Advertisment

ପିଠି, ଗୋଡ ଏବଂ ବଳାଗଣ୍ଠିକୁ ମଜବୁତ୍ କରେ ସେତୁବନ୍ଧାସନ

ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍‌ନେସ୍‌କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।

author-image
Pramod Behera
Benefits of setu bandhasana

Benefits of setu bandhasana

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାରୀରିକ କସରତ ଜରୁରୀ। ଆଜିକାଲିର ସୁସ୍ଥିଆ ଜୀବନ ଅନେକ ଗମ୍ଭୀର ରୋଗର ମୁଖ୍ୟ କାରଣ ହେଉଛି। ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟନେସ୍‌କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ବିଶେଷଜ୍ଞମାନେ ପ୍ରତିଦିନ ଯୋଗ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦିଅନ୍ତି। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।

Advertisment

ସେତୁବନ୍ଧାସନ ପଛକୁ ଭାଙ୍ଗି କରାଯାଉଥିବା ଏକ ଆସନ ହୋଇଥିବା ବେଳେ ଏହାକୁ ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତ ବୟସର ଲୋକମାନେ କରି ଏହାର ଲାଭ ପାଇପାରିବେ। ଏହା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ତେବେ ଆସନ୍ତୁ ଏହି ଆସନର ପଦ୍ଧତି ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।

କିପରି କରିବେ ଏହି ଆସନ:

ସେତୁବନ୍ଧାସନ ଏକ ସହଜ ଯୋଗାସନ ହୋଇଥିଲେ ବି ଯଦି ଆପଣ ପ୍ରଥମ ଥର ପାଇଁ ଏହାକୁ କରିବାକୁ ଯାଉଛନ୍ତି ତେବେ ନିଶ୍ଚିତ ଭାବରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

Advertisment

ପ୍ରଥମେ ମ୍ୟାଟ୍ ଉପରେ ପିଠି ପଟେ ଶୋଇପଡନ୍ତୁ

  • ଧିରେ ଧିରେ ଗୋଡକୁ ବଙ୍କା କରି ପିଚା ପାଖରେ ଆଣନ୍ତୁ
  • ଦୁଇ ହାତରେ ଦୁଇ ଗୋଡର ବଳାଗଣ୍ଠିକୁ ଧରନ୍ତୁ
  • ବର୍ତ୍ତମାନ ଶ୍ୱାସ ନେଇ ଚଟାଣରୁ ଅଣ୍ଟାକୁ ଯଥାସମ୍ଭବ ଉପରକୁ ଉଠାନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
  • ତାପରେ ଶ୍ୱାସ ଛାଡି ପୂର୍ବ ସ୍ଥିତିକୁ ଆସନ୍ତୁ

ଫଳାଫଳ:

  • ପିଠି, ଗୋଡ ଏବଂ ବଳାଗଣ୍ଠିକୁ ମଜବୁତ୍ କରେ
  • ଛାତି, ହୃଦୟ ଏବଂ ପିଚାର ମାଂସପେଶୀକୁ ସୁସ୍ଥ ରଖେ
  • ଛାତି, ବେକ, କାନ୍ଧ ଏବଂ ମେରୁଦଣ୍ଡକୁ ପ୍ରସାରଣ କରେ
  • ମନକୁ ଶାନ୍ତ କରିବା ସହ ଚାପ ଏବଂ ଉଦାସୀନତାର ଲକ୍ଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
  • ପେଟ, ଫୁସ୍‌ଫୁସ୍‌ ଏବଂ ଥାଇରଏଡ୍‌ର ଅଙ୍ଗକୁ କାର୍ଯ୍ୟକ୍ଷମ କରେ

ସାବଧାନତା:

ସେତୁବନ୍ଧାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ଯେଉଁମାନଙ୍କର ବେକରେ ଆଘାତ, ପିଠିରେ ଯନ୍ତ୍ରଣା କିମ୍ବା ଆଣ୍ଠୁଜନିତ ସମସ୍ୟା ଥାଏ ତେବେ ଏହି ଅଭ୍ୟାସରୁ ଦୂରେଇ ରହିବା ଉଚିତ।

Yogasana Setubandhasana
Advertisment
Advertisment