• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯେକୌଣସି ଦେଶର ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପର୍ଯ୍ୟଟନ ସ୍ଥଳକୁ ଦେଶ-ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପରିବହନ ସେବା ଠାରୁ ଆରମ୍ଭ କରି ହୋଟେଲ୍‌, ରେଷ୍ଟୁରାଣ୍ଟ୍‌ ଏବଂ ଟିକେଟ୍ ପର୍ଯ୍ୟନ୍ତ ସବୁକିଛି ଖର୍ଚ୍ଚ କରନ୍ତି। ଯେଉଁ କାରଣରୁ ରାଜସ୍ୱ ବୃଦ୍ଧି ପାଏ। ଯେଉଁମାନେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ସେମାନେ ନୂତନ ପର୍ଯ୍ୟଟନ ସ୍ଥଳ ଖୋଜିବାରେ ଲାଗନ୍ତି। ଏନେଇ ଅନେକ କ୍ଷେତ୍ରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏବଂ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ।

ବିଶ୍ୱ ପର୍ଯ୍ୟଟନ ଦିବସ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ପର୍ଯ୍ୟଟନ ଦୃଷ୍ଟିରୁ ଦେଶଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇପାରିବେ। ଏହା ସଜ ନିଜ ଦେଶ ବ୍ୟତୀତ ଯାତ୍ରୀମାନେ ବିଦେଶୀ ପର୍ଯ୍ୟଟନ ସ୍ଥାନ ବିଷୟରେ ମଧ୍ୟ ଜାଣିପାରିବେ ଏବଂ ଅନ୍ୟ ଦେଶର ପର୍ଯ୍ୟଟନ ମାଧ୍ୟମରେ ବିଦେଶୀ ସଂସ୍କୃତି ବିଷୟରେ ଅତି ନିକଟରୁ ଅବଗତ ହୋଇପାରିବେ। କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱ ପର୍ଯ୍ୟଟନ ଦିବସ କେବେ ପାଳନ କରାଯାଏ? ଏହି ଦିନଟି କେବେ ଏବଂ କିପରି ଆରମ୍ଭ ହେଲା? ଆସନ୍ତୁ ଜାଣିବା ବିଶ୍ୱ ପର୍ଯ୍ୟଟନ ଦିବସର ତାରିଖ, ଇତିହାସ ଏବଂ ଗୁରୁତ୍ୱ।

କେବେ ହୁଏ ପାଳନ କରାଯାଏ:

୨୫ ଜାନୁଆରୀରେ ଭାରତ ଏହାର ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରେ। ତେବେ ବିଶ୍ୱ ସ୍ତରରେ ପର୍ଯ୍ୟଟନ ଦିବସ ୨୭ ସେପ୍ଟେମ୍ବରରେ ପାଳନ କରାଯାଏ।

ଇତିହାସ:

୧୯୮୦ରେ ପ୍ରଥମ ଥର ପାଇଁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ କରାଯାଇଥିଲା। ମିଳିତ ଜାତିସଂଘର ବିଶ୍ୱ ବାଣିଜ୍ୟ ସଂଗଠନ (UNWTO) ଦ୍ୱାରା ଏହି ଦିନ ଆରମ୍ଭ ହୋଇଥିଲା। ୨୭ ସେପ୍ଟେମ୍ବରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ କରିବାର ଏକ ବିଶେଷ କାରଣ ମଧ୍ୟ ଥିଲା। ୧୯୭୦ରେ ଏହି ଦିନ, ମିଳିତ ଜାତିସଂଘର ବିଶ୍ୱ ବାଣିଜ୍ୟ ସଂଗଠନକୁ ମାନ୍ୟତା ମିଳିଥିଲା। UNWTO ର ବାର୍ଷିକୀରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।


କାହିଁକି ହୁଏ ପାଳନ:

ପର୍ଯ୍ୟଟନ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନ ମାଧ୍ୟମରେ ଦେଶର ଅର୍ଥନୀତିକୁ ବଢେଇବା ନେଇ ରୋଜଗାରକୁ ପ୍ରୋତ୍ସାହିତ କରିବା। ଲୋକଙ୍କୁ ପର୍ଯ୍ୟଟନ ବିଷୟରେ ସଚେତନ କରାଇବା ସହ ଯଥାସମ୍ଭବ ପର୍ଯ୍ୟଟନ ସ୍ଥଳ ବିଷୟରେ ଲୋକଙ୍କୁ ସୂଚନା ଦେବା।

କେଉଁ ଦେଶ ଏହାକୁ ଆୟୋଜନ କରୁଛି:

ପ୍ରତିବର୍ଷ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ବିଶ୍ୱର ଗୋଟିଏ ଦେଶ ଦ୍ୱାରା ଆୟୋଜିତ ହୋଇଥାଏ। ୨୦୨୨ ମସିହାରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ର ଆୟୋଜକ ଦେଶ ଥିଲା ଇଣ୍ଡୋନେସିଆ। ଚଳିତ ବର୍ଷ ସାଉଦି ଆରବ ‘ବିଶ୍ୱ ପର୍ଯ୍ୟଟନ ଦିବସ’କୁ ଆୟୋଜନ କରୁଛି।

ଚଳିତ ବର୍ଷର ଥିମ:

ବିଶ୍ୱ ପର୍ଯ୍ୟଟନ ଦିବସର ଏକ ବିଶେଷ ଥିମ୍‌କୁ ନେଇ ପାଳିତ ହୁଏ। ପୂର୍ବ ବର୍ଷର ଥିମ୍‌ ଥିଲା “Rethinking Tourism”। ଏହି ଥିମ୍ କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନକୁ ବିପୁଳ କ୍ଷତି ହୋଇଥିଲା। ଏହାକୁ ଧ୍ୟାନରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ଥିମ୍ ହେଉଛି “Tourism And Green Investments” ବା ‘ପର୍ଯ୍ୟଟନ ଏବଂ ସବୁଜ ନିବେଶ’।