/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716449673.jpg)
Karnataka peon
ଦୁନିଆରେ ଏମିତି ଅଜବ ଘଟଣା ଘଟେ ଯାହା ସମସ୍ତଙ୍କୁ ଚକିତ କରିଦିଏ । ସେମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଟ୍ରିକ୍ରେ ରଖିଛନ୍ତି ୯୯.୫% କିନ୍ତୁ ପଢି ପାରୁ ନାହାଁନ୍ତି ଅକ୍ଷର । ଏହିପରି ଅନେକ ମାମଲା ସାରା ଦେଶରେ ସାମ୍ନାକୁ ଆସିଛି ଯେଉଁଥିରେ ସରକାରୀ ବିଭାଗରେ କାମ କରୁଥିବା ଲୋକମାନେ ଠିକ୍ ଭାବରେ ପଢି ପାରନ୍ତି ନାହିଁ ଏବଂ ଲେଖିବାରେ ମଧ୍ୟ ସକ୍ଷମ ନୁହଁନ୍ତି ।
କିନ୍ତୁ ଏହା ସତ୍ତ୍ବେ ମଧ୍ୟ ସେମାନେ ସରକାରୀ କାମ କରନ୍ତି । ଏଭଳି ଘଟଣା ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ଯେ ଉପଯୁକ୍ତ ଶିକ୍ଷା ବିନା ସେମାନେ କିପରି ନିଯୁକ୍ତି ପାଇଲେ କିମ୍ବା ପ୍ରତିଯୋଗିତା ପରୀକ୍ଷାରେ କିପରି ପାସ୍ କଲେ ? ଏବେ ଏଭଳି ଏକ ମାମଲା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ।
ଅଧିକ ପଢ଼ନ୍ତୁ: କାହିଁକି ବିଳମ୍ବ ହେଉଛି ମାଟ୍ରିକ ରେଜଲ୍ଟ ? ଦ୍ୱନ୍ଦ୍ୱରେ ଅଭିଭାବକ ଓ ପରୀକ୍ଷାର୍ଥୀ
ବାସ୍ତବରେ, କର୍ଣ୍ଣାଟକର ଜେପିଏଫସି କୋର୍ଟର ଜଣେ ବିଚାରପତିଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ କୋର୍ଟର ଜଣେ ପିଅନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ଜଜ୍ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପିଅନ୍ ଉପରେ ସନ୍ଦେହ ପ୍ରକାଶ କରିବା ପରେ ଏପରି ଘଟିଛି । ପ୍ରଭାସ ନାମକ ୨୩ ବର୍ଷର ପିଅନ୍ ସଠିକ୍ ଭାବରେ ପଢି ପାରନ୍ତି ନାହିଁ କି ଲେଖି ମଧ୍ୟ ପାରନ୍ତି ନାହିଁ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଦଶମ ଶ୍ରେଣୀରେ ୯୯.୫ ପ୍ରତିଶତ ମାର୍କ ରଖିଛନ୍ତି ।
ପ୍ରଭାସ ରାଇଚୁରର ବାସିନ୍ଦା ଏବଂ ଏହାପୂର୍ବରୁ ସେ କପାଲ ସିଜେଏମ୍ସି କୋର୍ଟରେ ପରିମଳ କର୍ମଚାରୀ ଭାବରେ କାମ କରୁଥିଲେ । କିନ୍ତୁ ସେ ଦଶମ ଶ୍ରେଣୀରେ ୯୯.୫ ପ୍ରତିଶତ ମାର୍କ ହାସଲ କରି ଏକ ପିଅନ୍ ଚାକିରି କରିବା କୋର୍ଟର ଜଣେ ଜଜ୍ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ବିଚାରପତିଙ୍କ କହିବାନୁସାରେ, ନକଲି ସାର୍ଟିଫିକେଟ୍ ମାଧ୍ୟମରେ ସରକାରୀ ଚାକିରି ପାଇବା କେବଳ ପ୍ରତିଭାଶାଳୀ ଛାତ୍ରମାନଙ୍କୁ ନିରାଶ କରେ ନାହିଁ ବରଂ ସେମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ । ଖୁବ୍ ଶୀଘ୍ର ପୋଲିସ ଏ ବାବଦରେ ଏକ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)