Advertisment

ସାବଧାନ ! ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀର ଦୋକାନୀ, ଚିରା ନୋଟ୍‌ ଦେଇ କରୁଛନ୍ତି ଲୁଟ୍‌

ଭୁବନେଶ୍ୱରରେ ଏବେ ଅଭିନବ ଉପାୟରେ ଲୁଟ୍ କରୁଛନ୍ତି ଲୁଟେରା। ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟୁଛନ୍ତି ଲୁଟେରା। ଲୁଟ୍ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି।

author-image
Rajalaxmi Sahoo
Loot In Bhubaneswar

Loot In Bhubaneswar

ରାଜଧାନୀଭ ଭୁବନେଶ୍ୱରରେ ଏବେ ଅଭିନବ ଉପାୟରେ ଲୁଟ୍ କରୁଛନ୍ତି ଲୁଟେରା। ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟୁଛନ୍ତି ଲୁଟେରା। ଏଥର ଭୁବନେଶ୍ୱର ୟୁନିଟ୍-୩ ଜୟକିଶନ୍ ମାର୍କେଟର ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରିଛନ୍ତି ୩ ଜଣ ଲୁଟେରା। ଅଭିନବ ଉପାୟରେ ୬ ହଜାରରୁ ଅଧିକ ଟଙ୍କା ନେଇ ଫେରାର୍ ହୋଇଛନ୍ତି ଲୁଟେରା।

Advertisment

ସୂଚନା ଅନୁସାରେ, ୟୁନିଟ୍-୩ ଜୟକିଶନ୍ ମାର୍କେଟରେ ଥିବା ଏକ ଦୋକାନକୁ ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କ ମଧ୍ୟରୁ ପ୍ରଥମେ ଜଣେ ବ୍ୟକ୍ତି ୨ ହଜାର ଟଙ୍କିଆ ନୋଟ୍ ଦେଇ ଶାମ୍ପୁ କିଣିବାକୁ ଆସିଥିଲେ। କିନ୍ତୁ ଖୁଚୁରା ନଥିବା କହି ଫେରାଇ ଦେଇଥିଲେ ଦୋକାନୀ। ଏହାପରେ ଚିରା ନୋଟ୍ ଦେଇ ଲୁଟ୍ ଯୋଜନା କରି ହର୍ଲିକ୍ସ କିଣିଥିଲେ। ହର୍ଲିକ୍ସ କିଣି ସାରିବା ପରେ ସେଠାରୁ ପଳାଇ ଯାଉଥିବା ବେଳେ ଲୁଟେରା ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ୫୦ ଟଙ୍କା ନୋଟ୍ ଚିରା ଦେଇଥିବା କହି ଧରିବାକୁ କହିଥିଲେ। ତା’ କଥାରେ ପଡି ଚିରା ନୋଟ୍ ଫେରାଇବାକୁ ଦୋକାନୀ ଜଣକ ଦୋକାନ ଛାଡି ଗଲା ପରେ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଦୋକାନ ଭିତରେ ପଶି କ୍ୟାସ୍‌ ବକ୍ସରୁ ଟଙ୍କା ନେଇ ପାର୍ ହୋଇଯାଇଥିଲା।

୩ ଲୁଟେରାଙ୍କ ମଧ୍ୟରେ ଜଣେ ବୃଦ୍ଧ ବି ଅଛନ୍ତି। ଲୁଟ୍ ବେଳର ଭିଜୁଆଲ ସିସିଟିଭିରୁ ସ୍ପଷ୍ଟ ଜଣାପଡ଼ୁଛି। କିଛି ଦିନ ତଳେ ଭୁବନେଶ୍ୱରରେ ମେଡିସିନ୍ ଦୋକାନରୁ ସମାନ ଉପାୟରେ ଲୁଟ୍ ହୋଇଥିଲା। ତେଣୁ ଏହି ଲୁଟ୍‌ରେ ମଧ୍ୟ ସେହି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। 

Advertisment
Loot In Bhubaneswar
Advertisment
Advertisment