Advertisment

୪୨ ଡିଗ୍ରୀ ତାପମାତ୍ରାରେ ବି ଗଛରେ ଫଳୁଛି ଲାଲ ଟହଟହ ଆପେଲ୍‌

ପ୍ରବଳ ଗୁଳୁଗୁଳି, ପ୍ରଚଣ୍ଡ ତାତି। ତାପମାତ୍ରା ପାଖାପାଖି ୪୨ ଡିଗ୍ରୀ ହେବ। ହେଲେ ଓଡିଶାର ଏଇଠି ପ୍ରଚୁର ପରିମାଣରେ ଫଳୁଛି ଆପେଲ। ପେନ୍ଥା ପେନ୍ଥା ଝୁଲିଛି ସେଓ। ଲାଲ ଟହଟହ ସେଓ ଦେଖିଲେ ଆପଣଙ୍କ ପାଟିରେ ବି ଆସିଯିବ ଲାଳ। ଜାଣନ୍ତୁ ଏତେ ଖରାରେ କେମିତି ହେଉଛି ଆପେଲ ଚାଷ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha Man Grows Apple

Odisha Man Grows Apple

ଗଛରେ ଲାଲ ଲାଲ ହୋଇ ଫଳିଛି ଆପେଲ । ୪୦ ଡିଗ୍ରୀ ତାପମାତ୍ରା ପରେ ବି ଗଛରେ ପ୍ରବଳ ଫଳିଛି ଆପେଲ। ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ ଛଟପଟ କରୁଛି ହେଲେ ଥଣ୍ଡା ପରିବେଶରେ ଚାଷ ହେଉଥିବା ଏହି ଆପେଲ କିନ୍ତୁ ମୌସମରେ ମଧ୍ୟ ଫଳିଛି ।

Advertisment

ଗଛ ଡାଳରେ ଆପେଲ ଫଳିଛି ଆଉ ଖରାରେ ପୂରା ଲାଲ ଟହଟହ ଦେଖାଯାଉଛି। ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ ଛଟପଟ କରୁଛି। ତେବେ ଏପରି ସମୟରେ ମଧ୍ୟ ସେଓ ଚାଷ କରି ସଫଳତା ପାଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଚାଷୀ କ୍ଷମାନିଧି ବାରିକ । ନିଜର ୩୦ ଡ଼ିସିମିଲ ଜମିରେ ଗତ ବର୍ଷ ସେଓ ଚାଷ ଆରମ୍ଭ କରିଥିଲେ, ବର୍ତ୍ତମାନ  ଗଛରେ ସେଓ ଫଳିବା ଆରମ୍ଭ ବି ହୋଇଛି ।

HRMN-99 ପ୍ରଜାତିର ୧୫୦ ଟି ଚାରା ଆଣି ପ୍ରଥମେ ଚାଷ ଆରମ୍ଭ କରିଥିଲେ କ୍ଷମାନିଧି । ସେଥିମଧ୍ୟରୁ ବର୍ତ୍ତମାନ ୧୩୦ ଟି ଗଛ ରହିଛି । ଆଉ ଗଛରେ ଫଳ ଆସିବା ପରେ ସୁନ୍ଦର ଦେଖାଯାଉଛି ଏବଂ ବେଶ ସୁସ୍ୱାଦୁ ମଧ୍ୟ ଲାଗୁଛି । ତେବେ ଏହି ଚାଷ ପାଇଁ ସେ କୃଷି ବୈଜ୍ଞାନିକ ସନତ ମେହେରଙ୍କ ସହାୟତା ନେଇଥିବା ବେଳେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Advertisment

ସରକାରୀ ସ୍ତରରେ ସେଓ ଚାଷ ପାଇଁ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉ ନଥିବାବେଳେ ନିଜସ୍ୱ ଖର୍ଚ୍ଚରେ ସେ ଏହି ଚାଷ ଆରମ୍ଭ କରିଛନ୍ତି ଏବଂ ଗୋଟିଏ ଗଛରେ ହାରାହାରି ୫୦ ରୁ ୧୦୦ କେଜି ଫଳ ଆସିବା ଲକ୍ଷ୍ୟ ରଖିଛନ୍ତି । ଆଉ ଏଇ ଚାଷ କରି ବର୍ଷକୁ ୧୨ ରୁ ୧୫ ଲକ୍ଷ ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ରିପୋର୍ଟର- ଦୀପକ ଶର୍ମା

Special Story Odisha Man Grows Apple
Advertisment
Advertisment