• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କରୋନା କାଳରେ, ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଯୋଗର ଗୁରୁତ୍ୱ ବଢିଯାଇଛି। ତାଲାବନ୍ଦ ସମୟରେ ଲୋକେ ଘରେ ବନ୍ଦୀ ହୋଇଗଲେ। ନିଜକୁ ସୁସ୍ଥ ରଖିବା ପାଇଁ ଶୀଘ୍ର ଉଠି ଯୋଗ ଏବଂ ବ୍ୟାୟାମ କରିବା ଆରମ୍ଭ କଲେ। ଏହି ନିତ୍ୟକର୍ମକୁ ବିଦେଶରେ ମଧ୍ୟ ଗ୍ରହଣ କରାଯାଇଛି। ୨୦୧୫ରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେତୁ ବିଦେଶରେ ମଧ୍ୟ ଯୋଗର ଚାହିଦା ବଢିଚାଲିଛି। ଭାରତକୁ ଯୋଗ ଗୁରୁ କୁହାଯାଏ।

ଯୋଗ ହେଉଛି ଭାରତର ସଂସ୍କୃତିର ଏକ ଅଂଶ। ଆଜି ସାରା ବିଶ୍ୱରେ ଏହା ଧାରା ପ୍ରବାହିତ। ପ୍ରତିବର୍ଷ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। କିନ୍ତୁ ଯୋଗକୁ ଆନ୍ତର୍ଜାତୀୟ ସ୍ତରକୁ ନେବା ଏବଂ ଏହାକୁ ସ୍ୱୀକୃତି ଦେବାରେ ଭାରତୀତ ଯୋଗ ଗୁରୁମାନଙ୍କ ବହୁ ଭୂମିକା ରହିଛି। ତେବେ ଆସନ୍ତୁ ୫ ଜଣ ଭାରତୀୟ ଯୋଗ ଗୁରୁଙ୍କୁ ଜାଣିବା ଯେଉଁମାନଙ୍କର ପ୍ରୟାସ ଦ୍ୱାରା ଆଜି ଯୋଗ ବିଦେଶରେ ପହଞ୍ଚିପାରିଛି।

ବିକେଏସ୍ ଆୟଙ୍ଗର:

ବିଦେଶରେ ଯୋଗକୁ ପ୍ରଚାର କରିବା ନେଉ ଯୋଗ ଗୁରୁ ବିକେଏସ୍ ଆୟଙ୍ଗରଙ୍କ ଭୂମିକା ଅତୁଳନୀୟ। ସେ ଆୟଙ୍ଗର ଯୋଗ ନାମରେ ଏକ ଯୋଗ ବିଦ୍ୟାଳୟ ଖୋଲିଥିଲେ, ଯାହା ମାଧ୍ୟମରେ ସେ ସାରା ବିଶ୍ୱରେ ଯୋଗକୁ ପ୍ରଚାର କରିଥିଲେ। ସେ ବିଦେଶୀ ଛାତ୍ରମାନଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ଯୋଗର ଉପକାରିତା ବିଷୟରେ ସଚେତନ କରୁଥିଲେ। ଆୟଙ୍ଗର ଯୋଗ ଉପରେ ଏକ ପୁସ୍ତକ ଲେଖିଥିଲେ ଯାହାର ନାମ 'ଲାଇଟ୍ ଅନ୍ ଯୋଗ୍'। ଯୋଗ ପାଇଁ ମ୍ୟାଟ୍‌ର ଆବଶ୍ୟକତାକୁ ସେ ହିଁ ଅନୁଭବ କରିଥିଲେ ଏବଂ ପ୍ରଥମେ ତାଙ୍କ ବିଦେଶୀ ଯୋଗ ଛାତ୍ରମାନଙ୍କ ପାଇଁ ଯୋଗ ମ୍ୟାଟ୍ ଭାବରେ ରବର ମ୍ୟାଟ୍ ବ୍ୟବହାର କରିଥିଲେ।

ଧିରେନ୍ଦ୍ର ବ୍ରହ୍ମଚାରୀ:

ଯୋଗ ଗୁରୁ ଧିରେନ୍ଦ୍ର ବ୍ରହ୍ମଚାରୀ ଇନ୍ଦିରା ଗାନ୍ଧୀଙ୍କ ଯୋଗ ଗୁରୁ ଭାବରେ ପ୍ରସିଦ୍ଧ ଥିଲେ। ସେ ଦୂରଦର୍ଶନ ମାଧ୍ୟମରେ ଭାରତରେ ଯୋଗର ପ୍ରଚାର ପ୍ରସାର କରୁଥିଲେ। ଦିଲ୍ଲୀର ଅନେକ ବିଦ୍ୟାଳୟରେ ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସେ ଉଦ୍ୟମ କରିଥିଲେ ଏବଂ ଯୋଗ ଆଶ୍ରମ ଆରମ୍ଭ କରିଥିଲେ। ଧର୍ମେନ୍ଦ୍ର ବ୍ରହ୍ମଚାରୀଙ୍କର ଜାମ୍ମୁରେ ଏକ ଆଶ୍ରମ ମଧ୍ୟ ଅଛି। ସେ ଯୋଗ ଉପରେ ଇଂରାଜୀ ଏବଂ ହିନ୍ଦୀରେ ଅନେକ ପୁସ୍ତକ ଲେଖିଛନ୍ତି।

ତିରୁମଲାଇ କୃଷ୍ଣମାଚାର୍ଯ୍ୟ:

ହଠଯୋଗ ଏବଂ ବିନ୍ୟାସକୁ ପୁନର୍ଜୀବିତ କରିବାର ଶ୍ରେୟ ତିରୁମଲାଇ କୃଷ୍ଣମାଚାର୍ଯ୍ୟଙ୍କ ପ୍ରତି ଯାଏ। ଯୋଗ ଗୁରୁ ତିରୁମଲାଇ କୃଷ୍ଣମାଚାର୍ଯ୍ୟ ଆଧୁନିକ ଯୋଗର ଜନକ। ତାଙ୍କର ଆୟୁର୍ବେଦ ଉପରେ ମଧ୍ୟ ଜ୍ଞାନ ଥିଲା ଏବଂ ଆୟୁର୍ବେଦ ସହିତ ଯୋଗ ମାଧ୍ୟମରେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କର ସେ ସେବା କରୁଥିଲେ।

ପରମହଂସ ଯୋଗାନନ୍ଦ:

ଭାରତର ଯୋଗଗୁରୁ ପରମହଂସ ଯୋଗାନନ୍ଦ ଯୋଗର ପ୍ରଥମ ତଥା ମୁଖ୍ୟ ଗୁରୁ ଭାବରେ ପରିଗଣିତ ହୁଅନ୍ତି। ପରମହଂସ ଯୋଗାନନ୍ଦ ପାଶ୍ଚାତ୍ୟର ଲୋକଙ୍କୁ ଧ୍ୟାନ ଏବଂ କ୍ରିଆଯୋଗ ବିଷୟରେ ଅବଗତ କରିଥିଲେ। ସେ ଅଧିକାଂଶ ସମୟ ଆମେରିକାରେ ବିତାଇଥିବା ବେଳେ ବିଦେଶରେ ଯୋଗକୁ ପ୍ରଚାର ପ୍ରସାର କରିଥିଲେ। ପରମହଂସ ଯୋଗାନନ୍ଦ ମଧ୍ୟ ତାଙ୍କ ପୁସ୍ତକ 'ଅଟୋବାୟୋଗ୍ରାଫୀ ଅଫ୍‌ ଯୋଗୀ' ମାଧ୍ୟମରେ ଯୋଗର ପ୍ରଚାର କରିଛନ୍ତି।

କୃଷ୍ଣ ପଟ୍ଟାଭୀ ଜୋଇସ୍:

ଭାରତୀୟ ଯୋଗଗୁରୁଙ୍କ ତାଲିକାରେ ଆଉ ଜଣେ ବଡ ଏବଂ ପ୍ରସିଦ୍ଧ ନାମ ହେଉଛି କୃଷ୍ଣ ପଟ୍ଟାବୀ ଜୋଇସ। ସେ ଅଷ୍ଟାଙ୍ଗ ବିନ୍ୟାସ ଯୋଗକୁ ବିକଶିତ କରିଥିଲେ। ଯୋଗଗୁରୁ କୃଷ୍ଣ ପଟ୍ଟାବୀ ଜୋଇସ୍‌ଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଷ୍ଟିଙ୍ଗ୍, ମ୍ୟାଡୋନା ଏବଂ ଗ୍ୱେନେଥ୍ ପାଲ୍ଟ୍ରୋଙ୍କ ନାମ ଅନ୍ତର୍ଭୁକ୍ତ।