Advertisment

Daily Horoscope 11 May 2022: ଆଜି ଏହି ସବୁ ରାଶିର ଛାତ୍ରଛାତ୍ରୀଙ୍କୁ ମିଳିପାରେ ଚାକିରି

ଆଜି ୨୦୨୨ ମସିହା, ମେ ମାସ, ୧୧ ତାରିଖ, ବୁଧବାର, ମେଷ, ୨୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂର୍ବାଫାଲଗୁନି ନକ୍ଷତ୍ର, ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

author-image
Otv Khabar Bureau
undefined

daily horoscope

ଆଜି ୨୦୨୨ ମସିହା, ମେ ମାସ, ୧୧ ତାରିଖ, ବୁଧବାର, ମେଷ, ୨୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂର୍ବାଫାଲଗୁନି ନକ୍ଷତ୍ର, ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Advertisment

ମେଷ :-

  • ବୃତ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି
  • ଆୟ ଅନୁପାତରେ ବ୍ୟୟ ବଢିବାରୁ ମନରେ ଅସ୍ଥିରତା ସୃଷ୍ଟି ହେବ, ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିପାରେ
  • ସନ୍ତାନମାନେ ପାଠ ପଢାରେ ଉନ୍ନତି କରିପାରନ୍ତି

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବୃଷ :-

  • ପାରିବାରିକ ସମସ୍ୟା ଲାଗି ରହିବାରୁ ଅପବାଦ ପାଇବେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ
  • ଚାକିରୀ କ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହେବାର ଆଶଙ୍କା ରହିଛି
  • ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ
Advertisment

ପ୍ରତିକାର-ଚଉରା ମାଟି ମଥାରେ ଲଗାନ୍ତୁ

ମିଥୁନ :-

  • ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ ଏବଂ ମାନସମ୍ମାନ ପାଇପାରନ୍ତି
  • ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଏବଂ ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ
  • ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ସୁସମ୍ବାଦ ପ୍ରାପ୍ତି ହୋଇପାରେ

ପ୍ରତିକାର- ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ

କର୍କଟ :-

  • ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି
  • ଯାନବାହନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ
  • ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ

ପ୍ରତିକାର-କୁକୁର କୁ ଖାଦ୍ୟ ଦିଅନ୍ତୁ

ସିଂହ :-

  • ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଏବଂ ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି
  • ପିତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନରେ କଷ୍ଟ ଅନୁଭବ କରିପାରନ୍ତି
  • ନୂଆ ବନ୍ଧୁଙ୍କ ସହିତ ମିଳନ ହେବା ସହିତ ସୁସ୍ୱାଦୁ ଭୋଜନ କରିପାରନ୍ତି

ପ୍ରତିକାର-ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ

କନ୍ୟା :-

  • ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରି ଅର୍ଥଲାଭ କରିପାରନ୍ତି
  • ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛି ଅର୍ଥ ବ୍ୟୟ ହୋଇପାରେ
  • ସନ୍ତାନମାନଙ୍କର ସ୍ୱଭାବ ବାପା ମାଙ୍କ ମନରେ କଷ୍ଟ ଦେବ

ପ୍ରତିକାର-ମଥାରେ ହଳଦୀ ଟୀକା ଲଗାନ୍ତୁ

ତୁଳା :-

  • କର୍ମ କ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ ଏବଂ ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରନ୍ତି
  • ପାରିବାରିକ ସମସ୍ୟା ଓ ମାଲିମକଦ୍ଦମା ଯାହା ଥିଲା ତାହା ସମାଧାନରେ ପହଞ୍ଚିପାରେ
  • ଗୁପ୍ତ ଶତ୍ରୁଙ୍କ ପ୍ରତି ସାବଧାନ ରହିବେ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ବିଚ୍ଛା :-

  • ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଏବଂ ଛାତ୍ରଛାତ୍ରୀଙ୍କୁ ଚାକିରି ପାଇଁ ସୁଯୋଗ ମିଳିପାରେ
  • ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଏବଂ ମାନସମ୍ମାନ ପ୍ରାପ୍ତି ହୋଇପାରେ
  • ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ

ପ୍ରତିକାର- ମା ପାର୍ବତୀଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ

ଧନୁ :-

  • ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ କିନ୍ତୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ
  • ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି
  • ଜମି, ଗୃହ, ଯାନବାହନ କ୍ରୟ କରିବା ପାଇଁ ସୁଯୋଗ ମିଳିପାରେ

ପ୍ରତିକାର-ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ

ମକର :-

  • ପାରିବାରିକ କଳହ ଲାଗି ରହିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ
  • ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ ଅର୍ଥ ବ୍ୟୟ ମଧ୍ୟ ହୋଇପାରେ
  • ଦୂରସ୍ଥାନକୁ ଯାତ୍ରା କଲେ ସାବଧାନର ସହିତ ଯାଆନ୍ତୁ

ପ୍ରତିକାର-ମଥାରେ ହଳଦୀ ଟୀକା ଲଗାନ୍ତୁ

କୁମ୍ଭ :-

  • ଚାକିରି କରିଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ପ୍ରାପ୍ତି ହୋଇପାରେ
  • ରାଜନୀତି କରୁଥିବା ବ୍ୟକ୍ତି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି
  • ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ ଓ ଆର୍ଥିକ ସମସ୍ୟା ଦୂର ହୋଇପାରେ

ପ୍ରତିକାର-କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ :-

  • ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିପାରନ୍ତି
  • ବ୍ୟବସାୟ କ୍ଷେତ୍ରରେ ଉନ୍ନତି କଲେ ମଧ୍ୟ ପଡୋଶୀଙ୍କ ସହିତ ବିବାଦ ହୋଇପାରେ
  • ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇପାରନ୍ତି

ପ୍ରତିକାର-ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

Daily Horoscope
Advertisment
Advertisment