Advertisment

ସିଦ୍ଦିକିଙ୍କ ପାଇଁ BIG BOSS ସୁଟିଂ କ୍ୟାନ୍‌ସଲ କଲେ ସଲମାନ !

ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

author-image
Satyendu Shekher Mishra
Saharukh -Salman

Saharukh -Salman

ଏନ୍‌ସିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗି ପଡ଼ିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ସୁଟିଂ କ୍ୟାନସଲ କରି ଲୀଳାବତି  ହସ୍ପିଟାଲରେ ପହଞ୍ଚିଥିଲେ ଭାଇଜାନ। ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ସହ ସଲମାନ ହସପିଟାଲରେ ବାହାରେ ଥିବା ଫଟୋ ଓ ଭିଡିଓ  ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ସଲମାନ ବହୁତ ଦୁଃଖୀ ଥିବା ଜଣାପଡ଼ୁଥିଲା। ଗତକାଲି ‘ବିଗ୍ ବସ୍ ୧୮’ ସୁଟିଂ ଚାଲିଥିବା ବେଳେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇଥିଲେ ଭାଇଜାନ। ବବା ସିଦ୍ଦିକିଙ୍କ ଖୁବ୍‌ ନିକଟତର ଥିଲେ ସଲମାନ ଖାନ।

Advertisment

କେବଳ ସେତିକି ନୁହେଁ ସଲମାନଙ୍କ ପାରିବାରିକ ବନ୍ଧୁ ଭାବେ ବି ଜଣାଶୁଣା ଥିଲେ । ଏପରିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂରରେ ସବୁଠୁ ବଡ଼ ଭୂମିକା ବାବା ସିଦ୍ଦିକିଙ୍କ ଥିଲା। ଗତକାଲି ଦୁର୍ବୃତ୍ତମାନେ ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ଗ୍ୟାଙ୍ଗ ଲିଙ୍କ୍ ଥିବା ସନ୍ଦେହ କରଯାଉଛି। ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। 

ବାବା ସିଦ୍ଦିକିଙ୍କୁ ତିନିଥର ଗୁଳିମାଡ଼ କରାଯାଇଥିଲା। ଏହା ପରେ ତାଙ୍କୁ ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ଏହି ତିନି ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ । ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

Advertisment

ପୋଲିସ ସନ୍ଦେହ କରୁଛି ଯେ ଅନ୍ୟ କେହି ମଧ୍ୟ ଅଭିଯୁକ୍ତକୁ ସମସ୍ତ ତଥ୍ୟ ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ କର୍ଣ୍ଣଲ ସିଂ (ହରିୟାଣା) ଏବଂ ଧରମରାଜ କାଶ୍ୟପ (ଉତ୍ତରପ୍ରଦେଶ)। ଅଭିଯୁକ୍ତମାନେ ସିଦ୍ଦିକିଙ୍କ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିମଧ୍ୟରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା। ସେଥିମଧ୍ୟରୁ ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ବୁଲେଟ୍ ଶରୀରର ଅନ୍ୟ ଅଙ୍ଗରେ ବାଜିଛି। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।

Salman Khan Big Boss
Advertisment
Advertisment