୧- ଜୀବନ ଓ ମୃତ୍ୟୁର ପଛର ରହସ୍ୟ ଜାଣିବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ ଥାଆନ୍ତି । ଅନେକ ପ୍ରଶ୍ନ ରହିଛି ଯାହାର କିଛି ପ୍ରାମାଣିକ ଉତ୍ତର ନାହିଁ । ଏହି ସମ୍ପର୍କରେ ବୈଜ୍ଞାନିକମାନଙ୍କର ନିଜସ୍ୱ ଧାରା ଅଛି । ଯେଉଁଥିରେ ସେମାନେ ଏହାକୁ ଦର୍ଶାଇ ଥାଆନ୍ତି । ବିଶ୍ୱରେ ଏପରି ଅନେକ ମାମଲା ଅଛି ଯେଉଁଥିରେ ମଣିଷ ମୃତ୍ୟୁ ପରେ ବି ଜୀବିତ ହୋଇଯାଇଥାଏ । ଏମିତିକି ମେଡିକାଲ ରିପୋର୍ଟରେ ବି ପୂର୍ବରୁ ସେମାନଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଘଟଣାର କେତେ ସତ୍ୟାସତ୍ୟ ରହିଛି ତାହାକୁ ନେଇ ତର୍କ ବିତର୍କ ମଧ୍ୟ ହୋଇଥାଏ ।

ଏହି ପରିସ୍ଥିତିରେ, ମଣିଷ ମୃତ୍ୟୁ ପରେ ବି ପୁଣି ଜୀବନ୍ତ ହୋଇପାରେ କି ନାହିଁ ତାହା ଏକ ବଡ ପ୍ରଶ୍ନ ସୃଷ୍ଟିକରିଛି । ଏହି ଆଶଙ୍କାରେ ପୁରାତନ ଖ୍ରୀଷ୍ଟାଦ୍ଦରୁ ଅନେକ ଲୋକ କ୍ରୋୟୋଜୋନିକ ଟ୍ୟାଙ୍କରରେ ମୃତ ଶରୀରକୁ ଫ୍ରିଜ୍ କରି ମଧ୍ୟ ରଖିଛନ୍ତି । ଏହି ବିଷୟବସ୍ତୁ ଉପରେ ଆଜି ଆମେ ଜାଣିବା ଯେ କ’ଣ ମଣିଷ ସତରେ ମୃତ୍ୟୁ ପରେ ବି ଜୀବିତ ହୋଇପାରିବ ? ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ପ୍ରଶ୍ନର ଉତ୍ତର କଣ ?
୨- ସୂଚନାଯୋଗ୍ୟ, ମଣିଷର ଶରୀର ଏକ ବାୟୋଲୋଜିକାଲ୍ ପ୍ରୋସେସ୍ରେ ଆଧାରିତ। ଆମର ଶରୀର କିପରି କାମ କରୁଛି ତାହା ଜାଣିବା ପୂର୍ବରୁ ପ୍ରଥମେ ଶରୀରର କାର୍ଯ୍ୟ ପ୍ରଣାଳୀକୁ ବୁଝିବା ଦରକାର। ମଣିଷ ଶରୀରର ପ୍ରତ୍ୟେକ କୋଷ ମଧ୍ୟରେ ଅନେକ ପ୍ରକାରର କେମିକାଲ୍ ରିଆକ୍ସନ ଘଟିଥାଏ । ରିଆକ୍ସନଗୁଡିକ ମଧ୍ୟରୁ ଏଟିପି ନାମକ ଉର୍ଜାର ମହତ୍ତ୍ୱ ଅଧିକ ରହିଥାଏ । ଶରୀରର ଗ୍ରୋଥ୍, ପ୍ରଜଜନ ଓ ଶରୀରର କ୍ଷତି ପୂରଣ ହିସାବରେ ସେହି ଏଟିପି ଉର୍ଜାର ଭୂମିକା ଥାଏ ।

୩- ମଣିଷ ଶରୀରର କୋଷଗୁଡିକ ଏଟିପି ଯେତେବେଳେ ଦୁର୍ବଳ ହୋଇଯାଏ, ସେତେବେଳେ ଶରୀର ମଧ୍ୟ କ୍ରମାଗତଭାବେ ଶକ୍ତିହୀନ ହୋଇଯାଇଥାଏ । ଫଳରେ ଶରୀରର କାର୍ଯ୍ୟପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥାଏ । ଏହି ତଥ୍ୟ ଅନୁଯାୟୀ, ଯେତେବେଳେ ଆମ ଶରୀରର କୋଷଗୁଡିକ ଦୁର୍ବଳ ହୋଇଯାଏ, ସେତେବେଳେ ହିଁ ଆମର ମୃତ୍ୟୁ ହୋଇଯାଏ । କୋଷଗୁଡିକ ଦୁର୍ବଳ ହେଲେ ଶରୀରର ଜଳିୟ ପ୍ରକ୍ରିୟାମାନ ମଧ୍ୟ ସ୍ଥଗିତ ହୋଇଯାଇଥାଏ ।

୪- ଏଠାରେ ପ୍ରଶ୍ନ ଉଠୁଛି ଯେ, ମୃତ୍ୟୁ ପରେ ବି ମଣିଷ ପୁଣି ଥରେ ଜୀବିତ ହୋଇପାରିବ କି ? ଏହାର ଉତ୍ତର ନିଶ୍ଚିତ ଭାବେ ହଁ କି ନାଁ କହିପାରିହେବନି । କାରଣ ବିଜ୍ଞାନ ମଧ୍ୟ ସମ୍ଭାବନା ପଥରେ ଚାଲିଥାଏ । ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ଖୋଜ ଅନୁସାରେ ଏମିତି କୌଣସି ଖୋଜ ହୋଇନି ଯାହା ମାଧ୍ୟମରେ ମଣିଷ ଶରୀରର କୋଷଗୁଡିକୁ ପୁର୍ନବାର ଜୀବନ୍ତ କରି ମଣିଷକୁ ପୁଣି ଜୀବିତ କରିପାରିବ । ଭବିଷ୍ୟତରେ ବୈଜ୍ଞାନିକମାନେ କିଛି ଏପରି ଆବିଷ୍କାର କରିପାରନ୍ତି, ଯେଉଁଥିରେ ମୃତ ଶରୀରକୁ ବି ପୁଣି ଥରେ ଜୀବିତ କରାଯାଇପାରିବ ।

୫- ଏହି ଲକ୍ଷ୍ୟରେ ଅନେକ ଲୋକ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରକୁ କ୍ରୋୟୋଜୋନିକ ଟ୍ୟାଙ୍କରରେ ଫ୍ରିଜ କରି ରଖାଯାଇଛି । ଫଳରେ ମଣିଷ ଶରୀର ଭିତରର କୋଷମାନ ଫ୍ରିଜ ହୋଇ ଜମିଯାଇଥାଏ କେବଳ ଜୀବିତ କରିବା ଆଶାରେ ଏପରି ଅନେକ ଲୋକ କରିଥାନ୍ତି । ଯଦି ଭବିଷ୍ୟତରେ ନୂଆ ବୈଜ୍ଞାନିକ ଶୈଳୀର ଖୋଜ ହୁଏ ଏବଂ ମୃତ ଶରୀରର କୋଷଗୁଡିକକୁ ପୁର୍ନଗଠନ କରାଯାଏ ତେବେ ହୁଏ ତ ଆଗାମୀ ଦିନରେ ମୃତ ଶରୀରକୁ ପୁଣି ଥରେ ଜୀବନ୍ତ କରିହେବ ।

୬- ବର୍ତ୍ତମାନ ଏଠାରେ ଦୁଇଟି ଚିନ୍ତାଧାରାର ସଂଘର୍ଷ ହୋଇଥାଏ । ଯଦି ଜୀବନକୁ ନେଇ ବିଜ୍ଞାନର ଏହି ଧାରାକୁ ଦେଖିବା ତେବେ ଚେତନା ଓ ଅସ୍ଥିତ୍ୱ ପରି ଅନେକ ଜିନିଷ ନାହିଁ । ଆମେ କେବଳ ଏକ ଜଟିଳ ଶରୀରର ସଂରଚନାକୁ ନେଇ ବଞ୍ଚିଛୁ । ସେପଟେ ଅନେକ ଲୋକଙ୍କ ତଥ୍ୟ ଅନୁସାରେ ମଣିଷକୁ ବଞ୍ଚିବାକୁ ହେଲେ ଚେତନାର ମହତ୍ତ୍ୱ ଭୂମିକା ରହିଛି । ତେବେ ସତ କ’ଣ ? ତାହା ଆମେ ଆଜି ପର୍ଯ୍ୟନ୍ତ ଜାଣିପାରିଲୁ ନାହିଁ । ବୈଜ୍ଞାନିତ ଓ ଅନ୍ୟାନ୍ୟ ଗବେଷକମାନେ ଏହାକୁ ନିଜ ନିଜ ଦୃଷ୍ଟି କୋଣରୁ ପ୍ରଦର୍ଶିତ କରିଥାନ୍ତି ।