Advertisment

Career Tips: ଆପଣ ଚାକିରି ହରାଇ ଚିନ୍ତାରେ ଅଛନ୍ତି କି… ଏହି ୫ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ସାଙ୍ଗେ ସାଙ୍ଗେ ମିଳିଯିବ ନୂଆ କାମ

ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଆପଣ ଯଦି ଚାକିରି ହରାଇ ଅସୁବିଧାରେ ଅଛନ୍ତି, ଆଉ ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଉପାୟ ଅନୁସରଣ କଲେ ତୁରନ୍ତ ଚାକିରି ମିଳିଯାଇପାରେ। ତେବେ ଏହି ଉପାୟ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
What To Do When You Lose Your Job

If you lost your job then do these things to get new job soon

ଚାକିରି ପାଇବା ଓ ଚାକିରି ହରାଇବା ଏହା ପ୍ରାୟ ଘରୋଇ ନିଯୁକ୍ତି କ୍ଷେତ୍ରରେ ସାଧାରଣ କଥା। ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଘରେ ଗୋଟିଏ ମାସ କିମ୍ବା ବେଳେବେଳେ ଏପରିକି ଅନେକ ମାସ ରହିବାକୁ ପଡିଥାଏ। ବେଳେବେଳେ ପରିସ୍ଥିତି ଏତେ ଖରାପ ହୋଇଯାଏ ଯେ ଏହା ଜଣେ ବ୍ୟକ୍ତିଙ୍କୁ ନିରାଶ ଏବଂ ଆର୍ଥିକ ସଙ୍କଟରେ ପକାଇଥାଏ।

Advertisment

ବିନା କାମରେ ନିଜ ଘରେ ରହିବାକୁ ପଡେ। ବେଳେବେଳେ ବ୍ୟକ୍ତିଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଚାକିରି ଖୋଜିବାକୁ ପଡେ। ମିଳିବାରେ ବିଳମ୍ବ ହେଲେ ଏପରିକି ଲୋକେ ମାନସିକ ଚାପକୁ ପଳାଇ ଅନେକ ଭୁଲ୍ ପଦକ୍ଷେପ ମଧ୍ୟ ନେଇଥାନ୍ତି। ତେବେ ଚାକିରି ହରାଇବା ପରେ ତୁରନ୍ତ କ’ଣ କରିବା ଉଚିତ ତାହା ଜାଣିବା ଜରୁରୀ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଚାକିରି ପାଇ ଉତ୍ସାହିତ କି; ଏହି ୬ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, କାମରେ ଆସିବନି ଚାପ

Advertisment

ଆପଣ ଯଦି ଚାକିରି ହରାଇ ଅସୁବିଧାରେ ଅଛନ୍ତି, ଆଉ ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଉପାୟ ଅନୁସରଣ କଲେ ତୁରନ୍ତ ଚାକିରି ମିଳିଯାଇପାରେ। ତେବେ ଏହି ଉପାୟ ଜାଣିବା ପାଇଁ ପଢନ୍ତୁ।

ନିଯୁକ୍ତି ପୋର୍ଟାଲ୍‌ ପ୍ରତି ଧ୍ୟାନ:

ଅନେକ ଜବ୍ ପୋର୍ଟାଲ ରହିଛି ଯେଉଁଥିରୁ ବିଭିନ୍ନ କମ୍ପାନୀଗୁଡିକର ନୂଆ ଅପ୍‌ଡେଟ୍ ମିଳିପାରିବ। ଆଜିର ସମୟରେ ଚାକିରି ଖୋଜିବାର ଏହା ହେଉଛି ସବୁଠାରୁ ଭଲ ସୁଯୋଗ। ଏହି ନିଯୁକ୍ତି ପୋର୍ଟାଲଗୁଡିକ ବିଭିନ୍ନ କମ୍ପାନୀରେ ଖାଲି ଥିବା ପୋଷ୍ଟଗୁଡିକ ବିଷୟରେ ସର୍ବଶେଷ ଅପ୍‌ଡେଟ୍ ସଂଗ୍ରହ କରନ୍ତି ଏବଂ ସେମାନଙ୍କ ଉପଭୋକ୍ତାମାନଙ୍କୁ ଜଣାନ୍ତି। ଏହା ଆପଣଙ୍କୁ ତୁରନ୍ତ ଚାକିରି ଦେବାରେ ସାହାଯ୍ୟ କରିବ।

ପାର୍ଟ ଟାଇମ୍ କିମ୍ବା ଫ୍ରିଲାନ୍ସ ଚାକିରି ବିଷୟରେ ବିଚାର:

ଯଦି ଆପଣ ତିନି/ଚାରି ମାସ କିମ୍ବା ତା’ଠାରୁ ଅଧିକ ମାସ ଘରେ ବିନା ଚାକିରିରେ ରହିଗଲେଣି ଏବଂ ଆର୍ଥିକ ସଙ୍କଟକୁ ସାମ୍ନା କରିବାକୁ ପଡୁଛି ତେବେ ଏଥିରୁ ରକ୍ଷା ପାଇବା ପାଇଁ କିଛି ପାର୍ଟ ଟାଇମ୍ ଚାକିରି ହେଉ କି କୌଣସି ଫ୍ରିଲାନ୍ସ ଚାକିରି ଖୋଜିବାକୁ ଚେଷ୍ଟା କରନ୍ତୁ। ଏଥୁରୁ ହୁଏତ କମ ଟଙ୍କା ମିଳିବ କିନ୍ତୁ ଏହା ଆପଣଙ୍କୁ ଆର୍ଥିକ ସହାୟତା ଦେବା ସହ କିଛି ନୂଆ ଅଭିଜ୍ଞତା ମଧ୍ୟ ଦେବ ଯାହା ଆପଣଙ୍କୁ ଏକ ସ୍ଥାୟୀ ଚାକିରି ପାଇବାରେ ନିଶ୍ଚିତ ଭାବରେ ସାହାଯ୍ୟ କରିବ।

ରୁଚି ଅନୁଯାୟୀ କ୍ୟାରିୟର୍‌:

ଚାକିରି ହରାଇବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅନୁଭୂତି। କିନ୍ତୁ, ଅନ୍ୟପକ୍ଷରେ, ଏହା ଆପଣଙ୍କ ପାଇଁ ଏକ ସୁଯୋଗ ମଧ୍ୟ। ବିଶେଷତ କରି ଯେଉଁମାନେ ନିଜ ଅନିଚ୍ଛା ସହିତ କୌଣସୁ ଏକ କ୍ଷେତ୍ରରେ କାମ କରୁଥାନ୍ତି। ଏହିପରି ଚାକିରି ହରାଇବା ପରେ ଆପଣ ହୁଏତ ଭାଗ୍ୟବାନ ହୋଇପାରନ୍ତି ଆଉ ନିଜ ପସନ୍ଦର କ୍ଷେତ୍ରରେ କ୍ୟାରିୟର ଗଢିପାରନ୍ତି। ଏନେଇ ନିରାଶ ନ ହୋଇ ନିଜକୁ ପ୍ରସ୍ତୁତ କରନ୍ତୁ ଏବଂ ସେହି କ୍ଷେତ୍ରରେ କ୍ୟାରିଅର୍ ତିଆରି କରନ୍ତୁ ଯେଉଁଠି କ୍ଷେତ୍ରରେ ନିଜର ଆଗ୍ରହ ରହିଛି।

ଅଧିକ ପଢ଼ନ୍ତୁ: ଚାକିରି ଖୋଜିବା ବେଳେ ଆପଣ କରୁଛନ୍ତି କି ଏପରି ଭୁଲ୍… ପଡିପାରେ ମହଙ୍ଗା

ନିଜ ଦକ୍ଷତାର ଚିହ୍ନଟ:

କମ୍ପାନୀ କାହିଁକି ଚାକିରିରୁ ବାହର କଲା? କ’ଣ ଭୁଲ୍ ଥିଲା? କେବେ ଅନ୍ୟ ଚାକିରି ମିଳିବ? କେବେ ଏବଂ କେଉଁ କମ୍ପାନୀରେ ମିଳିବ? ସାଧାରଣତଃ ଚାକିରି ହଏଇଥିବା ଲୋକଙ୍କ ମନକୁ ଆସେ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିତ୍ୱ, ନିଜ କୌଶଳ ଆଉ ଦକ୍ଷତାକୁ ନ ଜାଣି ଅନ୍ୟ ଚାକିରି ଖୋଜିବା ଆରମ୍ଭ କରିଦିଅନ୍ତି। ଯେତେବେଳେ ସେମାନେ ଅନ୍ୟ କମ୍ପାନୀରେ ଚାକିରି କରନ୍ତି, ସେମାନଙ୍କୁ ପୁନର୍ବାର ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ତେଣୁ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ, ନିଜର ଦକ୍ଷତାକୁ ଚିହ୍ନଟ କରିବା ଉଚିତ ଏବଂ ସେହି କ୍ଷେତ୍ରରେ ଚାକିରି ଖୋଜିବା ଉଚିତ।

ପ୍ରଦର୍ଶନରେ ସୁଧାର:

ଚାକିରି ଯିବା ପରେ ଆଶା ହରାନ୍ତୁ ନାହିଁ ଏବଂ ଶିଖିବା ଆରମ୍ଭ କରନ୍ତୁ। କିପରି ନିଜ କାର୍ଯ୍ୟଦକ୍ଷତାକୁ ଉନ୍ନତ କରାଯାଇପାରିବ ସେ ଦିଗରେ କାମ କରିବା ଆରମ୍ଭ କରନ୍ତୁ। ଉଦାହରଣ ସ୍ୱରୂପ ଧରାଯାଉ ଆପଣ ଜଣେ ପରିଚାଳନା ପ୍ରଫେସନାଲ ଏବଂ ଆପଣଙ୍କର ଭଲ ଯୋଗାଯୋଗ ଦକ୍ଷତା ଅଛି। କିନ୍ତୁ, ଯେତେବେଳେ କୌଣସି ସିଦ୍ଧାନ୍ତ ଏବଂ ପରିଚାଳନା ସଂକଳ୍ପକୁ ନେଇ ପ୍ରଶ୍ନ ପଚରାଯାଏ କିନ୍ତୁ ଏହା ବିଷୟରେ ଆପଣ ଜାଣି ନାହାନ୍ତି ଏବଂ ସାକ୍ଷାତକାରରେ କିଛି କହିବାକୁ ସକ୍ଷମ ହେଉ ନାହାନ୍ତି। ଏନେଇ ଯେଉଁ କ୍ଷେତ୍ରରେ ଆପଣଙ୍କ ଜ୍ଞାନ ନାହିଁ ସେ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ଚେଷ୍ଟା କରନ୍ତୁ।

Career Tips
Advertisment
Advertisment