/odishatv-khabar/media/post_attachments/uploadimage/library/16_9/16_9_0/Drone__1652195474.jpg)
Drone
ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗକୁ ସହାୟତା କରିବ ଡ୍ରୋନ୍ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ସେବାର ଏକ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଘଞ୍ଚ ଜଙ୍ଗଲ ଭିତରେ ବନ କର୍ମଚାରୀ କୌଣସି ଅସୁବିଧାର ସମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ଏହି ଡ୍ରୋନର ସହାୟତା ନିଆଯିବ । ଏଥିପାଇଁ ବନ କର୍ମଚାରୀଙ୍କୁ ଡ୍ରୋନ ଅପରେସନର ଟ୍ରେନିଂ ଦିଆଯାଇଛି ।
Advertisment
ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି । ଡ୍ରୋନରେ ପାଣି ବୋତଲ, ଔଷଧ ସାମଗ୍ରୀ ନିର୍ଭୁଲ ଭାବେ ପଠାଇବାରେ ସଫଳ ହୋଇଛି ବନ ବିଭାଗ । ସେହିଭଳି ଅଭୟାରଣ୍ୟରେ ନିଆଁ ଲାଗୁଥିବା ସ୍ଥାନଗୁଡ଼ିକର ଯାଞ୍ଚ ଡ୍ରୋନ୍ ସହାୟତାରେ କରାଯାଇପାରିବ । ଆଗକୁ ଏହି ଡ୍ରୋନ୍ ରାତିରେ କିଭଳି କାର୍ଯ୍ୟ କରିବ ସେନେଇ ଅଧିକ ଅନୁଧ୍ୟାନ କରାଯାଉଛି ବୋଲି ଶିମିଳିପାଳ ଅଭୟାରଣ୍ୟର ଉପ ନିର୍ଦ୍ଦେଶକ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)