Advertisment

ମିଆଓ୍ୱାକି ପ୍ଲାଣ୍ଟେସନର କମାଲ୍‌: ଦିନେ ଥିଲା ଟାଙ୍ଗରା ଭୂଇଁ, ଆଜି ଘଞ୍ଚ ଜଙ୍ଗଲ...

ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଜାତି ଫଳ ଗଛ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Japanese plantation Method

Japanese plantation method helps barren land to turn into a massive forest in Sambalpur

ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଜାତି ଫଳ ଗଛ। ଜାପାନିଜ୍ ବୃକ୍ଷରୋପଣ ପଦ୍ଧତି ମିଆଓ୍ୱାକି ପ୍ଲାଣ୍ଟେସନ ପଦ୍ଧତିରେ ଏହା ସମ୍ଭବପର ହୋଇପାରିଛି। ସମ୍ବଲପୁର ବନ ବିଭାଗରେ ଯେଉଁଠି ଦିନେ ଟାଙ୍ଗରା ଭୂଇଁ ଥିଲା ଆଜି ସେ ସେ ଅଞ୍ଚଳ ସବୁଜିମାରେ ଭରି ଯାଇଛି।

Advertisment

ସମ୍ବଲପୁର ଟାଉନ ଫରେଷ୍ଟ ରେଞ୍ଜ ପୋତାପାଲି ଗାଁର ପ୍ରାୟ ୧ ହେକ୍ଟର ପରିମିତ ସ୍ଥାନରେ ୭୦ ପ୍ରଜାତିର ୮ ହଜାର ଦେଶୀୟ ଗଛ ଲଗାଯାଇଛି। ବର୍ଷକ ଭିତରେ ସବୁଜ ଜଙ୍ଗଲ ସୃଷ୍ଟି ହେବା ପରେ ଗାଁ ପାଖରେ ଥିବା ଟାଙ୍ଗରା ଭୂଇଁ ଆଜି ହସୁଛି। ବର୍ଷେ ପୂର୍ବେ ବନ ବିଭାଗ ଟାଙ୍ଗରା ଭୂଇଁ ଖୋଳି ଚାରା ଲଗାଉଥିଲା।ଆଉ ବର୍ଷକ ପରେ ଏଠାରେ ସବୁଜ ଜଙ୍ଗଲ ସୃଷ୍ଟି ହେବା ସହ ଟାଙ୍ଗରା ଭୂଇଁ ହସୁଛି। ସମସ୍ତ ଗଛ ପ୍ରାୟ ୩୦ରୁ ୩୫ ଫୁଟ୍ ଉଚ୍ଚର ହୋଇଯାଇଛି। ଏସବୁ କେବଳ ସମ୍ଭବ ହୋଇଛି ଜାପାନିଜ୍ ବୃକ୍ଷରୋପଣ ପଦ୍ଧତି ମିଆଓ୍ୱାକି ପ୍ଲାଣ୍ଟେସନ ପଦ୍ଧତିରେ।

କେମିତି ବର୍ଷେ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ..କ’ଣ ଏହି ମିଆଓ୍ୱାକି ପଦ୍ଧତି ? ଜାଣନ୍ତୁ..

Advertisment

ମିଆଓ୍ୱାକି ପଦ୍ଧତି ଏମିତି ଏକ ପ୍ରଣାଳୀ, ଯେଉଁଥିରେ ଗଛ ଗୁଡିକୁ ଖୁବ୍ ପାଖାପାଖି ରୋପଣ କରି ସେମାନଙ୍କୁ ସମସ୍ତ ପୋଷକ ତତ୍ତ୍ୱ ଓ ପାଣି ଯୋଗାଇ ଦିଆଯାଇଥାଏ। ଗଛମାନଙ୍କ ମଧ୍ୟରେ କମ୍ ଦୂରତା ଯୋଗୁ ସୂର୍ଯ୍ୟାଲୋକ ପାଇବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ଫଳରେ ଏକକାଳୀନ ଭାବେ ସମସ୍ତ ଗଛର ଉଚ୍ଚତା ବୃଦ୍ଧି ଘଟିଥାଏ। ବୀର ସୁରେନ୍ଦ୍ର ସାଏ ପ୍ଲାଣ୍ଟେସନ ନାଁରେ ଏହି ପ୍ରକଳ୍ପ କରାଯାଇଛି।


ଅଧିକ ପଢ଼ନ୍ତୁ: ଏଣିକି ଡ୍ରୋନ୍‌ ଜଗିବ ଜଙ୍ଗଲ ! ବନ କର୍ମଚାରୀଙ୍କୁ ବିପଦରୁ କରିବ ଉଦ୍ଧାର

ପ୍ରତି ଗଛ ମଧ୍ୟରେ ଦୂରତା ୧ ମିଟରରୁ କମ୍ ରଖାଯାଇଛି। ସବୁଠୁ ବଡ଼ କଥା, ଏଥିରେ କୌଣସି ରସାୟନିକ ସାରର ବ୍ୟବହାର କରାଯାଇନି। ଜୀବାମୃତ ସାର ଅର୍ଥାତତ୍‌ ଦେଶୀ ପଦ୍ଧତିରେ ପ୍ରସ୍ତୁତ କମ୍ପୋଷ୍ଟ ଓ ଜିଆ ଖତର ବ୍ୟବହାର କରାଯାଇଛି। ଗୁଡ, ଦେଶୀ ଗାଈ ଗୋମୂତ୍ର, ଗୋବର, ବେସନ ଓ ଶାଳ ଗଛ ମୁଳର ମାଟିକୁ ପାଣି ସହ ମିଶାଇ ତରଳ ଜୀବାମୃତ ପ୍ରସ୍ତୁତ କରାଯାଇଥାଏ। ଜୀବାମୃତ ଓ ଜିଆ ଖତର ପ୍ରୟୋଗ ଦ୍ୱାରା ଗଛ ଗୁଡ଼ିକ ଶୀଘ୍ର ବଢିଥିବା ଫରେଷ୍ଟର କହିଛନ୍ତି।

ବନ କର୍ମଚାରୀମାନେ ଗଛ ଗୁଡ଼ିକର ନିୟମିତ ଯତ୍ନ ନେଉଛନ୍ତି। ଗଛ ଗୁଡ଼ିକ ଠିକ୍ ଭାବେ ପାଣି ପାଇ ପାରୁଛନ୍ତି ନା ନାହିଁ ତାର ବି ତଦାରଖ କରାଯାଉଛି। ଏହି ପ୍ରକଳ୍ପ ସଫଳ ହେବା ପରେ ଆଗକୁ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହାକୁ ପ୍ରୟୋଗ କରିବା ଲାଗି ବନ ବିଭାଗ ଲକ୍ଷ୍ୟ ରଖିଛି।

(ରିପୋର୍ଟ-ସଞ୍ଜୟ ଜେନା, ସମ୍ବଲପୁର)

Plantation
Advertisment
Advertisment