Advertisment

World Laughter Day: ହାସ୍ୟ ସୃଷ୍ଟିକରେ ସଂସାରରେ ଶାନ୍ତି ପ୍ରତିଷ୍ଠା

ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ ହାସ୍ୟ ଦିବସ'। ଆସନ୍ତୁ ଜାଣିବା ଏହା ପଛର କାରଣ।

author-image
Pramod Behera
ଅଦ୍ୟତନ ହୋଇଛି
World Laughter Day 2023

When celebrating World Laughter Day

ଆଜିର ଆଧୁନିକ ଜୀବନଶୈଳୀରେ, ଆମେ ସମସ୍ତେ ଏକ ଧାଁ ଦୌଡ ଜୀବନ ଅତିବାହିତ କରୁଛୁ। ଶାରୀରିକ ଚାପ ଅପେକ୍ଷା ଆମେ ଅଧିକ ମାନସିକ ଚାପରେ ରହୁଛୁ। କହିବାକୁ ଗଲେ ଆମେ ସମସ୍ତେ ହସକୁ ପ୍ରାୟ ଭୁଲିଯାଇଛୁ। କାମର ଚାପରେ ଆଜିକାଲି କାହା ପାଖରେ ମନଖୋଲା ହସିବାକୁ ବି ସମୟ ନାହିଁ।

Advertisment

ଆପଣ ଜାଣନ୍ତି କି ଏହି ଏହି ହସ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ଏନେଇ ପ୍ରତି ବର୍ଷ 'ବିଶ୍ୱ ହାସ୍ୟ ଦିବସ' ପାଳନ କରାଯାଉଛି। ତେବେ ଆସନ୍ତୁ ଜାଣିବା କାହିଁକି ଓ କେବେ ଏହାକୁ ପାଳନ କରାଯାଏ?

କେବେ ଆରମ୍ଭ ହେଲା:

ପ୍ରଥମ ଥର ପାଇଁ ୧୧ ଜାନୁଆରୀ ୧୯୯୮ରେ ମୁମ୍ବାଇରେ ହସ ଦିବସର ଆୟୋଜିତ ହୋଇଥିଲା। ଏହାକୁ 'ହାସ୍ୟ ଯୋଗ ଆନ୍ଦୋଳନ' ଦ୍ୱାରା ଆୟୋଜିତ କରାଯାଇଥିଲା। ଏହି ହାସ୍ୟ ଯୋଗ ଆନ୍ଦୋଳନର ପ୍ରତିଷ୍ଠାତା ଥିଲେ ଡା. ମଦନ କଟାରିୟା। ତାଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ହସ ଦିବସ ଆୟୋଜିତ ହୋଇଥିଲା।

Advertisment

ହସିବା ଦ୍ୱାରା ଶାରୀରିକ ଏବଂ ମାନସିକ ଉପକାର ଦେଖି ପ୍ରତି ବର୍ଷ ଏହି ଦିନ ଆୟୋଜିତ ହେଲା। ହାସ୍ୟ ଯୋଗର ଲୋକପ୍ରିୟତା ବଢିଲା। ଏବେ ସମଗ୍ର ବିଶ୍ୱରେ ୬୦ ହଜାରରୁ ଅଧିକ ହସ୍‌ କ୍ଲବ ଅଛି।

କେବେ ହୁଏ ପାଳନ:

ବିଶ୍ୱ ହସ ଦିବସ ପାଳନ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହାକୁ ପ୍ରତିବର୍ଷ ମେ’ ମାସର ପ୍ରଥମ ରବିବାରରେ ପାଳନ କରାଯାଏ। ଚଳିତ ବର୍ଷ ‘ବିଶ୍ୱ ହାସ୍ୟ ଦିବସ’ ଆଜି ବା ୭ ପାଳନ କରାଯାଉଛି।

କିପରି ହୁଏ ପାଳନ:

ଏହି ଅବସରରେ ସମଗ୍ର ବିଶ୍ୱରେ ଥିବା ୬୦ ହଜାରରୁ ଅଧିକ କମେଡି କ୍ଲବ୍ ଏବଂ କେତେକ ସରକାରୀ ଏବଂ ଅଣ-ସରକାରୀ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏନେଇ ବିଭିନ୍ନ କମେଡି ପ୍ରୋଗ୍ରାମ, ରାଲି, ସେମିନାର୍‌, ହାସ୍ୟ କବି ସମ୍ମିଳନୀ, ହାସ୍ୟ ନାଟକ ଏବଂ କମେଡି ଶୋ’ର ଆଦି କରାଯାଏ।

କାହିଁକି ପାଳନ କରାଯାଏ:

ଥରେ ଭାବିଲେ! ହସ ବିନା ଆମ ଜୀବନ କ’ଣ ହେବ? ଆଜିର ଆଧୁନିକ ପରିବେଶରେ ଆମେ ଯେପରି ଜୀଉଛୁ ସେନେଇ ଅନେକ ଶାରୀରିକ ଏବଂ ମାନସିକ ଚାପର ସମ୍ମୁଖୀନ ହେଉଛୁ। ସେ ରୋଜଗାର ପାଇଁ ହେଉ କିମ୍ବା କ୍ୟାରିୟର ପାଇଁ କିମ୍ବା ରାଜନୈତିକ ପରିବେଶ ପାଇଁ ଆମେ ସମସ୍ତେ କିଛି ନା କିଛି ଚାପରେ ରହୁଛୁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ ଚାପ ଯୋଗୁଁ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରନ୍ତି। ଏଥିମଧ୍ୟରୁ ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ଆତ୍ମହତ୍ୟାର ଚତୁର୍ଥ କାରଣ ହେଉଛି ଚାପ। ଏଭଳି ପରିସ୍ଥିତିରେ ହସିବା ଏବଂ ଲୋକଙ୍କୁ ହସାଇବାର ଗୁରୁତ୍ୱ ଆହୁରି ବଢିଯାଏ। କାରଣ ହସିବା ଦ୍ୱାରା ଶାରୀରିକ ଏବଂ ମାନସିକ ଚାପ ହୋଇ ଅନେକ ଲାଭ ମିଳିଥାଏ।

ହସିବାର ୫ ଫାଇଦା:

  • ମାନବ ଶରୀରରେ ପେଟ ଏବଂ ଛାତି ମଧ୍ୟରେ ଏକ ଝିଲି ଅଛି ଯାହାକୁ ମଧ୍ୟଚ୍ଛେଦ କୁହାଯାଏ। ହସିବା ଦ୍ୱାରା ଏହି ମଧ୍ୟଚ୍ଛେଦ ନିଜର କାର୍ଯ୍ୟ କରେ, ଯାହା ଦ୍ୱାରା ପେଟ, ଫୁସ୍‌ଫୁସ୍‌ ଏବଂ ଯକୃତର ବ୍ୟାୟାମ ହୁଏ।
  • ହସିବା ଦ୍ୱାରା ଶରୀରର ପ୍ରଦୂଷିତ ବାୟୁ ବାହାରକୁ ଯାଇ ଶୁଦ୍ଧ ବାୟୁ ପ୍ରବେଶ କରେ। ଏକ ସୁସ୍ଥ ଶରୀର ପାଇଁ ଏହା ଜରୁରୀ।
  • ଏହା ଚାପକୁ ମଧ୍ୟ ହ୍ରାସ କରିଥାଏ। ଯେତେବେଳେ ଲୋକେ ଗୋଷ୍ଠୀରେ ଏକାଠି ହସନ୍ତି ଏହା ପରସ୍ପର ପ୍ରତି ସକରାତ୍ମକ ଭାବନା ଜାଗ୍ରତ କରେ। ଏହା ଦ୍ୱାରା ମାନସିକ ଚାପ ଦୂର ହୁଏ।
  • ହସିବା ଦ୍ୱାରା ଉର୍ଜାର ବିସ୍ତାର ହୁଏ। ଏହା ଆତ୍ମବିଶ୍ୱାସକୁ ବଢାଇଥାଏ।
  • ହସ ଜଣେ ବ୍ୟକ୍ତିର ବୈଦ୍ୟୁତିକ-ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରେ ଏବଂ ବ୍ୟକ୍ତି ମଧ୍ୟରେ ସକାରାତ୍ମକ ଉର୍ଜା ସଂଚାର କରେ। ଏହା ଦ୍ୱାରା ବ୍ୟକ୍ତି ସଂସାରରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରେ।
Advertisment
Advertisment