• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମିଠା ଖାଇବାକୁ କିଏ ବା ପସନ୍ଦ ନ କରେ! ସେ କୌଣସି ପର୍ବ ହେଉ କିମ୍ବା ନ ହେଉ, ମିଠାର ଚାହିଦା ସବୁବେଳେ ଥାଏ। ସାଧାରଣରେ ଆମେ ଖାଉଥିବା ମିଠା ୧୦ ଟଙ୍କାରୁ ଆରମ୍ଭ କରି ୨ଶହ ୩୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଅତି ବେଶିରେ ୫ ଶହ ପର୍ଯ୍ୟନ୍ତ ଯାଇପାରେ। ଯଦି ମିଠାର ଦାମ ଏହାଠାରୁ ମହଙ୍ଗା ହୁଏ ତେବେ ଏହାର ମୂଲ୍ୟ ଶୁଣିବା ପରେ ଜିଭ ପିତା ହୋଇଯିବା ସ୍ୱଭାବିକ କଥା। ବର୍ତ୍ତମାନ ଏଭଳି ମହଙ୍ଗା ମିଠାର ଭାଇରାଲ ସୋସିଆଲ ମିଡିଆରେ ହେଉଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ।

ଏହି ମିଠାର ବିଶେଷତା ହେଉଛି କେବଳ ଏହାର ମୂଲ୍ୟ। ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ମିଠା ତିଆରି କରୁଥିବା ଦେଖିବାକୁ ମିଳେ, ଯାହା ଦେଖିବାକୁ ଖୁବ ଲୋଭନୀୟ। ଏହି ମିଠା ସହିତ ଏହାର ମୂଲ୍ୟ ଭିଡିଓରେ ମଧ୍ୟ ଲେଖାଯାଇଛି, ଯାହା ନିଶ୍ଚିତ ଭାବରେ ଆପଣଙ୍କ ମନକୁ ଖଟା କରିଦେବ।

ଭାଇରାଲ ହେଉଥିବା ଏହି ଭିଡିଓରେ, ଦୋକାନୀ ମିଠା ଉପରେ ଚିକ୍‌ଚିକ୍ କରୁଥିବା ଏକ ସୁନେଲି କୋଟ୍ ପ୍ରୟୋଗ କରୁଥିବା ଦେଖିବାକୁ ମିଳେ। ସେ ମିଠା ଉପରେ ଏହି ସୁନେଲି କୋଟ୍ ଦେବା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟୁଥିବା ଦେଖାଯାଏ। ଏହା ପରେ ମିଠା ଉପରେ ସେ କିଛି କେଶର ରଖୁଛନ୍ତି। ଏହାକୁ ଦେଖି ତ ମିଠାପ୍ରେମୀମାନେ ପ୍ରଲୋଭିତ ହେଉଛନ୍ତି, କିନ୍ତୁ ଯେତେବେଳେ ଏହାର ଦାମ୍ ଜାଣୁଛନ୍ତି ସେଇଠି ଇଛା ମରିଯାଉଛି।

ଜାଣିଛନ୍ତି କି ଏହାର ମୂଲ୍ୟ କେତେ? ଜାଣିଲେ ଆପଙ୍କ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୧୬ ହଜାର ଟଙ୍କା।

ଏହି ଭିଡିଓଟି ସୋସିଆଲ ମିଡିଆ ସାଇଟ୍ ଇନ୍‌ଷ୍ଟାଗ୍ରାମରେ oye.foodieee ନାମକ ଏକ ଆକାଉଣ୍ଟ୍ ଦ୍ୱାରା ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ଏହି ଭିଡିଓରେ ୮ ଲକ୍ଷ ୭୨ ହଜାରରୁ ଅଧିକ ଲାଇକ୍ ମିଳିସାରିଥିଲା ଏବଂ ଲକ୍ଷ ଲକ୍ଷ ଭ୍ୟୁ ମଧ୍ୟ ପାଇଥିଲା।

ସୋସିଆଲ ମିଡିଆରେ ଲୋକମାନେ ଏହି ଦାମୀ ମିଠା ଦେଖିବା ପରେ ନିଜର ମତାମତ ମଧ୍ୟ ଦେଉଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ବାସ୍ତବରେ, ମୂଲ୍ୟ ଯାହା ହେଉନା କାହିଁକି, ମିଠାକୁ ଦେଖିବା ଏବଂ ଏହା ସ୍ୱାଦ ଖୁବ୍ ମଜା ଦେବ। ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ମୂଲ୍ୟ ଶୁଣିବା ପରେ ଅଧିକାଂଶ ଲୋକ ଗୁଡ ଖାଇ ହିଁ ନିଜକୁ ସନ୍ତୁଷ୍ଟ କରିବେ। ଅନ୍ୟ ଜଣେ ଥଟ୍ଟାକରି ଲେଖିଛନ୍ତି ଯେ ଏହାକୁ କିଣିବା ପାଇଁ ନିହାତି ଏକ ମାସର ଦରମା ଲାଗିବ।