Advertisment

ସରଳ ପରିବାରରୁ ଆସିଥିବା ପୁନମ୍ ପାଣ୍ଡେ କାହିଁକି ଆଡଲ୍ଟ ଦୁନିଆରେ ପାଦ ଦେଲେ

ପୁନମ୍‌ଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ତାଙ୍କ ପରିବାର ଅତି ସାଧାରଣ। ସେ ଫିଲ୍ମରେ ଅଭିନେତା ହେବାର ସ୍ୱପ୍ନ ନେଇ ‍ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। କିନ୍ତୁ ଏମିତି କ’ଣ ହେଲା ଯେ ସେ ଆଡଲ୍ଟ ଫିଲ୍ମ କରିବାକୁ ବାଧ୍ୟ ହେଲେ?

author-image
Pramod Behera
ଅଦ୍ୟତନ ହୋଇଛି
Poonam Pandey why moved towards adult

Poonam Pandey why moved towards adult

କଣ୍ଟେଟ୍ କ୍ରିଏଟର ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କର ଆଜି ଜନ୍ମଦିନ। ସେ ଏରୋଟିକ୍ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ସୋସିଆଲ୍ ମିଡିଆରେ ପୋଷ୍ଟ୍‌ କରନ୍ତ। ପୁନମ୍ ତାଙ୍କ କାମ ପାଇଁ ଯେତିକି ପରିଚିତ ନୁହେଁ ଆଡଲ୍ଟ ଭିଡିଓ ଓ ଆପତ୍ତିଜନକ ବିବୃତ୍ତି ହେତୁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ପୁନମ୍ ପାଣ୍ଡେ ୧୯୯୧ ମାର୍ଚ୍ଚ ୧୧ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଅତି ସରଳ ପରିବାରରୁ ଆସିଛନ୍ତି।

Advertisment

ପୁନମ୍‌ଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ସେ ତାଙ୍କ ପାଠ ପଢା ଦିଲ୍ଲୀରୁ ସାରିଥିଲେ। ୨୦୧୧ ମସିହାରେ କ୍ୟାଲେଣ୍ଡର ଗାର୍ଲରେ ଜଣେ ମଡେଲ ଭାବରେ ପୁନମ୍ ମଡେଲିଂ କରି ଦୁନିଆରେ ଏକ ପରିଚୟ ପାଇଥିଲେ। ଏଥିସହ, ସେ ଗ୍ଲେଡରେଗ୍ସ ୨୦୧୦ର ଶ୍ରେଷ୍ଠ ୮ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ। ତାଙ୍କ ମଡେଲିଂ ଦିନରେ ପୁନମ୍ ଅନେକ ଫ୍ୟାଶନ୍ ମାଗାଜିନ ପାଇଁ ସୁଟ୍ କରିଥିଲେ।

ପୁନମ୍‌ ପାଣ୍ଡେଙ୍କ ବାପାଙ୍କ ନାମ ଶୋଭନାଥ ପାଣ୍ଡେ ଏବଂ ମା’ଙ୍କ ନାମ ବିଦ୍ୟା ପାଣ୍ଡେ। ତାଙ୍କ ପରିବାରରେ ଜଣେ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି। ଦିଲ୍ଲୀରେ ପୁନମଙ୍କ ବାପାଙ୍କର ଏକ ବ୍ୟବସାୟ ମଧ୍ୟ ଅଛି। ପ୍ରଶ୍ନ ଉଠିଛି ଯେ ସାଧାରଣ ପରିବାରରେ ଜନ୍ମିତ ପୁନମ୍ ଶେଷରେ ଆଡଲ୍ଟ ଫିଲ୍ମ ତିଆରି କରିବା ନେଇ ଆଗକୁ ବଢିଲେ। ତେବେ ଏହା ପଛର କାରଣ କ’ଣ ପୁନମ୍‌ ନିଜେ କହିଛନ୍ତି।

Advertisment

ପୁନମ୍ କହିଥିଲେ ଯେ ଯେତେବେଳେ ସେ ଇଣ୍ଡଷ୍ଟ୍ରିକୁ ଆସିଥିଲେ, କିଛି ଲୋକ ତାଙ୍କୁ କହିଥିଲେ ଯେ ସେ ଏପରି କିଛି କରିବା ଦରକାର ଯେ ଯାହା ଦ୍ୱାରା ସେ ତୁରନ୍ତ ହିଟ୍ ହୋଇଯିବେ। ଖାଲି ଏତିକି ନୁହେଁ, ତାଙ୍କୁ ମଧ୍ୟ କୁହାଯାଇଥିଲା ଯେ ଏପରି କିଛି କରିବା ଦରକାର ଯାହା ଦ୍ୱାରା ସେ ବିବାଦକୁ ଆସିବେ।

ଯେତେବେଳେ ପୁନମ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ, ସେ ଜଣେ ଅଭିନେତ୍ରୀ ହେବାର ସ୍ୱପ୍ନ ନେଇ ଆସିଥିଲେ। କିନ୍ତୁ ତାଙ୍କୁ ଏଠାରେ କୌଣସି ବିଶେଷ ଅଫର ମିଳିଲା ନାହିଁ। ଫଳରେ ପୁନମ୍ କେବଳ ମଡେଲିଂ କରି ଟଙ୍କା ରୋଜଗାର କରିବାକୁ ଲାଗିଲେ। ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ବଢିବାବାରେ ଲାଗିଲେ। ବର୍ତ୍ତମାନ ସେ ଏରୋଟିକ୍ ଭିଡିଓ ତିଆରି କରି ଟଙ୍କା ରୋଜଗାର କରୁଛନ୍ତି। ପୁନମ୍ ଲକ୍ଅପ୍ ସୋ ସମୟରେ କହିଥିଲେ, ଲୋକମାନେ ଯାହା କୁହନ୍ତି ସେଥିପ୍ରତି ସେ ଧ୍ୟାନ ଦିଅନ୍ତି ନାହିଁ, ସେ ନିଜ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାକୁ ପସନ୍ଦ କରନ୍ତି।

ପୁନମ୍ ନିଜକୁ ଚର୍ଚ୍ଚାକୁ ଆଣିବା ପାଇଁ ଥରେ କହିଥିଲେ ଯେ ତାଙ୍କର ୱେବ୍‌ସାଇଟ୍ ହ୍ୟାକ୍ ହୋଇଯାଇଛି। ସେଥିରେ ଥିବା ଅଶ୍ଳୀଳ ଫଟୋକୁ ସେ ନିଜେ ୱେବ୍‌ସାଇଟ୍‌ରେ ଅପଲୋଡ୍ କରି ନାହାନ୍ତି। ଏହାର ଫାଇଦା ଏହା ହେଲା ଯେ ବହୁ ସଂଖ୍ୟକ ଲୋକ ପୁନମ୍‌ଙ୍କ ସାଇଟକୁ ସର୍ଚ୍ଚ କରିବାକୁ ଲାଗିଲେ।

Bollywood
Advertisment
Advertisment