/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727186454.jpg)
Odisha Bussiness Award 2024
Business Odisha Awards-2024
ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି । ତେବେ ଆଜି ଦେଖିବା ମାନ୍ୟୁଫାକ୍ଚରିଂ ବିଭାଗରେ କିଏ ଅଛନ୍ତି...।
କସ୍ତୁରୀ ଫ୍ଲୌର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍
କସ୍ତୁରୀ ଛତୁଆ,ଏଇ ନାଁ ଏବେ ଓଡ଼ିଶାର ଘରେ ଘରେ ପରିଚିତ । ୧୯୯୩ରେ ମାତ୍ର ୬ହଜାର ଟଙ୍କା ବ୍ୟୟରେ ଭୁବନେଶ୍ୱର ଶିରିପୁରରେ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ କସ୍ତୁରୀ ଫ୍ଲୌର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ପରିଚିତ । ଏହାର ପ୍ରତିଷ୍ଠାତା ହେଉଛନ୍ତି ଏ. ସୁରେଶ ଚନ୍ଦ୍ର ପାତ୍ର ଆଉ ନିଜ ମା’ଙ୍କ ନାଁରେ ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ପ୍ରଥମେ ଅଟାକଳରୁ ଆରମ୍ଭ କରି ଧିରେ ଧିରେ ଛତୁଆ ବ୍ୟବସାୟରେ ମନୋନିବେଶ କରିଥିଲେ । ଏବେ ଭୁବନେଶ୍ୱରରେ ଏହାର ଦୁଇଟି ମାନୁଫାକ୍ଚରିଂ ୟୁନିଟ୍ ରହିଛି । ଯେଉଁଠୁ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଛତୁଆ ଉତ୍ପାଦନ ହେଉଛି । ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ସମ୍ପୂର୍ଣ୍ଣ ମେସିନ ଦ୍ୱାରା ହିଁ ଛତୁଆ ଉତ୍ପାଦନ କରାଯାଉଛି । ସ୍ୱୟଂଚାଳିତ ଛତୁଆ ଉତ୍ପାଦନ ୟୁନିଟ୍ ଭାବରେ ରାଜ୍ୟରେ ସର୍ବାଗ୍ରେ ରହିଛି ଏହି ସଂସ୍ଥା । ପରିସ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତାକୁ ଗୁରୁତ୍ୱ ଦେଉଥିବାରୁ କସ୍ତୁରୀ ଛତୁଆ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢୁଛି । ସେଥିପାଇଁ କମ୍ପାନୀର ବ୍ୟବସାୟ ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି । ଗତ ବର୍ଷ ତୁଳନାରେ ବଜାରର ଚାହିଦା ପୂରଣ ପାଇଁ ନିଜର ଉତ୍ପାଦନ କ୍ଷମତାକୁ ଅତିରିକ୍ତ ୫୦%ବୃଦ୍ଧି କରିଛି କମ୍ପାନୀ । ଏଠାରେ ପାଖାପାଖି ୫୦ ଜଣ ନିଯୁକ୍ତି ପାଇଛନ୍ତି । ତା' ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା । ୨୦୨୪-୨୫ ଆର୍ଥିକ ବର୍ଷରେ ଏହାର ଟର୍ଣ୍ଣଓଭର ୪୦ କୋଟି ଟଙ୍କାରେ ପଂହଚିବା ଆଶା କରାଯାଉଛି । ସମୟ ସହ ତାଳ ଦେଇ ନିଜ ବ୍ୟବସାୟକୁ ମଧ୍ୟ ଆଗକୁ ବଢାଉଛି ଏହି କମ୍ପାନୀ । ଉଭୟ ଅଫ୍ ଲାଇନ୍ ଅନଲାଇନରେ ବ୍ୟବସାୟ କରୁଛି ଏହି ସଂସ୍ଥା । ଓଡ଼ିଶା ସହ ଓଡ଼ିଶା ବାହାରେ ମଧ୍ୟ କସ୍ତୁରୀ ଛତୁଆ ପହଞ୍ଚିପାରିଛି । ଆଗାମୀ ଦିନରେ ଦେଶ ବାହାରେ ଏହି ସ୍ୱଦେଶୀ ପ୍ରଡକ୍ଟ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି କସ୍ତୁରୀ ଫ୍ଲୌର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍ ।
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
ଆଦିତ୍ୟ ବିର୍ଲା ଗ୍ରୁପର ଏକ ଫ୍ଲାଗସିପ୍ କଂପାନୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଯାହାକି ଆଲୁମିନିୟମ ଓ କପର୍ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କଂପାନୀ । ଏହାସହ ଅନେକ ବ୍ୟାବସାୟରେ ଏହାର ସଂପୃକ୍ତି ରହିଛି । ଭାରତ ସମେତ ବିଶ୍ୱର ୧୦ଟି ଦେଶରେ ଏହା ଆଲୁମିନିୟମ ଉତ୍ପାଦନ କରୁଛି, କେବଳ ଭାରତରେ ଏହାର ୧୯ଟି ମାନୁଫାକ୍ଚରିଂ ୟୁନିଟ ସହିତ ୨୧ଟି ଖଣି ରହିଛି । ଏହାସହ ବିଦେଶରେ ଏହାର ୩୩ଟି ମାନୁଫାକ୍ଚରିଂ ୟୁନିଟ ରହିଛି । ସମ୍ୱଲପୁରର ହୀରାକୁଦ, ଲାପଙ୍ଗା ଏବଂ ରାୟଗଡାର ଟିକିରିରେ ଏହାର ପ୍ଲାଣ୍ଟ ରହିଛି । ଓଡିଶାରେ ପ୍ରଥମେ ସମ୍ୱଲପୁରର ହୀରାକୁଦରେ ୧୯୫୯ରେ ୧୦ହଜାର ଟନ୍ କ୍ଷମତା ବିଶିଷ୍ଟ ସ୍ମେଲଟର୍ ପ୍ଲାଣ୍ଟ ସ୍ଥାପନ ହୋଇଥିଲା, ଏବେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୨ଲକ୍ଷ ୧୬ ହଜାର ଟନ୍ ଏବଂ ଏହାର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର କ୍ଷମତା ରହିଛି ୪୬୭.୭ ମେଗାୱାଟ୍ । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଓଡ଼ିଶାରେ ପାଖାପାଖି ୨୦ ହଜାର କର୍ମଚାରୀଙ୍କୁ ରୋଜଗାର ଯୋଗାଇଛି ହିଣ୍ଡାଲକୋ । ତା ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ଓଡ଼ିଶାର ବାସିନ୍ଦା । ଓଡ଼ିଶାରେ ଗ୍ରାମୀଣ ବିକାଶ ଏବଂ କିଛି ସମୁଦାୟର ଉନ୍ନତି ପାଇଁ ନିଜର ଅନେକ ସାମାଜିକ ଦାୟିତ୍ୱ ବହନ କରିଆସୁଛି ଏହି କଂପାନୀ । ମହିଳାମାନଙ୍କ ସଶକ୍ତୀକରଣ ପାଇଁ ୬୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଯୋଗାଇବା ସହିତ ସଷ୍ଟେନେବୁଲ୍ ଡେଭଲପ୍ମେଣ୍ଟ୍ ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛି ହିଣ୍ଡାଲକୋ । ସେ ଛତୁଆ ହେଉ କି ହ୍ୟାଣ୍ଡ୍ ଗ୍ଲୋଭ୍ସ ଅବା ଫିନାଇଲ୍ ପ୍ରସ୍ତୁତି, ହୀରାକୁଦ୍ ଅଂଚଳର ଅଭାବୀ ମହିଳାଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଲଗାତାର ପ୍ରୟାସ ଜାରିରଖିଛି ଏହି କଂପାନୀ । ଏ ଅଂଚଳର ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଧାନ, ପରିବା ଓ ଫୁଲଚାଷ, କିଚେନ୍ ଗାର୍ଡେନ୍ ଏବଂ ବାଓ-ଫର୍ଟିଲାଇଜର ଜରିଆରେ ରୋଜଗାରର ବାଟ ମଧ୍ୟ ଦେଖାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନେଟ୍ ପ୍ରଫିଟ୍ ଥିଲା ୧୦ହଜାର ୧୫୫ କୋଟି । ଶିକ୍ଷା, ଇଣ୍ଟେଗ୍ରେଟେଡ୍ ହେଲ୍ଥ ସିଷ୍ଟମ୍, ସସ୍ଟେନେବୁଲ ଲାଇଭ୍ଲିହୁଡ୍, ଇନ୍ଫ୍ରାଷ୍ଟ୍ରକଟରର ଏବଂ ସାମାଜିକ ବିକାଶ ବାବଦକୁ ହିଣ୍ଡାଲକୋର ହୀରାକୁଦ ୟୁନିଟ୍ ୨୦୨୩-୨୪ ଆର୍ଥିକ ବର୍ଷରେ ୪କୋଟି ୩୬ଲକ୍ଷ ଖର୍ଚ୍ଚ କରିଛି ।
ମୋହିତ ଉଦ୍ୟୋଗ
୧୯୯୯ ମସିହାରେ ୱାଟର ଟ୍ୟାଙ୍କ, ପିଭିସି ପାଇପ୍, PVC ସଫ୍ଟ ପାଇପ୍, HDPE ପାଇପ୍ ଏବଂ ଅନ୍ୟାନ୍ୟ ସାନିଟାରୀ ସାମଗ୍ରୀ ଉତ୍ପାଦନର ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ହୋଇଛି ମଙ୍ଗଲମ୍ ୱାଟର ଟ୍ୟାଙ୍କ ଏବଂ ପାଇପ୍ ୟୁନିଟ୍ ବା ମୋହିତ ଉଦ୍ୟୋଗ । ରାଜ୍ୟର ଏକ ପ୍ରମୁଖ MSME ହେଉଛି ମୋହିତ ଉଦ୍ୟୋଗ । ଉଭୟ ରାଉରକେଲା ଏବଂ ଭୁବନେଶ୍ୱରରେ ଏହାର ୟୁନିଟ କାର୍ଯ୍ୟ କରୁଛି । ରାଜେଶ ଗର୍ଗ ହେଉଛନ୍ତି ଏହାର ପ୍ରମୋଟର । ୨ଶହ ଲିଟରରୁ ଆରମ୍ଭ କରି ୨୦ ହଜାର ଲିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣ ବା ୱାଟର ଷ୍ଟୋରେଜ ଟ୍ୟାଙ୍କ ସହ ବିଭିନ୍ନ ପ୍ରକାରର ପାଇପ୍ ଉତ୍ପାଦନ କରୁଥିବା ଓଡିଶାର ଏକ ଅଗ୍ରଣୀ ସଂସ୍ଥା ହେଉଛି ମୋହିତ ଉଦ୍ୟୋଗ । ଓଡିଶାରେ ଏହାର ୩ଶହରୁ ଅଧିକ ଡିଲର ରହିଛନ୍ତି । ଉଭୟ ଭୁବନେଶ୍ୱର ଓ ରାଉରକେଲା ୟୁନିଟ୍ରେ ୫୦ରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୫୦ କୋଟିରୁ ଅଧିକ କାରବାର ସହ କମ୍ପାନୀ ଏବେ ଆଗକୁ ବଢୁଛି । ଆଗକୁ ପୁରା ଦେଶରେ ନିଜର ଏହି ବ୍ରାଣ୍ଡ୍କୁ ପ୍ରସାରିତ କରିବାକୁ ସେ ଯୋଜନା ରଖିଛନ୍ତି ରାଜେଶ । ପ୍ରମୋଟର ରାଜେଶ ଗର୍ଗ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ସଂପୃକ୍ତ । ଶୀତଳ ପାନୀୟ ଜଳ ମେସିନ୍ ଏବଂ ୱାଟର ପଏଣ୍ଟ ପ୍ରତିଷ୍ଠା କରି ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଇବା ଭଳି ଅନେକ ସାମାଜିକ କାର୍ଯ୍ୟରେ ଜଡିତ ଅଛନ୍ତି ରାଜେଶ । ଏହାସହ ସେ ବିଭିନ୍ନ ସଂଗଠନର ସକ୍ରିୟ ସଦସ୍ୟ ମଧ୍ୟ ରହିଛନ୍ତି । ଅଖିଳ ଭାରତୀୟ ମାରୱାଡି ଯୁବ ମଞ୍ଚ ଜରିଆରେ ସମଗ୍ର ଭାରତରେ ଭିନ୍ନକ୍ଷମଙ୍କ ପାଇଁ କୃତ୍ରିମ ଅଙ୍ଗ, କାଲିପର୍ ଏବଂ ହାତ ଯୋଗାଇବା ଭଳି କାର୍ଯ୍ୟରେ ମଧ୍ୟ ସେ ସଂପୃକ୍ତ ।
ସ୍କାନ୍ ଷ୍ଟିଲ୍ସ ଲିମିଟେଡ୍ (ମାନୁଫାକଚରିଂ)
ଇସ୍ପାତ ଉଦ୍ୟୋଗ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି ସ୍ମାନ୍ ଷ୍ଟିଲ୍ସ ଲିମିଟେଡ । ୧୯୯୦ରେପ୍ରଥମେ ପ୍ରାଇଭେଟ୍ ଲିମିଟେଡ୍ କଂପାନୀ,୧୯୯୬ରେ ପବ୍ଲିକ୍ ଲିମିଟେଡ୍ କଂପାନୀ, ୧୯୯୭ରେ ବ୍ୟାବସାୟିକ ସଂସ୍ଥା ଏବଂ ୧୯୯୯ସେକେଣ୍ଡାରୀ ରୁଟ୍ ମାଧ୍ୟମରେ ରାଜ୍ୟର ବୃହତ୍ତମ ଟି.ଏମ୍.ଟି ମାନୁଫାକଚରିଂ କଂପାନୀରେ ପରିଣତ ହୁଏ ସ୍କାନ୍ ଷ୍ଟିଲ୍ସ ଲିମିଟେଡ୍ । ଶିଳ୍ପସହର ରାଜଗାଙ୍ଗପୁରରେ ଏହାର ୩ଟି ଏବଂ କର୍ଣ୍ଣାଟକରେ ଗୋଟିଏ ମାନୁଫାକଚରିଂ ୟୁନିଟ୍ ରହିଛି ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧ଲକ୍ଷ ଟିଏମ୍ଟି ଲୁହାଛଡ଼ । ସ୍କାନ୍ ଷ୍ଟିଲ୍ସ ଲିମିଟେଡ୍ରେ ନିଜସ୍ୱ କ୍ୟାପଟିଭ୍ ପ୍ଲାଣ୍ଟ୍ରେ SMS & DRI ୟୁନିଟ୍ ରହିଛି । କମ୍ପାନୀ ସେକେଣ୍ଡାରୀ ରୁଟ୍ ମାଧ୍ୟମରେ ଲୁହା ଏବଂ ଇସ୍ପାତ ସାମଗ୍ରୀ ଯେମିତିକି ଏମ୍ଏସ୍ୱିଲେଟ୍ସ ଓ ଟି.ଏମ୍.ଟି ଲୁହାଛଡ ଉତ୍ପାଦନ କରୁଛି । ୨ଶହ କୋଟିର ପୁଞ୍ଜି ସହିତ ଏହି କମ୍ପାନୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଚରେ ତାଲିକାଭୁକ୍ତ କମ୍ପାନୀ । ଗତ କିଛିବର୍ଷ ମଧ୍ୟରେ କମ୍ପାନୀର ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହିତ ନୂଆ ବୈଷୟିକ ଜ୍ଞାନ ଓ କୌଶଳ ପ୍ରୟୋଗ କରି ଉତ୍ପାଦନ ଖର୍ଚ୍ଚକୁ ହ୍ରାସ କରିବାରେ ସଫଳ ହୋଇପାରିଛି । ଏଥିସହ କମ୍ପାନୀ ନିଜର କ୍ୟାପଟିଭ୍ ପାୱାର ପ୍ଳାଣ୍ଟ୍ ସ୍ଥାପନ କରି ଅନେକାଂଶରେ ନିଜସ୍ୱ ବିଜୁଳି ଚାହିଦା ପୂରଣ କରିବାରେ ମଧ୍ୟ ସକ୍ଷମ ହୋଇପାରିଛି । ୧୯୯୬ ମସିହାରେ ରାମଭାଲ୍ ଗାଁରେ ଏକ ରୋଲିଂ ମିଲ୍ ସହିତ ଆରମ୍ଭ ହୋଇଥିବା ଏହି କମ୍ପାନୀ ଗତ ୨୩ବର୍ଷ ମଧ୍ୟରେ ବେକ୍ୱାର୍ଡ ଓ ଫରୱାର୍ଡ ଇଣ୍ଟିଗ୍ରେସନ୍ ମାଧ୍ୟମରେ ଏକ ସମନ୍ୱୀତ ଇସ୍ପାତ କାରଖାନା ରୂପେ ବିକଶିତ ହୋଇପାରିଛି ।
ଟାଟା ଷ୍ଟିଲ୍ ଲିମିଟେଡ(ମ୍ୟାନୁଫାକ୍ଚରିଂ)
ଟାଟା ଷ୍ଟିଲ୍ ଲିମିଟେଡ୍ । ଏସିଆ ମହାଦେଶର ପ୍ରଥମ ଇଣ୍ଟିଗ୍ରେଟେଡ୍ ପ୍ରାଇଭେଟ୍ ଷ୍ଟିଲ୍ କଂପାନୀ, ଟାଟା ଷ୍ଟିଲ୍ ୧୯୦୭ ମସିହାରେ ପ୍ରତିଷ୍ଠାଲାଭ କରିଥିଲା । ଭାରତର ପ୍ରଥମ ଶିଳ୍ପ ସହର ଜାମସେଦପୁରକୁ ବିକଶିତ କରିବାରେ ଟାଟା ଷ୍ଟିଲ୍ରେ ଅବଦାନ ଅତୁଳନୀୟ । କଳିଙ୍ଗନଗର, ମେରାମଣ୍ଡଳି ଏବଂ ନିଳାଚଳ ଏପରି ଓଡିଶାରେ ଏହାର ତିନୋଟି ପ୍ଲାଣ୍ଟ ରହିଛି । ବାର୍ଷିକ ୪୦ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ସହ ଆଜି ବିଶ୍ୱର କୋଣ ଅନୁକୋଣରେ ପଂହଚିପାରିଛି ଟାଟା ଷ୍ଟିଲ୍ । ବିଶ୍ୱ ବଜାରରେ ଟାଟା ଷ୍ଟିଲ୍ ବ୍ରାଣ୍ଡର ବେଶ୍ ଚାହିଦା ରହିଛି । ସେ ମାଇନିଂ ହେଉ କି ମାନୁଫାକଚରିଂ ଅବା ଫିନିସ୍ଡ ପ୍ରଡକ୍ଚସରେ ମାର୍କେଟିଂ, ଏସବୁରେ ବିଶ୍ୱର ଏକ ଆଗଧାଡିର ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଟାଟା ଷ୍ଟିଲ୍ । ବିଶ୍ୱର ୫ଟି ମହାଦେଶରେ ଟାଟା ଷ୍ଟିଲ୍ ସହିତ ଯୋଡି ହୋଇଛନ୍ତି ଅନେକ ସବ୍ସିଡିଆରିଜ୍, ଆସୋସିଏଟ୍ସ ଏବଂ ଜଏଣ୍ଟ୍ ଭେଞ୍ଚର୍ସ କଂପାନୀ, ଯାହା ଅଧୀନରେ ୭୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୨୦୨୩ ଆର୍ଥିକ ବର୍ଷରେ ଟାଟା ଗ୍ରୁପ୍ ୨ଲକ୍ଷ ୪୩ହଜାର ୩ଶହ ୫୩ କୋଟି କାରବାର କରିଛି ଯାହା ମଧ୍ୟରୁ କେବଳ ଟାଟା ଷ୍ଟିଲ୍ ୧ଲକ୍ଷ ୩୭ହଜାର ୩୦କୋଟି ଟଙ୍କାର କାରବାର କରିଛି ।୨୦୧୬ରେ ପୂର୍ବ ଓଡ଼ିଶାରେ ୩ ମିଲିୟନ ଟନ କ୍ଷମତା ବିଶିଷ୍ଟ ୨ୟ ଗ୍ରୀନଫିଲ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହୋଇଛି ଯାହାକୁ ୮ମିଲିୟନ ଟନ୍ କ୍ଷମତାରେ ପରିଣତ କରିବାକୁ ପ୍ରୟାସ ଚାଲିଛି । ବାର୍ଷିକ ୧୨ମିଲିୟନ ଟନ୍ରୁ ଅଧିକ ଅଶୋଧିତ ଇସ୍ପାତ ଉତ୍ପାଦନ ସହିତ ୟୁରୋପ ମହାଦେଶରେ ପ୍ରମୂଖ ଷ୍ଟିଲ୍ ପ୍ରଡ୍ୟୁସର କଂପାନୀ ହେଉଛି ଟାଟା ଷ୍ଟିଲ୍ । ସେ ନିର୍ମାଣ ହେଉ କି ଅଟୋମୋବାଇଲ୍ ଅବା ପ୍ୟାକେଜିଂ କିମ୍ବା ଇଂଜିନିୟରିଂ, ଭାରତ ସମେତ ୟୁରୋପ ମହାଦେଶର ବଡବଡ ସହରରେ ନିଜର ଉପସ୍ଥିତି ଜାହିର କରିପାରିଛି ଟାଟା ଷ୍ଟିଲ୍ ।
ଆପଣଙ୍କ ପସନ୍ଦର ଭୋଟ୍ ଦେବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)