ଦେଶର ସବୁଠୁ ଦୀର୍ଘତମ ଦାନ୍ତିଆ ହାତୀର ମୃତ୍ୟୁ ହୋଇଛି । ଏହି ହାତୀଟିର ନାଁ ଭଗେଶ୍ୱର । ତେବେ ବାର୍ଦ୍ଧକ୍ୟ କାରଣରୁ ହାତିର ମୃତ୍ୟୁ ହୋଇଥିବାବେଳେ । ହାତୀର ବୟସ ପାଖାପାଖି ୫୦ରୁ ୬୦ ବର୍ଷ ମଧ୍ୟରେ ହୋଇଥିବାର ଅନୁମାନ କରିଯାଉଛି । କର୍ଣ୍ଣାଟକରେ ଥିବା ବନ୍ଦିପୁର ଟାଇଗର ରିସର୍ଭର (Bandipur Tiger Reserve) ଗୁନ୍ଦ୍ରେ ରେଞ୍ଜ୍ରେ (Gundre Range)ର ଫରେଷ୍ଟ ଅଧିକାରୀମାନଙ୍କୁ ଏହି ହାତୀଟିର ମୃତ ଦେହ ମିଳିଥିଲା । ତେବେ ଭୋଗେଶ୍ୱର ନିଜ ଲମ୍ୱା ଦାନ୍ତ ପାଇଁ ବେଶ୍ ପରିଚିତ ଥିବାବେଳେ ତାକୁ 'Mr Kabini' ନାମରେ ମଧ୍ୟ ଡକାଯାଉଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାର୍ଦ୍ଧକ୍ୟ କାରଣରୁ ଭୋଗେଶ୍ୱରର ମୃତ୍ୟୁ ଘଟିଛି । ପୋଷ୍ଟ ମର୍ଟମ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ପ୍ରାକୃତିକ କାରଣ ହୋଇଥିବା ଜଣାପଡିଛି । ହାତୀର ଶରୀରରେ କୌଣସି ଆଘାତର ଚିହ୍ନ ନଥିଲା ଏବଂ ଦାନ୍ତ ମଧ୍ୟ ସମ୍ପୂର୍ଣ୍ଣ ଭଲ ଥିଲା ।
Also Read
ଭୋଗେଶ୍ୱର ପ୍ରକୃତିପ୍ରେମୀ ଏବଂ ଫଟୋଗ୍ରାଫରମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଥିଲା । ଏମିତିକି ଲୋକେମାନେ ତାକୁ ଦେଖିବାକୁ ବହୁ ଦୂରରୁ ଆସୁଥିଲେ ।
ଭୋଗେଶ୍ୱର ମୃତ୍ୟୁ ହୋଇଥିବା ବେଳେ ପୋଷ୍ଟମର୍ଟମ ପରେ ତାର ଦାନ୍ତକୁ ସଂରକ୍ଷିତ ରଖିବା ପାଇଁ ଅର୍ୟନ୍ ଭବନ (Aranya Bhavan) କୁ ପଠାଯାଇଛି । ଭବିଷ୍ୟତରେ ଦାନ୍ତକୁ ପ୍ରଦର୍ଶନୀରେ ରଖାଯାଇପାରିବ । ସାଧାରଣତଃ ଏସିଆର ହାତୀମାନଙ୍କର ଦାନ୍ତ ୩ ରୁ ୪ ଫୁଟ ଲମ୍ବା କିନ୍ତୁ ଭୋଗେଶ୍ୱରଙ୍କ ଦାନ୍ତ ପ୍ରାୟ ୮ଫୁଟ ଲମ୍ୱ ବିଶିଷ୍ଟ ଥିଲା । ଲମ୍ବା ଦାନ୍ତ ହେତୁ ସେ ଅନ୍ୟ ହାତୀମାନଙ୍କ ପରି ମୁଣ୍ଡ ନୁଆଁଇ ପାରୁନଥିଲା ।
ଦେଖନ୍ତୁ, ସୋସିଆଲ୍ ମିଡିଆରେ ଦୁଃଖପ୍ରକାଶ କଲେ ୟୁଜର୍ସ :-
It’s distressing to know the passing away of #Bhogeshwara, 60 years old elephant famously known as Mr. Kabini.
— Shobha Karandlaje (@ShobhaBJP) June 12, 2022
The elephant had drawn the attention of the tourists & nature enthusiasts for his mammoth tusks.
He breathed his last at Gundre range of the Bandipur Tiger Reserve. pic.twitter.com/P5fMjiimEb
Kabini's iconic Bhogeshwara, which had the longest Tusks in the whole of Asia is no more. RIP. pic.twitter.com/Ltnk93j0We
— Susanta Nanda IFS (@susantananda3) June 12, 2022
So sad..RIP Mr.Kabini !
— Virendra Sachdeva (@Virend_Sachdeva) June 13, 2022
Bhogeshwara, the 58-year-old elephant of Kabini, Reserve forest. who has the longest core tooth in Asia is no more
— B M Sandeep (@BMSandeepAICC) June 12, 2022
Om Shanthi pic.twitter.com/2bYJ6AWxuC