• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଏନ୍‌ସିଆର ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ୨୩ ବର୍ଷୀୟ ଅଭିଯୁକ୍ତ ଗୁରୁମେଲ ବଲଜିତ ସିଂହ ଅନ୍ୟ ଏକ ହତ୍ୟା ମାମଲାରେ ଜାମିନ୍‌ରେ ଆସିଥିଲା, ଯେଉଁଥିପାଇଁ ସେ ଜେଲଦଣ୍ଡ ଭୋଗିଥିଲା। ଦୀର୍ଘ ଦିନ ଧରି ତାଙ୍କ ସହ କୌଣସି ସମ୍ପର୍କ ନଥିଲା ବୋଲି ପରିବାର ଲୋକ କହିଛନ୍ତି।

ଗୁରୁମେଲଙ୍କ ସହ-ଅଭିଯୁକ୍ତ ଉତ୍ତରପ୍ରଦେଶର ବହରାଇଚ୍ ନିବାସୀ ୧୯ ବର୍ଷିୟ ଧର୍ମରାଜ ରାଜେଶ କାଶ୍ୟପଙ୍କ ସମ୍ପର୍କୀୟମାନେ ମଧ୍ୟ ଦାବି କରିଛନ୍ତି ଯେ ସେ କେଉଁଠାରେ ଅଛି ତାହା ଜାଣି ନାହାଁନ୍ତି ଏବଂ ତା ସହ ଯୋଗାଯୋଗରେ ନାହାଁନ୍ତି।

ଅଭିଯୁକ୍ତଙ୍କ ସାନଭାଇଙ୍କ ସହ ରହୁଥିବା ଗୁରୁମେଲଙ୍କ ଜେଜେମା ଫୁଲି ଦେବୀ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ସେ ୨୦୧୯ ରେ ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିଲା। ତିନିମାସ ପୂର୍ବେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ଏବଂ ସେବେଠାରୁ ସେ ପରିବାର ସହ ଯୋଗାଯୋଗ କରିନି।

ଗୁରୁମେଲ ତାଙ୍କ ବାପାଙ୍କର ଏକମାତ୍ର ପୁଅ ଥିଲା। ବାପାଙ୍କ ମୃତ୍ୟୁ ପରେ ସେ ଏବଂ ତାଙ୍କ ମା’ ତାଙ୍କ ମାମୁଁଙ୍କ ପରିବାର ସହିତ ରହୁଥିଲା। ଜେଜେମା କହିଥିଲେ ଯେ ଗୁରୁମେଲ ପିଲାଦିନରୁ ଝଗଡା କରୁଥିଲା, ଏହି କାରଣରୁ ତାକୁ ୧୧ ବର୍ଷ ପୂର୍ବେ ଘରୁ ବାହାର କରିଦିଆଯାଇଥିଲା।

ସେହିପରି ରାଜେଶ କାଶ୍ୟପଙ୍କ ମା’ କହିଛନ୍ତି ଯେ ସେ ପୁନେକୁ ଏକ ଜଙ୍କିଆରେ କାମ କରିବାକୁ ଯାଇଥିଲା ଏବଂ ତା ସହ ସେମାନଙ୍କର କୌଣସି ସମ୍ପର୍କ ନଥିଲା।

ସେ କହିଛନ୍ତି, "ସେ ପୁନେର ଏକ ସ୍କ୍ରାପ ୟାର୍ଡରେ କାମ କରିବାକୁ ଯାଇଥିଲା। ମୁଁ ଏହା ଜାଣିଥିଲି। ମୁମ୍ବାଇରେ ସେ କ’ଣ କରୁଥିଲା ମୁଁ ଜାଣି ନଥିଲି। ସେ ହୋଲି ପାଇଁ ଘରକୁ ଆସିଥିଲା, କିନ୍ତୁ ଏହା ପରେ ସେ ଫେରି ନଥିଲା। ଏପରିକି ମୋ ସହିତ ଫୋନରେ କଥାବାର୍ତ୍ତା ହେଉ ନ ଥିଲା, ତେଣୁ ମୁଁ ଏହି ଘଟଣା ବିଷୟରେ କିଛି କହିପାରିବି ନାହିଁ।

ପଳାତକ ତୃତୀୟ ଅଭିଯୁକ୍ତ ଶିବ କୁମାରଙ୍କ ମା’ ମଧ୍ୟ କହିଛନ୍ତି ଯେ “ସେ ପୁଣେରେ କାମ କରୁଥିଲା ଏବଂ ହୋଲି ପର ଠାରୁ ଘରକୁ ଆସିନାହିଁ। ମୁଁ ସକାଳେ ସୂଚନା ପାଇଥିଲି। ଗତ ୮-୯ ଦିନ ଧରି ମୁଁ ତା’ ସହ କଥାବାର୍ତ୍ତା କରିନାହିଁ। ମୁଁ ଜାଣେ ନାହିଁ ସେ ଏବେ କେଉଁଠାରେ ଅଛି?"

ପ୍ରକାଶଥାଉ ଯେ ଶନିବାର ରାତିରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ କାର୍ଯ୍ୟାଳୟ ନିକଟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁରୁମେଲ୍‌ ଏବଂ କାଶ୍ୟପ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ ସେମାନେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍‌ ସହ ଜଡିତ ଅଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now