• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

representational image
କ୍ୱାରେଣ୍ଟିନ୍‌ ସେଣ୍ଟର ନିକଟରୁ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: କ୍ୱାରେଣ୍ଟିନ୍‌ ସେଣ୍ଟର ନିକଟରୁ ଜଣେ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଳାଁ ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତକ ହେଲେ ରାଇକମା ଗାଁର ସୁରେନ୍ଦ୍ର ବେହେରା। ସୂଚନା ଅନୁସାରେ, ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ ଫେରି ଡମ୍ବୁରଡହ ପ୍ରାଥମିକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟର ରହୁଥିଲେ। ଆଜି ସକାଳେ ସୁରେନ୍ଦ୍ରଙ୍କ ମୃତଦେହ କ୍ୱାରେଣ୍ଟିନ୍‌ ସେଣ୍ଟର ନିକଟରେ ଥିବା ମହୁଲ ଗଛରେ ଝୁଲୁଥିବା […]

odisha
ଘର ଭଡ଼ା ଛାଡ଼ିଲେ ଘର ମାଲିକ

ବ୍ରହ୍ମପୁର: କରୋନା ଭଳି ମହାମାରୀ ସମୟରେ କାମଧନ୍ଦା ନ ପାଇ କିଛି ଲୋକ ଜୀବିକା ହରାଇ ଘରେ ବସିଛନ୍ତି। ଏଭଳି ଦୁଃସମୟରେ ଭଡ଼ାରେ ଥିବା ପରିବାରଙ୍କ ପାଇଁ ଉଦାହାରଣ ସାଜିଲେ ବ୍ରହ୍ମପୁର ସହରର ମୁରଲି ମୋହନ ଆଚାର୍ଯ୍ୟ। ମୁରଲିଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। କିନ୍ତୁ ୩ ପରିବାର ଗାଁକୁ ପଳାଇଥିବାରୁ ଅବଶିଷ୍ଟ ସମସ୍ତ ପରିବାରକୁ ଗୋଟିଏ ମାସର ଭଡ଼ା ଛାଡ଼ କରିବା ସହ ପ୍ରତ୍ୟେକ ପରିବାରକୁ ୨୫ କିଲୋ ଚାଉଳ ମଧ୍ୟ ଦେଇଛନ୍ତି ମୁରଲି। ଏଭଳି […]

91421093_3110305529059371_5797060119829151744_n
ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୪୮ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ଯାଜପୁରରୁ ୨ଜଣ, ନୟାଗଡ଼ରୁ ୩ଜଣ, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ଆକ୍ରାନ୍ତଙ୍କ […]

Avalanche
ହିମ ସ୍ଖଳନରେ କର୍ଣ୍ଣେଲ ଓ ଯବାନ ସହିଦ

ନୂଆଦିଲ୍ଲୀ: ସିକିମ୍‌ରେ ହିମ ସ୍ଖଳନ ଯୋଗୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ‌ ଓ ଜଣେ ଯବାନ ସହିଦ ହୋଇଛନ୍ତି। ଉତ୍ତର ସିକିମ୍‌ର ଲୁଗନାକ ଲା ଅଂଚଳରେ ଏହି ଦୁଃଖଦ ଘଟଣା ହୋଇଛି। ସେନା ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍‌ ହିମ ସ୍ଖଳନ ହୋଇଥିଲା। ଫଳରେ ୧୮ଜଣ ସୁରକ୍ଷାକର୍ମୀ ବରଫ ଖଣ୍ଡ ତଳେ ଚାପି ହୋଇ ଯାଇଥିଲେ। ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଫ ଖଣ୍ଡ ଭିତରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ‌୧୬ଜଣଙ୍କୁ ସୁରକ୍ଷିତ […]

Badrinath Temple
ଖୋଲିଲା ବଦ୍ରିନାଥ ମନ୍ଦିର, କରୋନା ଯୋଗୁ ଭଗବାନଙ୍କ ଦର୍ଶନ କରିପାରିଲେନି ଭକ୍ତ

ନୂଆଦିଲ୍ଲୀ: ଆଜି ଭୋରରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ମନ୍ଦିର ଖୋଲା ହୋଇଛି। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା […]

aadhar card
ଗୋବର ଗାଡ଼ିଆରୁ ମିଳିଲା ଶହ ଶହ ଆଧାର କାର୍ଡ

କରଞ୍ଜିଆ: ଲୋକମାନଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଏଭଳି ସ୍ଥିତିରେ ଗୋବର ଗାଡ଼ିଆରୁ ଶହ ଶହ ସଂଖ୍ୟକ ଆଧାର କାର୍ଡ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ଘୋଷଦା ଗାଁ ଢ଼ିପାସାହି ଶାଖା ଡାକଘର ଅଧିକାରୀଙ୍କ ଘର ପଛପଟରେ ଥିବା ଗୋବର ଗାଡ଼ିଆରୁ ଏହି ଆଧାର କାର୍ଡ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ […]

odisha
ବକେୟା ଟଙ୍କା ମାଗିବାରୁ ଗାଡ଼ି ମାଲିକଙ୍କୁ ପିଟିଲେ ବିଡିଓ !

ନୟାଗଡ଼: ପୁଣି ଆଉ ଜଣେ ବିଡିଓଙ୍କ ବିରୋଧରେ  ଦୁର୍ବବ୍ୟହାର ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓ ଜଣକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ଜଣେ ଗାଡ଼ି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓଙ୍କ ନାଁ ପ୍ରମୋଦ କୁମାର ଦଳବେହେରା। ସେ ନୂଆଗାଁ ବ୍ଲକ୍‌ର ବିଡିଓ। ସୂଚନା ଅନୁସାରେ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ବ୍ଲକ୍‌ ଅଫିସରେ ଲଗାଇଥିଲେ। କିନ୍ତୁ ଦୀର୍ଘ ଦେଢ଼ […]

vlcsnap-error709
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ, ବାଉଁଶ କୁଡ଼ିଆରେ କଲେ କ୍ୱାରେଣ୍ଟିନ୍‌ ସେଣ୍ଟର

ଇମ୍ପାଲ: କରୋନା ମୁକାବିଲା କ୍ଷେତ୍ରରେ ପାଦେ ଆଗରେ ରହିଛି ମଣିପୁରର ଏକ ଗାଁ। ଏଠାରେ ରହୁଥିବା ଗ୍ରାମବାସୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ବାଉଁଶରେ ୮୦ଟି ଛୋଟ ଛୋଟ କୁଡ଼ିଆ ତିଆରି ହୋଇଛି। ଯାହା କ୍ୱାରେଣ୍ଟିନ୍‌ ସେଣ୍ଟର ଭଳି କାମ କରିବ। ଯେଉଁଥିରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ଏଥିପାଇଁ ସେମାନେ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ଇମ୍ଫାଲଠାରୁ ୧୧୫ କିଲୋମିଟର ଦୂର ସେନାପତି ଜିଲ୍ଲାର ତୁଙ୍ଗ୍‌ଜୟ ଗ୍ରାମବାସୀ ଗାଁଠୁ ଦୂରରେ ଥିବା ଖୋଲା […]

92045314_3111362032287054_788538214380994560_n
କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କେନ୍ଦ୍ରାପଡ଼ାରେ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଯଦିଓ ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି, କିନ୍ତୁ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ।

cyclone
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାଲି ଡିପ୍ରେସନ୍‌ର‌ ରୂପ ନେବ !

ନୂଆଦିଲ୍ଲୀ: ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ୱେଲ୍‌ ମାର୍କଡ୍ ଲୋ’ ପ୍ରେସର୍‌ ଏରିଆ ଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଏହା ଡିପ୍ରେସନ୍‌ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଘନୀଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ୍‌ରେ ଅର୍ଥାତ୍‌ ବାତ୍ୟାରେ ପରିଣତ ହୋଇପାରେ। ମେ’ ୧୭ ତାରିଖ […]

indian railways
ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ଟ୍ରେନ୍ ଟିକେଟ୍‌ ବାତିଲ

ନୂଆଦିଲ୍ଲୀ: ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍‌କୁ ରେଳ ବିଭାଗ ବାତିଲ କରିଛି। ଟିକେଟ୍‌ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି। ହେଲେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ଶ୍ରମିକ ଟ୍ରେନ୍‌ ଓ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ମଚଳାଚଳ କରିବ। ଗତ ସପ୍ତାହରେ ଦିଲ୍ଲୀ ସମେତ ଦେଶର ୧୫ଟି ସହରକୁ ସ୍ୱତନ୍ତ୍ର ଟ୍ରେନ୍‌ […]