• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ନିଶାସେବନ କଲେ କ୍ୟାନସର ପରି ଭୟଙ୍କର ରୋଗ ହୋଇଥାଏ । ଏଥିପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସଚେତନ ମଧ୍ୟ କରାଯାଉଛି । ତଥାପି ଲୋକେ ଜାଣିଶୁଣି ଧୂମ୍ରପାନ କରୁଛନ୍ତି । ତେବେ ଧୂମପାନ କରୁଥିବା ଲୋକଙ୍କ ମତରେ ନିଶା ଛାଡ଼ିବାକୁ ଚାହିଁଲେ ମଧ୍ୟ ଛାଡି ହେଉନାହିଁ ।

ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି 

ନିଶା ଛଡ଼ାଇବା ପାଇଁ ସରକାରଙ୍କ ପ୍ରୟାସ । ଧୂମପାନର ନିଶାରୁ ଲୋକଙ୍କୁ ମୁକ୍ତି ଦେବାପାଇଁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ନିକଟରେ ବ୍ରିଟେନର ଏକ ସହରରେ ଧୂମପାନ ଛାଡିବା ପାଇଁ ଏକ ଯୋଜନା ମଧ୍ୟ କରାଯାଇଛି । ଧୂମପାନକା କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରକାର ଲୋଭନୀୟ ଅଫର୍ ଦିଆଯାଉଛି । ଧୂମପାନ ବନ୍ଦ କଲେ ପ୍ରତିବଦଳରେ ନଗଦ ପୁରସ୍କାର ପ୍ରଦାନ କରାଯିବ ।

ବ୍ରିଟେନର ଏହି ସହରରେ ଯୋଜନା କାର୍ଯ୍ୟକାରୀ ହୋଇଛି

ଦି ସନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନର Cheshire East Council ସହରରେ ଏହି ଯୋଜନା ପ୍ରଣୟନ କରାଯାଇଛି । ଯୋଜନା ଅଧୀନରେ ଧୂମପାନ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଏବଂ ଧୂମପାନ କରୁଥିବା ଗର୍ଭବତୀ ମହିଳାଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରାଯିବ । ଲୋକମାନେ ଟଙ୍କା ଲୋଭରେ ଧୂମ୍ରପାନ ଛାଡିପାରନ୍ତି ବୋଲି ସ୍ଥାନୀୟ ପ୍ରଶାସନ ଆଶ କରିଛି । ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ।

ସରକାର ବଜେଟ୍ ପାସ୍ କରିଛନ୍ତି

ଏହି ଯୋଜନା ପାଇଁ ପ୍ରଶାସନ ଭାରତୀୟ ମୁଦ୍ରାରେ ୧ କୋଟିରୁ ଅଧିକ ବଜେଟ୍ ପାସ କରିଛି । ଏହି ରାଶି କେବଳ ନଗଦ ପୁରସ୍କାର ଦେବା ପାଇଁ ବ୍ୟବହାର କରାଯିବ ।

ଲୋକମାନେ ଏହି ତିନୋଟି ଲାଭ ପାଇବେ

ପରିସଂଖ୍ୟାନ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଦିନକୁ ୨୦ ଥର ଧୂମପାନ କରନ୍ତି, ତେବେ ସେ ବାର୍ଷିକ ୪.୪ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଧୂମପାନ ତ୍ୟାଗ କଲେ ସ୍ୱାସ୍ଥ୍ୟ ସହିତ ଅର୍ଥ ମଧ୍ୟ ସଞ୍ଚୟ କରିପାରିବେ । ଏଥିସହ ଧୂମପାନ ଛାଡ଼ିଲେ ସରକାରଙ୍କ ଠାରୁ ଯେଉଁ ପୁରସ୍କାର ମିଳିବ, ତାହା ହେଉଛି ଏକ ବୋନସ୍ ।