• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Business Odisha Awards-2024

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

ଆପୋଲୋ ହସପିଟାଲସ୍

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ହସପିଟାଲ, ଅପୋଲୋ ହସ୍ପିଟାଲସ୍ । ଫାଉଣ୍ଡର ଚେୟାରମ୍ୟାନ୍ ତଥା ପଦ୍ମ ବିଭୂଷଣ ଡକ୍ଟର ପ୍ରତାପ ଚନ୍ଦ୍ର ରେଡ୍ଡୀଙ୍କ ଦ୍ୱାରା ୧୯୮୩ ମସିହାରେ ପ୍ରଥମେ ଚେନ୍ନାଇରେ ଆରମ୍ଭ ହୋଇଥିଲା ଆପୋଲୋ ହସପିଟାଲ୍ । ଏବେ ସାରା ଭାରତରେ ଆପୋଲର ୭୨ଟି ଶାଖା ରହିଛି, ୨୦୧୦ରେ ଭୁବନେଶ୍ୱରରେ ଆରମ୍ଭ ହୁଏ ଆପୋଲୋ ଗ୍ରୁପ୍‌ର ନୂଆ ଶାଖା । ଏଠାରେ ୨ଶହ ଡାକ୍ତରଙ୍କ ସମେତ ୧୯ଶହ କର୍ମଚାରୀ କାର୍ଯ୍ୟରତ । ୩୫୦ବେଡ୍ ଏବଂ ୧୨୦ଟି ଆଇସିୟୁ ବେଡ୍ ସହ ସ୍ପେଶାଲିଟି ଓ ସୁପର-ସ୍ପେଶାଲିଟି ବ୍ୟବସ୍ଥା ରହିଛି ଭୁବନେଶ୍ୱର ଆପୋଲୋ ହସପିଟାଲରେ । ଏଠାରେ ୧୧ଟି ଅପରେସନ ଥିଏଟର ୟୁନିଟ୍ ସହ ୨ଟି କ୍ୟାଥ୍ ଲ୍ୟାବ୍, ମେଡିସିନ୍, ଏମ୍ଆର୍ଆଇ ଏବଂ ରେଡିଓଲୋଜି ବିଭାଗ ରହିଛି । ଏକ ଏକ୍ସପର୍ଟ ଡାକ୍ତରୀ ଟିମ୍ ସହ ରୋବଟିକ୍ ସର୍ଜରି, କାର୍ଡିଓଲୋଜି, ଅଙ୍କୋଲୋଜି ସର୍ଭିସ୍, ରେଡିଏସନ, କେମୋଥେରାପି ଏବଂ ନେଫ୍ରୋଲୋଜି ଆଦି ଚିକିତ୍ସା ସେବା ଏଠାରେ ଉପଲବ୍ଧ । ଅତ୍ୟାଧୁନିକ ଚିକିତ୍ସା ସେବା ସହିତ ଆପୋଲୋ କ୍ୟାନ୍ସର ସେଣ୍ଟର ସବୁପ୍ରକାର କର୍କଟରୋଗୀଙ୍କୁ ଚିକିତ୍ସାପ୍ରଦାନ କରିଥାଏ । ଆଗକୁ ଲିଭର୍ ଓ ବୋନ୍ ମ୍ୟାରୋ ଟ୍ରାନ୍ସଫ୍ଲାଣ୍ଟ ୟୁନିଟ୍ ଖୋଲିବାକୁ ଯୋଜନା ରଖିଛନ୍ତି ଆପୋଲୋ କର୍ତ୍ତୃପକ୍ଷ । ଶିକ୍ଷା, ଅନୁସଂଧାନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ସବୁ ବର୍ଗର ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବା ହେଉଛି ଆପୋଲୋ ହସପିଟାଲ୍‌ର ମୂଳ ଉଦ୍ଦେଶ୍ୟ । ସିଏସ୍ଆର୍ କାର୍ଯ୍ୟ ଅଧୀନରେ ପ୍ରତି ମାସରେ ଥରେ ଲେଖାଏଁ ହେଲଥ୍ କ୍ୟାମ୍ପର ଆୟୋଜନ କରିଥାନ୍ତି ଆପୋଲୋ କର୍ତ୍ତୃପକ୍ଷ ।

ସମ୍ ହସ୍ପିଟାଲ୍

ଶିକ୍ଷା ଓ ଅନୁସନ୍ଧାନ ବା SOAର ଏକ ମେଡିକାଲ ସ୍କୁଲ ହେଉଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ୍ ସମ୍ ହସ୍ପିଟାଲ । ଗୁଣବତ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ । ଏହା ଅଧୀନରେ ୨୭ଶହ ବେଡ୍ ରହିଛି । ୨୦୦୫ରେ ପ୍ରତିଷ୍ଠିତ ଏହି ହସ୍ପିଟାଲ ଏବେ ରାଜ୍ୟର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଚିକିତ୍ସା ପାଇଁ ଏଠାରେ ଉକୃଷ୍ଟ ତଥା ଅତ୍ୟାଧୁନିକ ଡାଇଗନୋଷ୍ଟିକ, ସର୍ଜିକାଲ୍ ଏବଂ ଜୀବନ ରକ୍ଷାକାରୀ ଯନ୍ତ୍ରପାତି ଉପଲବ୍ଧ ରହିଛି । NABH ଏବଂ NABL ଭଳି ପ୍ରମୁଖ ସଂସ୍ଥା ସହ ଅନୁବନ୍ଧିତ ରହିଛି ଏହି ସଂସ୍ଥା । IMS and SUM Hospital, NIRF ଦ୍ୱାରା ୨୦୨୪ରେ ଦେଶର ୨୧ତମ ଶ୍ରେଷ୍ଠ ଅନୁଷ୍ଠାନର ମାନ୍ୟତା ପାଇଛି । MBBS, MD/MS ଏବଂ DM/MSCH ପାଠ୍ୟକ୍ରମ ପାଇଁ ଏଠାରେ ୨୫୦ଟି ସିଟ୍ ରହିଛି । ସମ୍ ହେଉଛି ଶିକ୍ଷା ଓ ଅନୁସନ୍ଧାନର ଏକ ୟୁନିଟ୍, ଯେଉଁଠି ୫୫୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମଧ୍ୟ କାର୍ଯ୍ୟ କରୁଛି । ସମ୍ ଅଲିଟିମେଟ୍ ମେଡି କେୟାର ବା ସମ୍ କେବଳ ଓଡିଶା କାହିଁକି ସମଗ୍ର ପୂର୍ବ ଭାରତର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ । ୨୦୨୦ରେ ପ୍ରତିଷ୍ଠିତ ଏହି ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ଏମରଜେନ୍‌ସି ଟ୍ରମା କେୟାର ଏବଂ କାର୍ଡିଆକ୍ କେୟାର ଭଳି ୩୦ଟି ସ୍ପେଶାଲିଟି ବିଭାଗ ରହିଛି । ହେମାଟୋଲେଜି, କାର୍ଡିଆକ୍ ସାଇନ୍ସ୍, ନ୍ୟୁରୋ ସାଇନ୍ସ୍, ଗାଷ୍ଟ୍ରୋ ସାଇନ୍ସ୍, ରେନାଲ୍ ସାଇନ୍ସ, ଅଙ୍କୋସାଇନ୍ସ ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ମଧ୍ୟ ଏଠାରେ ଉପଲବ୍ଧ । ଏଠାରେ ଦକ୍ଷତା ଏବଂ ଡେଡିକେସନ୍ ସହ ରୋଗୀମାନଙ୍କର ଚିକିତ୍ସା କରାଯାଇଥାଏ । ବିଶେଷ କରି କର୍କଟ ରୋଗୀଙ୍କ ସେବା ପାଇଁ ଏକ ଡେଡିକେଟେଡ୍ ୟୁନିଟ୍, ‘ହୋପ୍ ସ୍ପ୍ରିଙ୍ଗ୍ ବ୍ଲକ୍’ ରହିଛି, ଯାହା ଏପର୍ଯ୍ୟନ୍ତ ୫ଲକ୍ଷରୁ ଅଧିକ କ୍ୟାନସର ରୋଗୀଙ୍କୁ ସେବା ଯୋଗାଇ ପାରିଛି । ଏଠାରେ ଶହେରୁ ଅଧିକ ବୋନ୍ ମ୍ୟାରୋ ପ୍ରତିରୋପଣ ଏବଂ ସଂପୂର୍ଣ୍ଣ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହ କରାଯାଇଛି । IMS & SUM ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖରୁ କଟକ ଫୁଲନଖରାରେ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ ଏହା ୧୧ଶହ ଶଯ୍ୟା ବିଶିଷ୍ଟ । ଚଳିତ ଶିକ୍ଷାବର୍ଷରୁ ଫୁଲନଖରା କ୍ୟାମ୍ପସ୍ ରେ MBBS ପାଠ୍ୟକ୍ରମରେ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଅନୁମୋଦନ ମିଳିଛି । ସେହିପରି ବ୍ରହ୍ମପୁରର ଶୀତଳାପଲ୍ଲୀରେ ସମ୍ ହସ୍ପିଟାଲର ଆଉ ଏକ କ୍ୟାମ୍ପସ ରହିଛି, ଯେଉଁଠି ୨ଶହଟି ଶଯ୍ୟା ରହିଛି ।

ଜୟପ୍ରକାଶ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର

ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପ୍ରତିଷ୍ଠିତ ହୋଇଛି ଜୟପ୍ରକାଶ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର । ୨୦୧୯ରେ ପ୍ରତିଷ୍ଠିତ ରାଉରକେଲାର ଏହି ମଲ୍ଟି ସ୍ପେଶାଲିଟି କେୟାର ହସ୍ପିଟାଲ ଆଜି ପଶ୍ଚିମ ଓଡିଶାର ଏକ ନାଁ କରା ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ପରିଚିତ । ଚେୟାରମ୍ୟାନ୍ ସଞ୍ଜୟ ବନ୍‌ସାଲ ଏବଂ ଡାକ୍ତର ଚନ୍ଦନ ବନ୍‌ସାଲଙ୍କ ଉଦ୍ୟମରେ ଏହା ପ୍ରତିଷ୍ଠିତ ହୋଇଛି । ଏହି ଅଞ୍ଚଳର ପ୍ରଥମ ପୂର୍ଣ୍ଣ NABH ଏବଂ NABL ଆକ୍ରିଡେଟେଡ୍‌ ଡାକ୍ତରଖାନା ହେଉଛି ଜୟପ୍ରକାଶ ହସପିଟାଲ । ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟକରୁଛି ଏହି ଡାକ୍ତରଖାନା । DNB ପାଠ୍ୟକ୍ରମ ମାଧ୍ୟମରେ ୧୦ରୁ ଅଧିକ ସ୍ପେସିଆଲିଟି ଏବଂ ୨ଟି ସୁପର-ସ୍ପେସିଆଲିଟିରେ ଜୟପ୍ରକାଶ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏହାର ଏକାଡେମିକ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏଥିରେ ନ୍ୟୁରୋ ସର୍ଜରୀ ଏବଂ କ୍ରିଟିକାଲ କେୟାର ଭଳି ବିଭାଗ ରହିଛି । ଜୟପ୍ରକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ ଏରୁଡିସନ୍,JPIEE ବ୍ୟାନରରେ ପାରାମେଡିକାଲ୍ ଶିକ୍ଷା ପାଇଁ ଏହି ଡାକ୍ତରଖାନା ଏବେ ୩୦ରୁ ଅଧିକ ପାଠ୍ୟକ୍ରମ ଚଳାଉଛି । ଗତ ୫ ବର୍ଷରେ ଏହି ଡାକ୍ତରଖାନାରେ OPDରେ ବାର୍ଷିକ ୧ଲକ୍ଷରୁ ଅଧିକ ରୋଗୀ ଏବଂ IPDରେ ବାର୍ଷିକ ୧୫ହଜାରରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେଉଛି । ଏ ପର୍ଯ୍ୟନ୍ତ ୩୦ହଜାରରୁ ଅଧିକ ଅସ୍ତ୍ରୋପଚାର ଏଠାରେ ସଂପନ୍ନ ହୋଇଛି । ଏଥିମଧ୍ୟରେ ହୃଦ୍‌ରୋଗ ଏବଂ ନ୍ୟୁରୋ ସର୍ଜରୀ ଭଳି ଜଟିଳ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ । ତା ମଧ୍ୟରୁ ଅଧିକାଂଶ ଅସ୍ତ୍ରୋପଚାର ବୋଧହୁଏ ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ହୋଇଛି । ଏଠାରେ ଅଲ୍ଟ୍ରାମଡର୍ନ ରେଡିଓଲୋଜିକାଲ୍ ଏବଂ ଅନ୍ୟାନ୍ୟ ଡାଇଗ୍ନୋଷ୍ଟିକ୍ ସୁବିଧା ରହିଛି ଯାହା ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ । ଏହି ଡାକ୍ତରଖାନା ପ୍ରାୟ ୧୫ଶହ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଯୋଗାଇ ଦେଇଛି ଏବଂ ପରୋକ୍ଷରେ ୫ହଜାରରୁ ଅଧିକ ପରିବାର ଏହା ଉପରେ ନିର୍ଭରଶୀଳ । ଅନେକ ଏକାଡେମିକ୍ କାର୍ଯ୍ୟକଳାପ ସହିତ ରାଜ୍ୟ ତଥା ଜାତୀୟ ସ୍ତରର ସମ୍ମିଳନୀ ଆୟୋଜନ କରୁଛି ଜୟପ୍ରକାଶ ହସପିଟାଲ ।

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଓଡିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ । ଏହା ହେଉଛି ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍, ଯେଉଁଠି ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାରର ଚିକିତ୍ସା ସେବା ଉପଲବ୍ଧ । ଅତ୍ୟାଧୁନିକ ସୁବିଧା ତଥା ରୋଗୀ-କେନ୍ଦ୍ରିକ ଆଭିମୁଖ୍ୟ ସହ କଳିଙ୍ଗ ହସ୍ପିଟାଲ୍ ପ୍ରଶଂସା ସାଉଁଟିଛି । ହସ୍ପିଟାଲ୍ କର୍ପୋରେସନ୍ ଅଫ୍ ଓଡ଼ିଶା ନାମରେ ଦୂରଦୃଷ୍ଟିସମ୍ପନ୍ନ ୫୪ ଜଣ NRIଙ୍କ ଦ୍ୱାରା ୧୯୯୦ ମସିହାରେ ପ୍ରତିଷ୍ଠିତ ହୁଏ କଳିଙ୍ଗ ହସ୍ପିଟାଲ୍ । ରୋଗୀଙ୍କ ପାଇଁ ଏଠାରେ ୨୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲ୍‌ର ମୂଳ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଶସ୍ତା ମୂଲ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବା । କାର୍ଡିଆକ ସାଇନସ୍, ନ୍ୟୁରୋ ସାଇନସ୍, ଅର୍ଥୋପେଡିକସ୍ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ, ଅଙ୍କୋସାଇନସ୍, ଗାଇନୋକୋଲୋଜି, ପେଡିଆଟ୍ରିକସ୍, ପଲ୍ ମୋନୋଲୋଜି, କ୍ରିଟିକାଲ କେୟାର, ଏମର୍ଜେନସି କେୟାର, ଟେଲି-ହେଲ୍ଥ, ଜେରିଆଟ୍ରିକ କେୟାର, ମେଣ୍ଟାଲ ହେଲ୍ଥ ଭଳି ଅନେକ ବିଭାଗ ରହିଛି କଳିଙ୍ଗ ହସ୍ପିଟାଲରେ । ବରିଷ୍ଠ ନାଗରିକଙ୍କ ପାଇଁ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର କେୟାର ଡେସ୍କ ଏବଂ ପଡ଼ୋଶୀ ଷ୍ଟେଟ୍ ଡେସ୍କର ବ୍ୟବସ୍ଥା ରହିଛି ଏଠାରେ । ଆର୍ଥିକ ଅନଗ୍ରସର ରୋଗୀଙ୍କ ପାଇଁ ଏଠାରେ ଡର୍ମିଟୋରୀର ବ୍ୟବସ୍ଥା ରହିଛି । ୨ଶହରୁ ଅଧିକ ଡାକ୍ତର ସହିତ ସର୍ବମୋଟ୍ ୧୧ଶହ କର୍ମଚାରୀ ଏଠାରେ କାର୍ଯ୍ୟରତ । ଏହାର ବାର୍ଷିକ ଟର୍ଣ୍ଣ ଓଭର ୧୨୦କୋଟିରେ ପହଂଚିଥିବା ବେଳେ ଆସନ୍ତା ବର୍ଷ ଏହା ୧୬୦କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷତା ବିକାଶ ଦିଗରେ ଅବଦାନ ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସେସ୍ ବିଭିନ୍ନ ପ୍ରକାରର ବୈଷୟିକ ଏବଂ ପାରାମେଡିକାଲ୍ ପାଠ୍ୟକ୍ରମ ଯୋଗାଉଛି ।

ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାସଟ୍ରୋ ଏଣ୍ଟେରୋଲୋଜି ଆଣ୍ଡ୍ ଗାଇନାକୋଲୋଜି

ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାସଟ୍ରୋ ଏଣ୍ଟେରୋଲୋଜି ଆଣ୍ଡ୍ ଗାଇନାକୋଲୋଜି ବା ଏଲ୍‌ଆଇଜିଜି ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପରିଚିତ ନାଁ । ଯାହା କଟକ ନୟାବଜାର ଠାରେ ଥିବା ଏହି ହସ୍‌ପିଟାଲ୍ ’ ଦ ଲାଇଫ ସେବା ଟ୍ରଷ୍ଟ’ ନାମରେ ଅନୁବନ୍ଧିତ । କମ୍ ଦାମରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ସହିତ ୨୦୧୧ରେ ପ୍ରତିଷ୍ଠା ହୋଇଥିଲା ଏଲ୍ଆଇଜିଜି ହସ୍ପିଟାଲ୍ । ବରିଷ୍ଠ ଲାପ୍ରୋସ୍କୋପିକ୍, ଗ୍ୟାଷ୍ଟ୍ରୋଇନ୍ଟେଷ୍ଟାଇନାଲ୍‌ ଓ କ୍ୟାନସର ସର୍ଜନ ଡାକ୍ତର ହରିଶ୍ଚନ୍ଦ୍ର ମିଶ୍ର ଓ ଡାକ୍ତର ସଂଘମିତ୍ରା ଦାଶଙ୍କ ତତ୍ତ୍ୱାବଧାନରେ ଏହି ହସ୍ପିଟାଲ ଏବେ ରାଜ୍ୟ ଓ ରାଜ୍ୟ ବାହାରର ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେଉଛି । ଅବ୍‌ଷ୍ଟ୍ରେଟିକ୍ସ, ଗାଇନାକୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି, ସର୍ଜରୀ, ୟୁରୋଲୋଜି, ଅଙ୍କୋଲୋଜି ଆଦି ଚିକିତ୍ସା ଯୋଗାଇ ଦେବାରେ ଏହି ହସ୍ପିଟାଲ ଉଦାହରଣ ସୃଷ୍ଟିକରିଛି । ୪୦ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଆଇସିୟୁ, ଏନ୍ଆଇସିୟୁ, ଡାଏଲେସିସ୍‌, ମଡୁଲାର ଓଟି, ମଡର୍ଣ୍ଣ ଲେବର ରୁମ୍ ଆଦି ଏଠାରେ ଉପଲବ୍ଧ । ୧୫ ବର୍ଷ ତଳେ ମାତ୍ର ୨ଜଣ ଡାକ୍ତରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ କ୍ଲିନିକ୍‌ ଆଜି ଅନେକଙ୍କ ଭରସାଯୋଗ୍ୟ ହସ୍ପିଟାଲରେ ରୂପାନ୍ତରିତ ହୋଇଛି । ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେଇ ରୋଗୀମାନଙ୍କ ବିଶ୍ୱାସ ଜିଣିବା ସହ ୯୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଏଠାରେ ପାଇପାରିଛନ୍ତି କର୍ମସଂସ୍ଥାନ । ପ୍ରତି ମାସ ୨ୟ ଏବଂ ଶେଷ ରବିବାର ହସ୍ପିଟାଲ ପକ୍ଷରୁ ମାଗଣା ରୋଗୀଦେଖା ସହ ପରୀକ୍ଷା ଏବଂ ଅପରେସନ ମଧ୍ୟ କରାଯାଇଥାଏ ।

- ୨୦୦୯ ମସିହାରେ ହାଇଦ୍ରାବାଦରୁ ଉଚ୍ଚଶିକ୍ଷା ଶେଷ କରିବା ପରେ ଓଡ଼ିଶା ଫେରି ’ଦ ଲାଇଫ କ୍ଲିନିକ୍’ ଆରମ୍ଭ କରନ୍ତି ଡାକ୍ତର ହରିଶ୍ଚନ୍ଦ୍ର ଓ ଡାକ୍ତର ସଂଘମିତ୍ରା ।

-୨୦୧୧ ମସିହା ନଭେମ୍ବର ୨୫ ତାରିଖରେ ଏହା ’ଲାଇଫ ସେବା ଟ୍ରଷ୍ଟ’ ନାମରେ, ୧୨ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ରୂପାନ୍ତରୀତ ହୁଏ।

-୨୦୧୬ ମସିହା ମେ ୯ ତାରିଖ, ଅକ୍ଷୟ ତୃତୀୟା ଅବସରରେ ପୂର୍ଣ୍ଣ ଅବୟବରେ ଆରମ୍ଭ ହୁଏ ୪୦ ଶଯ୍ୟା ବିଶିଷ୍ଟ ’ଦ ଲାଇଫ ସେବା ଟ୍ରଷ୍ଟ’ ହସ୍ପିଟାଲ।

OTV is now on Whatsapp

Join and get latest news update delivered to you via whatsapp

Join Now