• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫ୍ୟାଶନ୍ ସୋରେ ସମ୍ବଲପୁରୀ ଡିଜାଇନ୍‌ର ଜଲ୍ଓ୍ୱା

ଫ୍ୟାଶନ୍ ସୋରେ ସମ୍ବଲପୁରୀ ଡିଜାଇନ୍‌ର ଜଲ୍ଓ୍ୱା କ୍ୟାଟ୍ ଓ୍ୱାକ୍ । ରାମ୍ପ ଓ୍ୱାକ୍ କୁନି କୁନି ପରୀଙ୍କଠୁ ସୁନ୍ଦରୀ ତରୁଣୀଙ୍କ ଯାଏଁ, ଆଉ ବାପା ମାଆଙ୍କ ହାତ ଧରି ନୂଆ ନୂଆ ଚାଲୁଛନ୍ତି ବର୍ଷକର ଶିଶୁ । ସମସ୍ତଙ୍କ ଦେହରେ ସୁନ୍ଦର ମାନୁଛି ସମ୍ବଲପୁରୀ ବସ୍ତ୍ର ।

ପାରମ୍ପରିକ ଶାଢ଼ୀଠୁ ‌ଆରମ୍ଭ କରି ୱେଷ୍ଟର୍ଣ୍ଣ ଛୁଙ୍କ, ମଡର୍ଣ୍ଣ ଫୁ୍ୟଜନ୍,ସମ୍ବଲପୁରୀ ବସ୍ତ୍ର ଯେ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିପାରିବ, ସମସ୍ତଙ୍କ ମନକୁ ଛୁଇଁପାରିବ, ବରଗଡ଼ ସହରରେ ଆୟୋଜିତ ଏହି ଫ୍ୟାଶନ୍ ସୋରେ ଦେଖିବାକୁ ମିଳିଛି । ସ୍ୱୟଂସିଦ୍ଧା ଭବନରେ ଆୟୋଜିତ ଏହି ସୋରେ ବରଗଡ଼ ଜିଲ୍ଲାର ବହୁ ଛାତ୍ରଛାତ୍ରୀ, ମଡେଲ୍, ବୁଣାକାର ଓ ବ୍ୟବସାୟୀ ଯୋଗ ଦେଇଥିଲେ । ସମ୍ବଲପୁରୀ ବସ୍ତ୍ରର ଚାହିଦା ବୃଦ୍ଧି ଏବଂ ବୁଣାକାର ମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା

ରାଜ୍ୟ ଓ ଦେଶର ସୀମା ଡେଇଁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ସମ୍ବଲପୁରୀ ବସ୍ତ୍ର । ତଥାପି ଏହାର ଚାହିଦା ଆଶାନୁରୂପ ବଢ଼ିପାରୁନଥିବାରୁ ଆର୍ଥିକ ସଂକଟରେ ଏହାର ବୁଣାକାର ସେଇ ଦୃଷ୍ଟିରୁ ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା- EDII ପକ୍ଷରୁ ଏହି ଫ୍ୟାଶନ୍ ସୋ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଣାକାରମାନଙ୍କର କାରିଗରୀ ପ୍ରଦର୍ଶିତ ହେବା ସହ, ସିଧାସଲଖ ବ୍ୟବସାୟୀଙ୍କ ସହ ସଂପର୍କ ସ୍ଥାପନ ହୋଇପାରିବ ବୋଲି ଆଶା ରଖିଛନ୍ତି ‌ଆୟୋଜକ ।