Advertisment

ରାସ୍ତାରେ ଦୁଇଖଣ୍ଡ ହେଲା ଟ୍ରକ୍, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଇଏଫଏସ୍ ଅଧିକାରୀ

ଯେମିତି ମାଲ ବୋଝେଇ କରି ଟ୍ରକ ଯାଏ, ସେମିତି ଯାଉଥିଲା ଏହି ଟ୍ରକ୍। ହଠାତ ରାସ୍ତା ବୁଲିବା ବେଳେ ଟ୍ରକଟି ହୋଇଗଲା ଦୁଇଖଣ୍ଡ। ପାଖରେ ଦୁଇ ଜଣ ବଂଚିଗଲେ। ଆଉ ଡ୍ରାଇଭର ଓ ଟ୍ରକକୁ ଦେଖି ଚମକି ପଡିଲେ ଆଇଏଫଏସ୍ ଅଫିସର୍...

author-image
Otv Khabar Bureau
When Soul Leaves Body! Truck Splits Into Two Watch

When Soul Leaves Body! Truck Splits Into Two Watch

ଫେସବୁକ ହେଉ କି ୟୁଟ୍ୟୁବ ଆପଣଙ୍କ ମାନେ ଅନେକ ଭିଡିଓ ଦେଖୁଥିବେ। ବେଳେ ବେଳେ ଆପଣମାନେ ଭଳିକି ଭଳି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ଏବେ କିନ୍ତୁ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ଏକ ଭିଡିଓ ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ଭିଡିଓକୁ ଦେଖି ସାଧାରଣ ଲୋକ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି, ତାଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦ। ।

Advertisment

ଭିଡିଓଟିରେ ଗୋଟିଏ ଟ୍ରକ ଓଭରଲୋଡିଂ କରି ଆସୁଛି। ଏକ ବଙ୍କା ରାସ୍ତାରେ ବୁଲୁଥିବା ବେଳେ ହଠାତ ଓଭରଲୋଡିଂ ଟ୍ରକଟି ରାସ୍ତାରେ ଦୁଇଖଣ୍ଡ ହୋଇଯାଇଛି। ଏହି ଭିଡିଓଟିକୁ ଯିଏ ଥରେ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି। ଭିଡିଓ ଦେଖି ଯେମିତି ଲାଗୁଛି ଟ୍ରକ ଚାପରେ ଚାଳକଙ୍କ ମୃତ୍ୟୁ ହୋଇଯାଇ ଥାଇପାରେ। କିନ୍ତୁ କିଛି ସମୟ ପରେ ଦେଖିବାକୁ ମିଳୁଛି ଚାଳକ ନିଜେ ଦୁଇଖଣ୍ଡ ହୋଇଯାଇଥିବା ଟ୍ରକର ସାମ୍ନା ଅଂଶକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି।

ନିଜ ଟୁଇଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରି ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ କ୍ୟାପସନ ଲେଖିଛନ୍ତି, ‘ଆତ୍ମା ଶରୀର ତ୍ୟାଗ କରି ଦେଇଛି।’ ଆଉ ଭିଡିଓଟିକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ ଚାଲିଛନ୍ତି।

Advertisment

ବିଭିନ୍ନ ସମୟରେ ଲୋକମାନେ ଟ୍ରକ୍ ଏବଂ ଯାନବାହାନକୁ ଓଭରଲୋଡ କରି ନେଉଥିବା ଦେଖିବାକୁ ମିଳିଥାଏ। ଏମିତି ଓଭରଲୋଡ ହେତୁ ଅନେକ ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ବି ହୋଇଥାଏ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ହେତୁ ଚାଳକଙ୍କ ମୃତ୍ୟୁ ବି ହେଉଥିବା ଘଟଣା ସାମ୍ନାକୁ ଆସିଛି।

Special Story
Advertisment
Advertisment