/odishatv-khabar/media/post_attachments/uploadimage/library/16_9/16_9_0/dhinkia_1646449923.jpg)
dhinkia
ଆଜି ଦ୍ୱିତୀୟ ଥର ପାଇଁ ଢିଙ୍କିଆ ଯିବେ, ହାଇକୋର୍ଟ ଦ୍ୱାରା ଗଠିତ ୫ ଜଣିଆ ଆଇନଜୀବି କମିଟି । ସେମାନଙ୍କ ଆଗରେ ଢିଙ୍କିଆବାସୀ ଯେଭଳି ନିର୍ଭୟରେ ମତ ରଖିପାରିବେ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।
ଗତ ଫେବ୍ରୁଆରୀ ୧୯ ତାରିଖରେ ଏହି କମିଟି ଢିଙ୍କିଆ ଯାଇଥିବା ବେଳେ ସେମାନଙ୍କ ସାମାନାରେ ଜେଏସଡବ୍ଲୁ ପ୍ରକଳ୍ପ ବିରୋଧୀଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଥିଲା । ଏହି ସମୟରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା । ତେଣୁ ପ୍ରକଳ୍ପ ସପକ୍ଷବାଦୀ ଓ ପୋଲିସକୁ ଡରି ଲୁଚି ରହିଥିବା ପ୍ରକଳ୍ପ ବିରୋଧୀ କମିଟି ଆଗରେ କେମିତି ମତାମତ ରଖିବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୂର୍ବରୁ JSW ଶିଳ୍ପ ବିରୋଧରେ ଭିତରେ ଭିତରେ କେତେ କୁହୁଳୁଛି ଅଶାନ୍ତିର ନିଆଁ। ତାହା ଢିଙ୍କିଆରେ ପୂର୍ବରୁ ଦେଖିବାକୁ ମିଳିଥିଲା । ତାର ତାଜା ପ୍ରତିଫଳନ ଗାଁ ମଝିରେ ଧସ୍ତାଧସ୍ତି, ନିର୍ଘାତ ମାଡ଼, ଗାଳିଗୁଲଜ ଚିତ୍ର ଦେଖିଥିଲେ ୫ଜଣିଆ ହାଇଲେବଲ୍ ଟିମ୍ । ଖୋଦ୍ ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ହାଇକୋର୍ଟଙ୍କ ୫ ଜଣିଆ କମିଟିଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲେ ବି ସମସ୍ତେ ଥିଲେ ନୀରବ ଦ୍ରଷ୍ଟା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)