• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଗାତାର ଦ୍ୱିତୀୟ ଦିନରେ ED କାର୍ଯ୍ୟାଳୟରେ ହାଜର ହେଲେ ରାହୁଲ ଗାନ୍ଧି । ଗତକାଲି ୧୦ ଘଣ୍ଟାର ମାରାଥନ ଜେରା ପରେ ଆଜି ପୁଣି ସେ ହାଜର ହୋଇଛନ୍ତି । ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଜେରାର ସମ୍ମୁଖୀନ ହେବେ । ଆଜି ହାଜର ପାଇଁ ରାହୁଲ ଗାନ୍ଧିଙ୍କୁ ED ପକ୍ଷରୁ ଗତକାଲି ସମନ୍ ହୋଇଥିଲା ।

ଗତକାଲି ଦୁଇ ପର୍ଯ୍ୟାୟରେ ୧୦ ଘଣ୍ଟାର ଜେରା ପରେ ପୁଣି ରାହୁଲଙ୍କୁ ସମନ କରାଯାଇଥିଲା । ତେବେ ଏଥିପାଇଁ ଦେଶର ସବୁ ଇଡି ଅଫିସ୍‌ରେ କଂଗ୍ରେସ ଦଳର ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳିଥିଲା । ବହୁଚର୍ଚ୍ଚିତ ନ୍ୟାସ୍‌ନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ରାହୁଲ୍‌ଙ୍କୁ ଇଡି ସମନ୍ ଓ ଜେରାକୁ ନେଇ ଦିନ ତମାମ୍ ହାଇଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଓ ରାହୁଲ ।

ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ସମନ୍ ପାଇ ଗତକାଲି ପ୍ରାୟ ସାଢ଼େ ୧୧ଟାରେ ଇଡି ଅଫିସ୍‌ରେ ପହଞ୍ଚିଥିଲେ ରାହୁଲ । ଏହାପରେ ଆରମ୍ଭ ହୋଇଥିଲା ମାରାଥନ୍ ଜେରା । ପ୍ରିଭେନ୍ସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ବା ବା PMLAର ଧାରା ୫୦ ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ।

ଗୋଟିଏ ପଟେ ରାହୁଲଙ୍କୁ ଜେରା ଚାଲିଥିଲା ତ ଏହାର ପ୍ରତିବାଦରେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ବିଭିନ୍ନ ରାଜ୍ୟର ଇଡି କାର୍ୟ୍ୟାଳୟ ଆଗରେ ଶୋଭାଯାତ୍ରା, ବିକ୍ଷୋଭ, ନାରାବାଜି ଢଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲା ଦଳ । ସିଆରପି ଛକ ନିକଟରୁ ପଦ ଯାତ୍ରାରେ ଆସି ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ ।