• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ଵକପ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ଵକପ୍ ଜିତିଥିବାରୁ ଅଷ୍ଟ୍ରେଲିଆ ଟିମ୍‌କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ୍ ମିଡିଆ `X'ରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି ।

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଚଳିତ ବିଶ୍ଵକପ୍‌ରେ ନିଷ୍ଠାର ସହ ଭଲ ଖେଳିଛନ୍ତି ଭାରତୀୟ ଖେଳାଳି । ଟିମ୍‌ ଇଣ୍ଡିଆ ଭାରତର ଗୌରବ ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳିତ ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ସ୍ୱୀକାର କରିଛି । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ତିଆ ଅଲ୍‌‌ଆଉଟ୍‌ ହେବା ସହ ପରାଜୟ ବରଣ କରିଛି । ୫୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ସୀମିତ ରହିଥିଲା ଭାରତ । ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା ।

ହେଲେ କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ । ୨୪୧ ରନ୍‌ର ଟାର୍ଗେଟ ୪୩ ଓଭରରେ ହାସଲ କହିଛି ଅଷ୍ଟ୍ରେଲିଆ । ଫଳରେ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଟିମ୍‌ ହୋଇଛି ।