• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ । ଗସ୍ତର ପ୍ରଥମ ଦିନରେ ନବୀନ ପହଞ୍ଚିଛନ୍ତି ଇଟାଲୀର ରୋମ ସହରରେ । ସେଠାରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ ଭେଟିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ୬ ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍‌କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।

ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶାରେ ହୋଇଥିବା ରୂପାନ୍ତିକରଣ ଉପରେ ବର୍ତ୍ତା ଦେବେ ନବୀନ । କିପରି ଖାଦ୍ୟ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ତଥ୍ୟ ରଖିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ସହ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବା, କୃଷି କ୍ଷେତ୍ରରେ ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସେ ଅବଗତ କରିବେ । ତେବେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍‌ର ଏକ୍‌ଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।

୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ମଡେଲ୍ ଷ୍ଟେଟ୍ ହୋଇଛି । କିଭଳି ଓଡ଼ିଶାରେ ବିପର୍ଯ୍ୟୟ ବେଳେ ମୁକାବିଲା କରୁଛି ସେ ସମ୍ପର୍କରେ ସାରା ବିଶ୍ୱ ଆଗରେ ମତ ରଖିବେ ନବୀନ । ଏହି ଗସ୍ତ ସମୟରେ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି । ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲିଜିୟମ୍, ଇଟାଲିରେ ରହୁଥିବା ପ୍ରବାସୀ ଓଡିଆମାନେ ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଏହି ଅବସରରେ ନବୀନ ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସ୍‌ଙ୍କୁ ମଧ୍ୟ ସାକ୍ଷାତ କରିବେ ।

ସେପଟେ ନବୀନଙ୍କ ବିଦେଶ ଗସ୍ତବେଳେ ମନ୍ତ୍ରୀମାନଙ୍କୁ ସାଙ୍ଗରେ ନନେବାକୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏହାପୂର୍ବରୁ ୨୦୧୨ ମେ’ ମାସରେ ମୁଖ୍ୟମନ୍ତ୍ରୀ ଲଣ୍ଡନ ଗଲାବେଳେ ତତ୍କାଳୀନ ମନ୍ତ୍ରୀ ରମେଶ ମାଝୀ ଓ ଉଷା ଦେବୀ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିଲେ । ହେଲେ ବିଦେଶ ଗସ୍ତବେଳେ ଶିଳ୍ପ, ଖାଦ୍ୟ ଯୋଗାଣ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କୌଣସୀ ମନ୍ତ୍ରୀ ନଯିବା ନେଇ ବିରୋଧୀ ସମାଲୋଚାନ କରିଛନ୍ତି ।

୨୬ ତାରିଖରେ ଇଟାଲୀ ଗସ୍ତ ସାରି ଦୁବାଇରେ ପହଞ୍ଚିବେ ନବୀନ । ସେଠାରେ ପୁଜିଂ ନିବେଶକାରୀ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ଆଲୋଚାନ କରିବେ । ଏହି ଅବସରରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଓଡିଆମାନଙ୍କୁ ଭେଟିବେ ନବୀନ ।