ରାଜ୍ୟରେ ଏବେ ପୁଣି ଉପରମୁହାଁ କରୋନା। ଗତକାଲି ଗୋଟିଏ ଦିନରେ ସାମ୍ନାକୁ ଆସିଛନ୍ତି ୪ ଜଣ ନୂଆ ରୋଗୀ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆ ୪ ରୋଗୀଙ୍କୁ ମିଶାଇ ଚଳିତ ବର୍ଷ ଏଯାଏଁ କୋଭିଡ୍ ରୋଗୀଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି । ଅପରପକ୍ଷେ ଅନ୍ୟ ୩ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୧୫ରେ। ଅର୍ଥାତ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ଏବେ ୩୪ ରହିଛି।
ଅଧିକ ପଢ଼ନ୍ତୁ: କରୋନାକୁ ନେଇ ସଂସଦରୁ ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ସେହିପରି ଦେଶରେ ଏବେ କୋଭିଡ୍ ରୋଗୀଙ୍କ ସଂଖ୍ୟା ୬ ହଜାର ପାର୍ କରିଛି। ୬ ହଜାର ୧୩୩ ଜଣ କୋଭିଡ୍ ପଜିଟିଭ ରହିଛନ୍ତି ଦେଶରେ। ୨୪ ଘଣ୍ଟାରେ ଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୪ ଘଣ୍ଟାରେ ଦେଶରେ ୩୭୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।
Also Read
ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏବେ ଉପରମୁହାଁ ହୋଇଛି କରୋନା । କେରଳରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୧୩ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୫୯୫, ଗୁଜରାଟରେ ୮୨୨ ଓ ଦିଲ୍ଲୀରେ ୬୮୬ ଜଣ କୋଭିଡ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।
ସ୍ଥିତିକୁ ଦେଖି ପବ୍ଲିକ୍ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକୁ ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ମୁକାବିଲା ଲାଗି ଅକ୍ସିଜେନ ଯୋଗାଣ ବ୍ୟବସ୍ଥା ସହ ଡାକ୍ତରଖାନା କେତେ ପ୍ରସ୍ତୁତ ଅଛନ୍ତି, ତାହାର ମକ୍ଡ଼୍ରିଲ୍ ବି ହୋଇଛି ।