• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଲରା ଚାଷ କରି ଲାଭବାନ ହୁଅନ୍ତୁ

ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଦରକାର ପଡିଥାଏ । ତେଣୁ ସମୟ ଅନୁଯାୟୀ କିସମ ଚୟନ୍ନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ । ଖରାଦିନିଆ କସମ ଚୟନ କରିବା ଆବଶ୍ୟକ ।

  • ବାୟୁମଣ୍ଡଳରେ ଉତ୍ତାପ ଅଧିକ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ । ଯାହାଦ୍ଵାରା କି ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ କମିଯାଏ । ଏସବୁକୁ ଦୃଷ୍ଟିରେ ରଖା ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲରା ଚାଷ କଲେ ଭଲ ।
  • ମୁଖ୍ୟତଃ ବାଲିଆ (ନଦୀ ପଠା). ଦୋରସା ମାଟି ଯେଉଁଥରେ ଅମ୍ଳତା (ପି. ଏଚ୍)୬.୫ରୁ ୭.୦ ରେ ଥର୍ବ ସେଥିରେ କଲରା ଚାଷ ଭଲ ଭାବରେ ହୋଇପାରେ ।
  • ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧାନ ଦେବା ନିହାତି ଦରକାର ପଡିଥାଏ । ତେଣୁ ସମୟ ଅନୁଯାୟୀ କିସମ ଚୟନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ ଖରାଦିନିଆ କିସମ ଚୟନ କରିବା ଆବଶ୍ୟକ । ଫଳର ଆକାର ଅନୁସାରେ କଲରା ବିଭିନ୍ନ ପ୍ରକାର ହୋଇଥାଏ ।

ମଞ୍ଜି ଲଗାଇବା ସମୟରେ କ’ଣ କରିବେ:

  • ସାଧାରଣତଃ ହେକ୍ଟର ପିଛା ୫ ରୁ ୬ କେ.ଜି. ଏବଂ ଏକରେ ଚାଷ କରୁଥିଲେ ୧.୫ରୁ ୨ କେ.ଜି. ମଞ୍ଜି ଆବଶ୍ୟକ ହୋଇଥାଏ ।
  • ମଞ୍ଜିକୁ ମୁଖ୍ୟ ଜମିରେ ଲଗାଇବା ପୂର୍ବରୁ ବିଶୋଧନ କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।
  • ଏକ କେ.ଜି. ମଞ୍ଜିକୁ ୨ ଗ୍ରାମର କାପଟାନ କିମ୍ବା ଅରାମ ସହ ବିଶୋଧନ କରନ୍ତୁ ।
  • ମଞ୍ଜିରୁ ଶୀଘ୍ର ଗଜା ବାହାର କରି ଲଗାଇବା ପାଇଁ ଚାହୁଁଥିଲେ ମଞ୍ଜିକୁ ୨୦-୨୪ ଘଣ୍ଟା ପାଣିରେ ବଡୁରାଇ ତାକୁ ଗୋଟେ ଓଦା କପଡାରେ ବାନ୍ଧି ରଖିବା ଦ୍ଵାରା ମଞ୍ଜି ବହୁତ ଶୀଘ୍ର ଅଙ୍କୁରୋଦଗମ ହୋଇଥାଏ ।
  • ଯେହେତୁ ଖରାଦିନେ ଚାଷ କରୁଛନ୍ତି ସେଥିପାଇଁ ଜାନୁୟାରୀ ଶେଷରୁ ମାର୍ଚ୍ଚର ଶେଷ ମଞ୍ଜି ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ ।
  • ମଞ୍ଜି ଲଗାଇବା ପୂର୍ବରୁ କରିବେଏକର ପ୍ରତି ୮-୧୦ ଟନ ଶତ୍ରୀ ଗୋବର ଖତ ମାଟିରେ ମିଶାଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ସମତଳ କରିଦିଅନ୍ତୁ । ଯେହେତୁ କଲରା, ମଞ୍ଜିକୁ ମନ୍ଦା ମନ୍ଦା କରି ଲଗାନ୍ତୁ ।
  • ସେଥିପାଇଁ ପ୍ରତି ଗାତ, ମନ୍ଦା ପିଛା ୨୦-୨୫ ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ଦେଇ ମନ୍ଦା ପ୍ରତି ୪-୫ଟି ମଞ୍ଜି ପୋତନ୍ତୁ ।
  • କଲରା ଗଛକୁ ତଳେ ମଡାଇ ଚାଷ କରୁଥିଲେ ମନ୍ଦାକୁ ମନ୍ଦା ୫୦ ସେ.ମି. ଓ ଧାଡିକୁ ଧାଡି ୧.୨ ମି. ବ୍ୟବଧାନ ଏବଂ ଗଛକୁ ତାର ସାହାଯ୍ୟରେ ମଡାଉଥିଲେ ମନ୍ଦାକୁ ମନ୍ଦା ୪୮ ସେ.ମି. ଏବଂ ଧାଡିକୁ ଧାଡି ୧ମି. ବ୍ୟବଧାନ ରଖୁବା ଆବଶ୍ୟକ ।
  • ମଞ୍ଜି ଲଗାଇବା ସମୟରେ ୧୦ କେ.ଜି. ଯବକ୍ଷାରଜାନ, ୧୦ କେ.ଜି. ଫସଫରସ ଓ ୨୦ କେ.ଜି. ପଟାସ ସାର ପ୍ରୟୋଗ କରନ୍ତୁ ଏବଂ ଗଛ ଲଗାଇବାର ୪୦-୫୦ ଦିନ ପରେ ଆଉ ଅବଶିଷ୍ଟାବିଂଶ ୨୦ କେ.ଜି ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।
  • ମଞ୍ଜି ଲଗାଇବାର ୩୦-୩୫ ଦିନ ପରେ ଦୁଇଥର ମିଶ୍ରିତ ଅଶୁସାର (୩ ଗ୍ରାମ, ଲିଟର) ସିଞ୍ଚନ କରିବାକୁ ଭୁଲନ୍ତୁ ନାହିଁ ।
  • ମଞ୍ଜି ଲଗାଇବାର ୧୦ ଦିନ ମଧ୍ୟରେ ଖାଲି ଥିବା ସ୍ଥାନ ପୂରଣ କରନ୍ତୁ । ମନ୍ଦା ପିଛା ୨-୩ଟି ଗଛ ରଖ, ବାକି ସବୁ ଗଛ ଉପାଡି ଦିଅନ୍ତୁ ।
  • ଅଣ୍ଡିରା ଫୁଲର ପରିମାଣ ଅଧିକ ହେବା ଦ୍ଵାରା ଫଳର ପରିମାଣ କମିଯାଏ । ଏସବୁକୁ ଦୃଷ୍ଟିରେ ରଖୁ ଚାରା ୨-୩ ପତ୍ର ହୋଇଥିବା ବେଳେ ପ୍ରତି ୬ ଦିନ ବ୍ୟବଧାନରେ ୨ ଥର ମାଲିକ୍ ହାଇଡ୍ରାଜାଇଡ ୧ ଗ୍ରାମକୁ ୫ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ମାଈ ଫୁଲର ପରିମାଣ ଅଧିକ ହେବା ସଙ୍ଗେ ସଙ୍ଗେ ଫଳର ପରିମାଣ ମଧ୍ୟ ବଢିଥାଏ ।

ଅମଳ:

ମଞ୍ଜି ଲଗାଇବାର ୫୦ରୁ ୬୦ ଦିନରେ କଲରା ଅମଳ ଉପଯୋଗୀ ହୋଇଥାଏ । କଞ୍ଚା ଅବସ୍ଥାରେ କଲରାକୁ ହାତରେ ନ ଛିଣ୍ଡାଇ ଉନ୍ନତମାନର ଦଆ ସାହାଯ୍ୟରେ କାଟନ୍ତୁ । ଏକର ପିଛା ୪୦-୫୦ କୁଇଣ୍ଟାଲ ମିଳିବା ସଙ୍ଗେ ସଙ୍ଗେ ହେକ୍ଟର ପିଛା ୮-୧୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ ।