଙ୍ଗଲି ଲୁକ୍‌ ଦେଇଥାଏ । ଯଦି ନାକଫୁଲ ରିଙ୍ଗ ଗୋଲାକାରର ହେଲା ତେବେ ଏହା ଆପଣଙ୍କୁ ସୁନ୍ଦରତାରେ ଚାରଚାନ୍ଦ ଲଗାଇ ଦେବ। ସେମିତିରେ ବେଙ୍ଗଲି ଲୁକ୍‌ ସମସ୍ତଙ୍କୁ ଆଟ୍ରାକ୍ଟିଭ୍‌ ଲାଗିଥାଏ।
  • ସାଉଥ୍‌ ଇଣ୍ଡିଆନ ଲୁକ୍‌ ଚାହୁଁଥିଲେ, ଏକାଧିକ ଚେନ୍‌ ଲାଗିଥିବା ନାକଫୁଲ ପିନ୍ଧନ୍ତୁ। ଏହାସହ ମଥାରେ ଟିକା ଲଗିଗଲେ ସୁନ୍ଦରତା ଶହେଗୁଣ ବଢ଼ିଯିବ। ଯିଏ ଦେଖିବ ଆପଣଙ୍କ ଉପରୁ ନଜର ହଟାଇ ପାରିବ ନାହିଁ।
  • ଏହାସହ ମାର୍କେଟ୍‌ରେ କୁନ୍ଦନ ମୀନା ସହ ଡାଇମଣ୍ଡ ଓ ଜେମ୍‌ଷ୍ଟୋନ୍‌ର କାମ ହୋଇଥିବା ନାକଫୁଲର ଡିମାଣ୍ଡ ବଢ଼ିବାରେ ଲାଗିଛି।
  • ରାଜସ୍ଥାନୀ ଲୁକ୍‌ ପାଇଁ କାଚ ଲାଗିଥିବା ନାକଫୁଲ ଏବେ ବହୁତ ଚାଲୁଛି। ଏହାକୁ ପିନ୍ଧି କୌଣସି କାର୍ଯ୍ୟକ୍ରମକୁ ଗଲେ ଆପଣ ହିଁ ସେଇ କାର୍ଯ୍ୟକ୍ରମର ମେନ୍‌ ଆଟ୍ରାକ୍ସନ୍‌ ହୋଇଯିବେ।
Fashion Trends Noes Ring
Advertisment
Advertisment