Emergency information is available for LIC policyholders
ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆର ପଲିସି ଆପଣଙ୍କ ପାଖରେ ଅଛି କି। ଯଦି ହଁ ଏଲଆଇସିର ପ୍ରାଥମିକ ପବ୍ଲିକ ଅଫରରେ ଭାଗ ନିଅନ୍ତୁ। ମିଳିବ ଢେର ସାରା ଫାଇଦା। ଏଲଆଇସିର ଆଇପିଓ ପାଇଁ ପଲିସିଧାରୀଙ୍କୁ ରିଜର୍ଭ କ୍ୟାଟେଗୋରୀ ମିଳିଛି। ଯଦି ଆପଣ ରିଜର୍ଭ କ୍ୟାଟେଗୋରୀ ଅନୁସାରେ ଆଇପିଓ ପାଇଁ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତେବେ ଫେବ୍ରୁଆରୀ ୨୮ ମଧ୍ୟରେ ନିଜର ପ୍ୟାନକୁ ଏମିତି ଅପଡେଟ କରି ନିଅନ୍ତୁ।
- କିପରି ଆପ୍ଲାଏ କରିବେ :
- ପ୍ରଥମେ ଏଲଆଇସିର ଅଫିସିଆଲି ୱେବସାଇଟ୍ https ://licindia.in/କୁ ଯାଆନ୍ତୁ।
- ଏହା ପରେ ଏଠାରେ ଥିବା ଅନ୍ଲାଇନ୍ ପ୍ୟାନ୍ ରେଜିଷ୍ଟ୍ରେସନର ବିକଳ୍ପକୁ ବାଛନ୍ତୁ।
- ଏବେ ଅନ୍ଲାଇନ୍ ପ୍ୟାନ୍ ରେଜିଷ୍ଟ୍ରେସନ ପେଜରେ କ୍ଲିକ୍ କରନ୍ତୁ।ଆଉ ପ୍ରୋସିଡ୍ ବଟନ ଉପରେ ମାଉସ ରଖି ଏଣ୍ଟର ମାରନ୍ତୁ।
- ନିଜର ଇମେଲ୍ ଠିକଣା, ପ୍ୟାନ, ମୋବାଇଲ ନମ୍ୱର ଓ ଏଲଆଇସି ପଲିସି ନମ୍ୱରର ସମସ୍ତ ସୂଚନା ଦେବା ପରେ ବକ୍ସରେ ଥିବା କ୍ୟାପଚା କୋଡ ଦିଅନ୍ତୁ।
- ନିଜର ରେଜିଷ୍ଟର ମୋବାଇଲ ନମ୍ୱରରେ ଓଟିପି ପାଇଁ ରିକ୍ୱେଷ୍ଟ କରନ୍ତୁ।
- ମୋବାଇଲକୁ ଓଟିପି ଆସିଗଲେ, ତାକୁ ଦିଅନ୍ତୁ ଏବଂ ସବମିଟ କରି ଦିଅନ୍ତୁ। ଫର୍ମ ଜମା କରିବା ପରେ ରେଜିଷ୍ଟ୍ରେସନ ସଫଳ ହେବାର ମେସେଜ ଆସିବ।
- କିପରି ନିଜ ଷ୍ଟାଟସ ଚେକ୍ କରିବେ
- ପ୍ରଥମେ https://linkpan.licindia.in /UIDSeedingWebApp/getPolicyPANStatusକୁ ଯାଆନ୍ତୁ।
- ପଲିସି ନମ୍ୱର, ଜନ୍ମ ତିଥି ଓ ପ୍ୟାନ୍ ନମ୍ୱର ଭରି କ୍ୟାପଚା ଦାଖଲ କରନ୍ତୁ।
- ପୁଣି ସବମିଟ ବଟନ ପ୍ରେସ କରନ୍ତୁ।
- ପ୍ରୋସେସ ପୂରା ହେବା ପରେ ସ୍କ୍ରିନରେ ଆପଣଙ୍କ ସାମନାରେ ଷ୍ଟାଟସ ନଜର ଆସିବ। ଯେଉଁଥିରୁ ଆପଣ ଜାଣି ପାରିବେ ଆପଣଙ୍କର ପ୍ୟାନ୍ ଏଲଆଇସି ପାଖରେ ଅପଡେଟ୍ ହୋଇଛି ନା’ ନାହିଁ।
ଆଇପିଓ ପାଇଁ ଏଲଆଇସି ସମସ୍ତ କାଗଜପତ୍ର ଜମା କରି ସାରିଛି। ଆଇପିଓ ମାଧ୍ୟମରେ ସରକାର ଏଲ୍ଆଇସିରୁ ୫ ପ୍ରତିଶତ ଅଂଶ ବା ୩୧.୬ କୋଟି ସେୟାର ବିକ୍ରି କରିବାକୁ ଯାଉଛନ୍ତି। ଆସନ୍ତା ମାର୍ଚ୍ଚରେ ଏଲଆଇସି ଆଇପିଓ ଲଞ୍ଚିଂ ହେବାର ଅଛି। ଏହା ପରେ ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ସେୟାର ବଜାରରେ ଲିଷ୍ଟେଡ ହୋଇଯିବ। ଷ୍ଟକ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର ପଞ୍ଜୀକୃତ ହେବା ଦ୍ୱାରା ଏଲଆଇସି ଅଧିକ ଲାଭବାନ ହେବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)