/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655190282.jpg)
This WagonR Modified To Look Like An Autorickshaw Will Blow Your Mind
ଭାରତ ହେଉଛି ଜୁଗାଡ୍ର ଗନ୍ଥାଘର । ଏଠାରେ ଲୋକେ ନିଜ ବୃଦ୍ଧି ବଳରେ ଅନେକ କିଛି ଜୁଗାଡ୍ କରିଥାନ୍ତି । ଯାହା ଲୋକଙ୍କ ଭାବନା ବାହାରେ ଥାଏ । ଠିକ୍ ଏହିପରି ଏକ ବିଚିତ୍ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖିଲେ ହୁଏତ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଜଣିବା ଏହି ହାସ୍ୟଜନକ ଭିଡିଓ ବିଷୟରେ ।
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓଟି ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଏକ ଲାଲି ରଙ୍ଗର ୱାଗ୍ନର ଗାଡ଼ି ଯାଉଛି । ହେଲେ ଆଗରୁ ଦେଖିଲେ ଏହା ଅଟୋ ପରି ଜଣାପଡ଼ୁଛି । ଗାଡ଼ିରେ ବସିଥିବା ଚାଳକ ଜଣକ ଏହି ଗାଡ଼ିକୁ ଚଲାଉଛନ୍ତି । ବାସ୍ତବରେ ଏହି ଗାଡ଼ିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ଏହା ଏକ ୱାଗନର ଗାଡ଼ି ଯାହାକୁ ଜୁଗାଡ୍ ମାଧ୍ୟମରେ ଏକ ଅଟୋରେ ପରିବର୍ତ୍ତନ କରାଯାଇଛି ।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଗାଡ଼ିଟି ପଛରୁ ଦେଖିବାକୁ ଏକ ସାଧାରଣ କାର୍ ପରି ହୋଲେ ସାମ୍ନାରୁ ଦେଖିଲେ ଏହା ଅବିକଳ ଅଟୋ ପରି ଦେଖାଯାଉଛି । ଏହାସହ ଏହି ଭିଡିଓରୁ ଜଣାପଡୁଛି ଯେ, ଏହି ହାଇବ୍ରିଡ୍ର ଅଟୋ-କାର୍ରେ ୪ଟି ସିଟ୍ ଥିବାବେଳେ ତିନୋଟି ଚକ ରହିଛି ।
ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓ:-
ଏହି ଭିଡ଼ିଓଟି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଭିଡିଓଟି ସେୟାର ହୋଇଥିବା ସହ ଏଥିରେ ଲେଖାଯାଇଛି ଯେ, ‘ଏହା କେବଳ ଭାରତରେ ହିଁ ହୋଇପାରିବ’ ।
/odishatv-khabar/media/post_attachments/uploadimage/library/free_files/jpg/jugad_2022_06_14_123606.jpg)
ତେବେ ୨୦୨୨ ମାରୁତି ୱାଗନ୍ରରେ ଏକାଧିକ ଫିଚର୍ସର ଅପସନ୍ ରହିଛି । ଭାରତୀୟ ରାସ୍ତାରେ ସାଧାରଣତ ବ୍ୟବହୃତ କାରଗୁଡିକ ମଧ୍ୟରୁ ୱାଗନ୍ର ଅନ୍ୟତମ । କେବଳେ ଏତିକି ନୁହେଁ ଏହାର ସୁଲଭତା ହେତୁ ମଧ୍ୟବିତ୍ତମାନଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)