/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654671335.jpg)
Bear Attack
ବାଘଗଣନା ବେଳେ ଭାଲୁ ଆକ୍ରମଣ । ବାଘଗଣନା ବେଳେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି । ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିଲେ । ୨ ଆହତ ବନ ସୁରକ୍ଷା କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
Advertisment
ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଚାଲିଛି । ଶିମିଳିପାଳ ଅଭୟାରଣ୍ୟର ୧୬ ରେଜ୍ର ୧୭୩ ଟି ସ୍ଥାନରେ ବାଘଗଣନା ଚାଲିଛି । ପ୍ରାକ୍ମୌସୁମୀ ବାଘଗଣନା କାର୍ୟ୍ୟରେ ୫ ଶହରୁ ଅଧିକ ବନକର୍ମଚାରୀ ସାମିଲ ହୋଇଛନ୍ତି । କେବଳ ଶିମିଳିପାଳ ଅଭୟାରଣ୍ୟରେ ୮ ଦିନଧରି ଗଣନାକାର୍ଯ୍ୟ ଚାଲିବ । ଗତ ୬ ତାରିଖରୁ ବାଘଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଶେଷ ହେବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)