Advertisment

ଶତାବ୍ଦୀର ଶେଷ ସୁଦ୍ଧା ମଣିଷ ପାଖାପାଖି ୨୦୦ ବର୍ଷ ବଞ୍ଚିବ

ମଣିଷର ଜୀବନ ସରିଯାଏ କିନ୍ତୁ ସରେନି ସ୍ୱପ୍ନ। ଜୀବନର ସ୍ୱଳ୍ପତା ହେତୁ ମଣିଷ ପୂରଣ କରିପାରେନି ଦେଖୁଥିବା ସ୍ୱପ୍ନକୁ। ଥରେ ଭାବନ୍ତୁ ତ ଯଦି ମଣିଷର ବୟସ ୨୦୦ ହୋଇଯାଏ ତେବେ କେମିତି ହେବ?

author-image
Pramod Behera
ଅଦ୍ୟତନ ହୋଇଛି
Humans could live about 200 years old

Humans could live about 200 years old

ବିଜ୍ଞାନ ମଣିଷର ବୟସକୁ ନେଇ ବିଭିନ୍ନ ପରୀକ୍ଷଣ କରିଥାଏ। ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ମଣିଷ ୧୮୦ ବର୍ଷ ବଞ୍ଚିବାକୁ ସକ୍ଷମ ହେବ। ଗୋଟିଏ ସମୟରେ ଯେତେବେଳେ ୧୦୦ ବର୍ଷର ଜୀବନ ମଧ୍ୟ ଲୋକଙ୍କ ପାଇଁ ଏକ ସ୍ୱପ୍ନ ଥିଲା ସେତେବେଳେ ସେମାନେ ଯଦି ୧୮୦ ବର୍ଷର ଜୀବନ କଥା ଶୁଣନ୍ତି ତେବେ ଉତ୍ସାହିତ ହେବା ସ୍ୱଭାବିକ। ମଣିଷ ଜୀବନରେ ଅନେକ ଇଚ୍ଛା ନେଇ ବଞ୍ଚିଥାଏ, କିନ୍ତୁ ଜୀବନ ବହୁ ସ୍ୱଳ୍ପ ଯୋଗୁଁ ଶେଷ ପର୍ଯ୍ୟନ୍ତ ସେ ତାହା ପୂରଣ କରିପାରେ ନାହିଁ।

Advertisment

କାନାଡାର HEC Montrealର ସହକାରୀ ପ୍ରଫେସର ଲିଓ ବେଲ୍‌ଜିଲ୍ ବିଶ୍ୱାସ କରନ୍ତି ଯେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ମଣିଷ ପାଖାପାଖି ୨୦୦ ବର୍ଷ ବଞ୍ଚିବାକୁ ସକ୍ଷମ ହେବ। ରିପୋର୍ଟ ଅନୁଯାୟୀ, ଯେତେବେଳେ ଲୋକମାନେ ବୃଦ୍ଧ ହେବେ, ସେତେବେଳେ ସେମାନଙ୍କୁ ଅଧିକରୁ ଅଧିକ ଚିକିତ୍ସା ସେବା ଆବଶ୍ୟକ ହେବ ଏବଂ ସେମାନଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଏହା ଫଳରେ ଅଦ୍ଭୁତ ପ୍ରଭାବ ପଡିବ।

୧୮୦ ବର୍ଷ ଖୁସି ଆଣିବ ନା ଦୁଃଖ:

ପ୍ରଫେସର ବେଲ୍‌ଜିଲ୍‌ଙ୍କ ଅନୁଯାୟୀ, କିଛି ତଥ୍ୟ ଏହା ମଧ୍ୟ କହିଛି ଯେ ଜଣେ ବ୍ୟକ୍ତି ବୟସର ବଢିବା ସହିତ ଏହାର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ। ତେବେ ବାର୍ଦ୍ଧକ୍ୟ ସମାଜ ଉପରେ ଭିନ୍ନ ପ୍ରଭାବ ପକାଇବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି। ଏହାଦ୍ୱାରା ଲୋକମାନଙ୍କର ଡାକ୍ତରୀ ବିଲ୍ ବୃଦ୍ଧି ପାଇବ ଏବଂ ସେମାନଙ୍କ ବୟସ ହେତୁ ସେମାନଙ୍କୁ ବିଭିନ୍ନ ପ୍ରକାରର ଚିକିତ୍ସା ମଧ୍ୟ କରିବାକୁ ପଡିବ। କେବଳ ଏତିକି ନୁହେଁ, ସରକାରୀ ସାମାଜିକ ଯତ୍ନ, ପେନ୍‌ସନ୍ ଏବଂ ସାମାଜିକ ସୁରକ୍ଷା ଯୋଜନାଗୁଡିକ ମଧ୍ୟ ଦୀର୍ଘ ସମୟ ଧରି ଚାଲିବା। ବୃଦ୍ଧମାନଙ୍କୁ ମଧ୍ୟ ସରକାରୀ ଯୋଜନା ଉପରେ ନିର୍ଭର କରିବାକୁ ପଡ଼ିବ।

Advertisment

ଅଧିକ ଆୟୁ, ଅଧିକ ବ୍ୟୟ:

ସାଉଥ୍ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ପ୍ରଫେସର ଏଲିନ୍ କ୍ରିମିନ୍ସ କହିଛନ୍ତି ଯେ ଜୀବନ ବଢିବା ସହିତ ଲୋକଙ୍କ ଚିକିତ୍ସା ବିଲ୍ ମଧ୍ୟ ବଢିବାକୁ ଯାଉଛି। ଯଦି ବୟସ ବଢେ, ତା’ହେଲେ ଶରୀରର ସମସ୍ତ ଅଙ୍ଗ ପୂର୍ବ ପରି କାମ କରିବ ନାହିଁ ଏବଂ ଆଣ୍ଠୁ, ପିଚା, କାନ ଏବଂ ହାର୍ଟ୍ ଭାଲ୍‌ବ୍ସ ମଧ୍ୟ ବଦଳାଇବା ଆବଶ୍ୟକ ହେବ। ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଏକ ପୁରୁଣା କାର୍ ଚଲାଇବା ପରି ହେବ, ଯାହା ପାଇଁ ବହୁତ ଟଙ୍କା ମଧ୍ୟ ଆବଶ୍ୟକ ହେବ।

Ajab Gajab
Advertisment
Advertisment