• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ରାଜକୁମାର ଯାଦବ, ଆୟୁଷ୍ମାନ ଖୁରାନାଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କ ଯାଦୁ ଆଜିକାଲି ବକ୍ସ ଅଫିସ୍‌ରେ ଚାଲୁ ନଥିବା ବେଳେ ବର୍ତ୍ତମାନ ହିନ୍ଦୀ ସିନେମା ପୁଣି ଥରେ ମଲ୍ଟିଷ୍ଟାରର ଫିଲ୍ମ ନେଇ ଆସୁଥିବା ଦେଖାଯାଉଛି। ଏହାରି ଭିତରେ ମିଥୁନ୍ ଚକ୍ରବର୍ତ୍ତୀ ଏମିତି ଏକ ଆକ୍ସନ୍ ଫିଲ୍ମର କମାଣ ସମ୍ଭାଳିଛନ୍ତି, ଯେଉଁଥିରେ ସେ ପୁଣିଥରେ 'ଗନ୍‌ ମାଷ୍ଟର G9' ର ଅବତାର ନେଇ ଆସୁଛନ୍ତି।

ନିଜ ଫିଲ 'ଗଦର ଏକ୍‌ ପ୍ରେମ୍‌ କଥା ୨'ର ସୁଟିଂ ଶେଷ କରିବା ପରେ ‘ଜୁନିଅର ହୀ ମ୍ୟାନ୍’ ସନି ଦେଓଲ୍ ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବେ। ଏହା ବ୍ୟତୀତ ସେହି ପୁରୁଣା ଦିନର ଆଉ ଦୁଇଜଣ ଭେଟେରାନ୍ ତାରକା ମଧ୍ୟ ଏଥିରେ ସାମିଲ୍ ହେବେ। ତେବେ ଆସନ୍ତୁ ଜାଣିବା ବକ୍ସ ଅଫିସ୍‌ର ଏହି ନୂଆ ଖେଳ କ’ଣ।

ରୋମାଣ୍ଟିକ୍ ହିରୋ ଆଦିତ୍ୟ ରୟ କାପୁରଙ୍କୁ ଏକ ଆକ୍ସନ୍ ଷ୍ଟାର୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୋରିଓଗ୍ରାଫର୍‌ରୁ ଚଳଚ୍ଚିତ୍ର ନିର୍ମାତା ବନିଥିବା ଅହମ୍ମଦ ଖାନ୍ ତାଙ୍କ ଫିଲ୍ମ "ଓମ୍ ଦି ବ୍ୟାଟଲ୍ ୱିଦିନ୍" ରିଲିଜ୍ ହେବାର ଖୁବ୍ ଶୀଘ୍ର ଆଉ ଏକ ନୂଆ ଫିଲ୍ମ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ଫିଲ୍ମ 'ଗଦର ଏକ ପ୍ରେମ କଥା ୨' ନିର୍ମାଣ କରୁଥିବା ଫିଲ୍ମ କମ୍ପାନୀ ଜି ଷ୍ଟୁଡିଓ ଏହି ପ୍ରକଳ୍ପ ପାଇଁ ଅହମ୍ମଦ ଖାନଙ୍କ ସହ ହାତ ମିଳାଇଛି। ଅହମ୍ମଦ ଖାନଙ୍କ ନୂଆ ପ୍ରୋଜେକ୍ଟ ଫିଲ୍ମ 'ଓମ୍ ଦି ବ୍ୟାଟଲ୍ ୱିଦିନ୍'ର ଟ୍ରେଲର ଦେଖିବା ପରେ ଜି ଷ୍ଟୁଡିଓ ସବୁଜ ସଂକେତ ଦେଖେଇଛି। ତେବେ ଏହାର ସରକାରୀ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।

ସୂଚନାନୁସାରେ, ଅହମ୍ମଦ ଖାନ ହିନ୍ଦି ସିନେମାର ମେଗାଷ୍ଟାର୍‌ ଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ନିଶ୍ଚିତ କରିଛନ୍ତି। ମିଥୁନ୍ ଦୀର୍ଘ ସମୟ ଧରି ଆକ୍ସନ୍ ଧାରାରୁ ଦୂରେଇ ରହିଛନ୍ତି। ଏକ ଦଶନ୍ଧି ପୂର୍ବରୁ ଫିଲ୍ମର ଏକ ଆକ୍ସନ୍ ଦୃଶ୍ୟରେ ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ସତର୍କତା ଅବଲମ୍ବନ କରୁଛନ୍ତି। କିନ୍ତୁ, ମିଥୁନ ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲଙ୍କ ସହ ଦମଦାର ଆକ୍ସନ୍ ଦୃଶ୍ୟ କରୁଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଏହି ଚଳଚ୍ଚିତ୍ରରେ ମିଥୁନ ଏବଂ ସନି ଦେଓଲଙ୍କ ସହ ଜଡିତ ତୃତୀୟ ନାମ ହେଉଛି ସଞ୍ଜୟ ଦତ୍ତ, ଯିଏ ଫିଲ୍ମ 'କେଜିଏଫ୍ ୨'ରୁ ଲାଇମଲାଇଟ୍‌କୁ ଫେରିଛନ୍ତି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'କେଜିଏଫ୍ ୨'ରେ ସଞ୍ଜୟ ଦତ୍ତଙ୍କୁ ଯେଉଁଭଳି ଭୂମିକାରେ ଦେଖିବାକୁ ମିଳିଥିଲା ଏହି ଚଳଚ୍ଚିତ୍ରରେ ମଧ୍ୟ ସେମିତି କିଛି ଭୂମିକା ରହିବ। ଏହି ଭୂମିକା ପାଇଁ ସଞ୍ଜୟ ଦତ୍ତଙ୍କ ରାଜି ହୋଇଥିବା ଜଣାଯାଏ।

ଆଜି ଦିନରେ ଏହି ପ୍ରଥମ ମଲ୍ଟିଷ୍ଟାର୍ ଫିଲ୍ମରେ ଏକ ବିଶେଷ ଚରିତ୍ରରେ ନଜର ଆସିବେ ହିରୋ ଜ୍ୟାକି ଶ୍ରଫ୍। ଜ୍ୟାକି ଶ୍ରଫ୍‌ଙ୍କର ନିଜର ଏକ ବଡ଼ ପ୍ରଶଂସକ ଅଛନ୍ତି ଏବଂ ଏହି ଚଳଚ୍ଚିତ୍ରରେ ସେ ଏମିତି ଏକ ଷ୍ଟାଇଲିସ୍ ଭୂମିକାରେ ନଜର ଆସିବେ ଯାହା ସ୍ୱତନ୍ତ୍ର ଭାବରେ ତାଙ୍କ ପାଇଁ ହିଁ ଲେଖାଯାଇଛି। ମିଥୁନ ଚକ୍ରବର୍ତ୍ତୀ, ସନି ଦେଓଲ, ଜ୍ୟାକି ଶ୍ରଫ ଏବଂ ସଞ୍ଜୟ ଦତ୍ତଙ୍କୁ ଏକାଠି କରିଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ବିବେକ ଚୌହାନଙ୍କୁ ମିଳିଛି।

ଜି ଷ୍ଟୁଡିଓର ଏହି ଅଫରର ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ଚଳିତ ମାସ ଆରମ୍ଭରୁ ପ୍ରସ୍ତୁତି ଶେଷ ହୋଇଛି। ଚଳଚ୍ଚିତ୍ରର ପ୍ରଥମ କାର୍ଯ୍ୟସୂଚୀ ମୁମ୍ବାଇର ଷ୍ଟୁଡିଓ ଭିତରେ କରିବାକୁ ଯୋଜନା କରାଯାଇଛି, କିନ୍ତୁ ଯଦି ପାଗ ସହଯୋଗ ନକରେ ତେବେ ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ମଧ୍ୟ ବାହାରେ କରାଯାଇପାରେ। ମିଥୁନ ଚକ୍ରବର୍ତ୍ତୀଙ୍କୁ ଶେଷଥର ପାଇଁ 'କାଶ୍ମୀର ଫାଇଲ'ରେ ଦେଖିବାକୁ ମିଳିଥିଲା। ସେହିପରି ସନ୍ନି ଦେଓଲ ନିକଟରେ 'ଗଦର ଏକ୍‌ ପ୍ରେମ୍‌ କଥା ୨' ସହିତ ଆର୍‌ ବାଲ୍କିଙ୍କ ସହ ଏକ ଫିଲ୍ମ ମଧ୍ୟ ଶେଷ କରିଛନ୍ତି।