• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଣତନ୍ତ୍ର ପାଇଁ ଜୀବନ ବାଜି । ଜାମ୍ମୁ କାଶ୍ମୀରରେ ଭୋଟିଂ ପାଇଁ ପାହାଡ ଚଢୁଛନ୍ତି ପୋଲିଂ ଟିମ୍ । ଆସନ୍ତାକାଲି ଜାମ୍ମୁ ଏବଂ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ତାପୂର୍ବରୁ ପୋଲିଂ ପାର୍ଟି ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । କେହି ବି ଯେମିତି ମତଦାନରୁ ବଞ୍ଚିତ ନହେବେ ସେଥିପାଇଁ ବରିଷ୍ଠ ଭୋଟରଙ୍କ ଘରେ ମଧ୍ୟ ପହଞ୍ଚୁଛନ୍ତି ପୋଲିଂ ଟିମ୍ ।

ଭୋମାଗରୁ ରଇସି ଯିବା ପାଇଁ ପୋଲିଂ ଟିମ ପାହାଡ ଚଢୁଥିବା ଦେଖିବାକୁ ମିଳିଛି । ଅତି ସତର୍କତାର ସହ ସୁରକ୍ଷା କର୍ମୀଙ୍କ ସହ ପୋଲିଂ ଟିମ୍ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛନ୍ତି । ପାହାଡ଼, ପର୍ବତ, ବଣ ଜଙ୍ଗଲ ଓ ନଦୀ ଝରଣା ଡେଇଁ ବିପଦକୁ ଖାତିର ନକରି ପୋଲିଂ ପାର୍ଟି ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି । ଯିବା ଆସିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଚାଲି ଚାଲି ପାହାଡ଼ ଚଢ଼ୁଛନ୍ତି ପୋଲିଂ କର୍ମଚାରୀ ।

ଆସନ୍ତାକାଲି ଜମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମ ମେସିନ ସହ ପୋଲିଂ କର୍ମଚାରୀ ମାନେ ବୁଥ୍ ମୁହାଁ ହେଉଛନ୍ତି । ଭୋଟରଙ୍କ ଭୋଟିଂ ଅଧିକାର ସାବ୍ୟସ୍ତ କରାଇବା ସହ ଜଣେ ଗର୍ବିତ ଭୋଟର ଭାବେ ଅନୁଭବ କରାଇବା ପାଇଁ ଆମେ ଏଭଳି ମାଇଲ୍ ମାଇଲ୍ ଚାଲିବା ପାଇଁ ପ୍ରସ୍ତୁତ ବୋଲି ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ହେଉଛି । ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ଭୋଟିଂ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ଭୋଟିଂ ହୋଇଥିଲା । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଜମ୍ମୁ କାଶ୍ମୀରର ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ପଡିବ ଭୋଟ୍ ।

ଏହି ପର୍ଯ୍ୟାୟରେ ମଇଦାନରେ ୨୩୯ ପ୍ରାର୍ଥୀ ଥିବା ବେଳେ ୨୫ ଲକ୍ଷ ୭୮ ହଜାର ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଆସନ୍ତା ଅକ୍ଟୋବର ୧ ତାରିଖରେ ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now