Advertisment

ITBP Constable Bharti 2024: ITBPରେ ପୂରଣ ହେବ କନଷ୍ଟେବଳ ପଦବୀ; ସୁଯୋଗ ନେବେ ଦଶମ ପିଲା

ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) କନଷ୍ଟେବଳ ପଦବୀରେ ନିଯୁକ୍ତି ନେଇ ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
TBP Constable Bharti 2024 Apply for 1364 posts

TBP Constable Bharti 2024 Apply for 1364 posts

କନଷ୍ଟେବଳ ଚାକିରି କରିବାର ସ୍ୱପ୍ନ ଅନେକ ଦେଖନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ITBPରେ କନଷ୍ଟେବଳ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୩ ଶହରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ ପିଲା ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ITBPର ଅଫିସିଆଲ୍ ୱେବ୍‌ସାଇଟ୍‌ https://recruitment.itbpolice.nic.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ITBP Constable Bharti 2024 Apply for 1364 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧/୦୮ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧/୦୬ ନଭେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • କନଷ୍ଟେବଳ (ଡ୍ରାଇଭର) – ୫୪୫ ଟି ପୋଷ୍ଟ୍‌
  • କନଷ୍ଟେବଳ (ରୋଷେଇ) – ୮୧୯ ଟି ପୋଷ୍ଟ୍‌
  • ମୋଟ୍ – ୧୩୬୪ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

କନଷ୍ଟେବଳ (ଡ୍ରାଇଭର) –

  • ମାନ୍ୟତାପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ ଦଶମ ପାଶ୍‌
  • ଏହା ବ୍ୟତୀତ ଭାରୀଯାନ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଆବଶ୍ୟକ

କନଷ୍ଟେବଳ (ରୋଷେଇ) –

  • ମାନ୍ୟତାପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ ଦଶମ ପାଶ୍‌
  • ଏହା ସହିତ, ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ଖାଦ୍ୟ ଉତ୍ପାଦନ କିମ୍ବା ରୋଷେଇରେ NSQF-1 ପାଠ୍ୟକ୍ରମ ନିଶ୍ଚୟ କରିଥିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ବର୍ଷ
  • ସର୍ବାଧିକ ବୟସ – ୪୭ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୧,୭୦୦ ଟଙ୍କା
  • ସର୍ବାଧିକ ଦରମା – ୬୯,୧୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ବର୍ଗ – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBRE)
  • ଶାରୀରିକ ମାନକ ମାପ
  • ଶାରୀରିକ ଦକ୍ଷତା ପରୀକ୍ଷା
  • ଡ୍ରାଇଭିଂ ପରୀକ୍ଷା
  • ଡାକ୍ତରୀ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Search Job Seekers ITBP ITBP Jawans
Advertisment
Advertisment