• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୦ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି । ଇସ୍ରାଏଲର ଘନ ଘନ ଆକ୍ରମଣରେ ଗାଜାରେ ସୃଷ୍ଟି ହେଲାଣି ମାନବ ସଙ୍କଟ । ତଥାପି ଭାଙ୍ଗୁନି ମୁହଁତୋଡ଼ । ଜାତିସଂଘ ଠାରୁ ଆରମ୍ଭ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଋଷ, ଚୀନ, ଇସଲାମିକ ରାଷ୍ଟ୍ର ଆଦି ଅନେକ ଯୁଦ୍ଧ ବନ୍ଦ ପାଇଁ କହିଥିଲେ ମଧ୍ୟ ଇସ୍ରାଏଲ ନଛୋଡବନ୍ଧା ।

ଅଧିକ ପଢ଼ନ୍ତୁ: କାହିଁକି ବନ୍ଧୁ ତାଲିବାନର ଶତ୍ରୁ ପାଲଟିଲା ପାକିସ୍ତାନ ? ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା..

ଯୁଦ୍ଧ ବନ୍ଦ ପାଇଁ ଅନେକ ବୈଠକ ହେବା ପରେ ମଧ୍ୟ ସବୁ ନିଷ୍ଫଳ ହୋଇଛି । ଖାସ କରି ଇସଲାମିକ ରାଷ୍ଟ୍ରମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ଆରବ, ତୁର୍କୀ, ଇଜିପ୍ଟ ପ୍ରମୁଖ ରାଷ୍ଟ୍ର, ପାଲେଷ୍ଟାଇନ ପାଇଁ ମିଳିତ ଭାବରେ ସ୍ୱର ଉତ୍ତୋଳନ କରି ନାହାନ୍ତି । ଏହାର କାରଣ କଣ ହୋଇପାରେ ବୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠିଛି । ଜି୨୦ ଶିଖର ସମ୍ମିଳନୀରେ ଇଷ୍ଟ ୟୁରୋପ ଇକୋନୋମିକ କରିଡର ଘୋଷଣା ହେବା ପରେ ପରେ ହିଁ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା । ଜି୨୦ରେ ଭାରତର ସଫଳତାକୁ ଚୀନ ସହ୍ୟ କରି ପାରିନଥିଲା ।

ଅନ୍ୟପଟେ ଚୀନ ନିର୍ମାଣ କରୁଥିବା ସିପେକ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଅନ୍ଧକାରମୟ ହୋଇ ପଡ଼ିଛି । ଏହି ପ୍ରକଳ୍ପ ଚୀନର ଜିଙ୍ଗଜିଆଙ୍ଗର କାସଗର ସହରରୁ ବାହାରି ପାକିସ୍ତାନର ବିଭିନ୍ନ ପ୍ରଦେଶ ଦେଇ ଇରାନ ପର୍ଯ୍ୟନ୍ତ ଯାଉଛି । କିନ୍ତୁ ଚୀନ ପାଇଁ ବର୍ତ୍ତମାନ ତେହରିକ ଇ ତାଲିବାନଠାରୁ ଆରମ୍ଭ କରି ବେଲୁଚୀ ବିଦ୍ରୋହୀ ନିଦ ହଜାଇ ଦେଇଛନ୍ତି । ଅପର ପାର୍ଶ୍ୱରେ ପାକିସ୍ତାନର ଆର୍ଥିକ ଦୁର୍ବଳତା, ଚୀନକୁ ହତୋତ୍ସାହିତ କରି ଦେଇଛି ।

ଏପରି ସ୍ଥଳେ ଆଇଏମସି ପ୍ରକଳ୍ପକୁ ନେଇ ଭାରତ ଓ ଆମେରିକାର ଦବଦବା ରହିବା ସହ ମଧ୍ୟପ୍ରାଚ୍ୟରେ ଚୀନର କ୍ଷମତା ହ୍ରାସ କରିଛି । ଏହାକୁ ନେଇ ଚୀନ ଯେପରି ଭାବରେ ରାଜନୀତି ଆରମ୍ଭ କରିଥିଲା ଏହାର ସିଧାସଳଖ ପ୍ରଭାବ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ପଡ଼ୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

କହିବାକୁ ଗଲେ ମଧ୍ୟ ପ୍ରାଚ୍ୟରେ ଚୀନ ଏକ ପ୍ରକାର ଏକ ଘରିକିଆ ହୋଇ ଯାଇଛି । ଚୀନର ସିପେକ ପ୍ରକଳ୍ପ ବିଫଳ ହେବାକୁ ଯାଉଥିବା ବେଳେ ଭାରତର ନେତୃତ୍ୱରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆଇଏମଇସିକୁ ଭଣ୍ତୁର କରିବାକୁ ଚକ୍ରାନ୍ତ କରି, ଚୀନ ଇରାନକୁ ହାତ ବାରିସି କରି ଏଭଳି ଯୁଦ୍ଧକୁ ପ୍ରୋତ୍ସାହିତ କରିଛି ବୋଲି କୁହାଯାଉଛି ।