Advertisment

Shubhamitra Murder: ସିପି ଅଫିସ୍ ପାର୍କିଂରେ ମୃତଦେହ, ସାମାନ୍ୟ ଟେର୍ ପାଇନଥିଲା ପୋଲିସ

ଶୁଭମିତ୍ରାଙ୍କୁ ମର୍ଡର କଲା, ସିପି ଅଫିସ ପାର୍କିଂରେ ଡେଡବଡି ରଖିଲା । ସିପି ଅଫିସ ପାର୍କିଂରେ ଘଣ୍ଟାରୁ ଅଧିକ ସମୟ ଥିଲା ଡେଡବଡି । କାର୍ ଭିତରେ ଡେଡବଡି ରଖି ଡ୍ୟୁଟି କରିଥିଲା ଦୀପକ । ଘଣ୍ଟାଏ ୧୫ ମିନିଟ ପୋଲିସ ସେବା ଭବନ ପାର୍କିଂରେ ରହିଥିଲା କାର । ଅପରାହ୍ନ ୩ଟାରୁ ୪ଟା ୧୫ ଯାଏଁ ମୃତଦେହ ରଖିଥିଲା ଦୀପକ । ଭିଭିଆଇପି ଏରିଆରେ ଏଡେ ବଡ଼ ହତ୍ୟାକାଣ୍ଡ ଘଟିଗଲା ହେଲେ ସାମାନ୍ୟ ଟେର୍ ପାଇନଥିଲା ପୋଲିସ ।

author-image
Manasranjan Mohanty
murder

murder

ରାଜଧାନୀର ଲେଡି କନଷ୍ଟେବଳ ଶୁଭମିତ୍ରା ମର୍ଡର କେସ୍‌ରେ ସାମ୍ନାକୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ । ଶୁଭମିତ୍ରାଙ୍କୁ ମର୍ଡର ପରେ କେମିତି ଦୀପକ ଅତି ଚାଲିକିର ସହ ରାଜଧାନୀରୁ ଘଟଗାଁ ନେଇଥିଲା ମୃତଦେହ, ଆଉ କେମିତି ପୋଲିସ ଆଖିରେ ଧୂଳି ଦେଇଥିଲା, ତାର ପୂରା ଘଟଣା ଆସିଛି ସାମ୍ନାକୁ ।

Advertisment

ଗତ ୬ ତାରିଖରେ ଶୁଭମିତ୍ରାଙ୍କୁ ମର୍ଡର କରିଥିଲା ଦୀପକ । ମର୍ଡର ପରେ ସିପି ଅଫିସ ପାର୍କିଂରେ ଶୁଭମିତ୍ରାଙ୍କ ଡେଡବଡି ରଖିଥିଲା । କାର ଭିତରେ ଡେଡବଡ଼ି ରଖି ଡ୍ୟୁଟି କରିଥିଲା କିଲର ଦୀପକ । ଅପରାହ୍ନ ୩ଟାରୁ ୪ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ ରଖିଥିବା କାର । ପ୍ରାୟ ଘଣ୍ଟାଏ ୧୫ ମିନିଟ ଯାଏଁ କାର୍ ପାର୍କିଂରେ ରହିଥିଲା ।

ପରେ ଅଫିସ କାମ ସାରି ମୃତଦେହକୁ କେନ୍ଦୁଝରର ଘଟଗାଁ ନେଇଥିଲା ଅଭିଯୁକ୍ତ ଦୀପକ। ମୃତଦେହକୁ ବସ୍ତାରେ ପୂରାଇ ଜଙ୍ଗଲରେ ପୋତି ଦେଇଥିଲା । ଆଉ ଏହି ଜଘନ୍ୟ କାଣ୍ଡରେ ତାକୁ ସାହାଯ୍ୟ କରିଥିଲା ତାର ସମ୍ପର୍କୀୟ ଭାଇ ।

Advertisment

ହେଲେ ରାଜଧାନୀର ଭିଭିଆଇପି ଅଞ୍ଚଳରେ ଏଡେ ବଡ଼ ହତ୍ୟାକାଣ୍ଡ ଘଟିଗଲା କିନ୍ତୁ ତାର ସାମାନ୍ୟତର ଟେର୍ ପାଇନଥିଲା ପୋଲିସ । ଚାରିଆଡେ ଲେଡି କନଷ୍ଟେବଳଙ୍କୁ ଖୋଜୁଥିଲା, ହେଲେ ଅପରାଧୀ ଆଖି ସାମ୍ନାରେ ।

ସିପି ଅଫିସରେ କିରାଣୀ ଭାବେ କାର୍ଯ୍ୟରତ ଥିଲା ଅଭିଯୁକ୍ତ ଦୀପକ ରାଉତ । ତାକୁ ଗିରଫ କରିବା ସହ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ସେପଟେ ଶୁଭମିତ୍ରାଙ୍କ ହତ୍ୟା ପରେ ଦୀପକର ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବି ବଢିଲାଣି ସନ୍ଦେହ । ଶୁଭମିତ୍ରାଙ୍କ ପରି ପ୍ରଥମ ସ୍ତ୍ରୀକୁ ବି ହତ୍ୟା କରିଥିବାର ଆସିଛି ସାଂଘାତିକ ଅଭିଯୋଗ ।

Murder
Advertisment
Related Articles
Advertisment