ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ମହିଳାଙ୍କ ସୁରକ୍ଷା ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ପ୍ରତି କଡ଼ା ପଦକ୍ଷେପ ନେବାକୁ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଚିଠି ଲେଖାଯାଇଛି। ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୋଲିସ ଏତଲା ଗ୍ରହଣ କରିବାକୁ […]
ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ିଥିବା ମୁସଲମାନ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗତଙ୍କ ଉପସ୍ଥିତିରେ ଶାୟରା ଆଜି ଦେହରାଡୁନ ଠାରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଶାୟରାଙ୍କ ସାମିଲ୍ ନେଇ ଉତ୍ତରାଖଣ୍ଡ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍ରେ ଲେଖିଛି “ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାହସୀ ମହିଳା […]
ପାଟନା: ବାପାଙ୍କୁ ହରାଇବା ପରେ ପୁଅ କେମିତି ବେସାହାରା ମନେ କରେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର। କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଅବସ୍ଥା ବି ଠିକ୍ ସେହିପରି। ବାପାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଚିରାଗ। ଆଜି ରାମ ବିଲାଶଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ବେଳେ ଧୈର୍ଯ୍ୟ ରଖି ପାରିନଥିଲେ ଚିରାଗ। ମୁଖାଗ୍ନି ଦେବା ପରେ ପରେ ହିଁ ସେ ସେଇଠି ଅଚେତ୍ ହୋଇପଡ଼ିଥିଲେ। ରାମ […]
ବିଷ୍ଣୁପୁର: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଗତକାଲି ରାତିରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରେକର୍ଡ କରାଯାଇଛି। National Center for Seismologyର ସୂଚନା ଅନୁସାରେ, ରାତି ୧୧ଟା ୮ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବିଷ୍ଣୁପୁରରୁ ୩୦ କି.ମି. ଦୂରରେ ଥିଲା। ହଠାତ୍ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।
ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ଏହି ଅପହରଣ କରାଯାଇଥିବା ନେଇ ପୋଲିସ୍ କହିଛି। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ମାମଲା ଉପରୁ ପରଦା ହଟିଛି। ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ପିଅନ ଅଫିସ୍ରେ ନ ଜଣାଇ ଅନେକ ସମୟରେ ଅନୁପସ୍ଥିତ ରହୁଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]
ନୂଆଦିଲ୍ଲୀ: ଯୁବତୀଙ୍କ ସହ ବନ୍ଧୁତ୍ୱକୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ଜଣଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଥିବା ସୂଚନା ମିଳିଛି। ମୃତ ଛାତ୍ର ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ନିବାସୀ ରାହୁଲ। ଆକ୍ରମଣ ପୂର୍ବରୁ ସିସିଟିଭି ଫୁଟେଜରେ ରାହୁଲଙ୍କୁ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା। ପୋଲିସ୍ ସୂଚନା ଅନୁସାରେ, ରାହୁଲ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ୱ […]
ଗୌହାଟି: ଆସାମରେ ପୋଲିସ୍ ସବ୍-ଇନ୍ସପେକ୍ଟର(SI) ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି। ପ୍ରଶ୍ନପତ୍ର ଲିକ୍ର ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୋଲିସ ଡିଜି ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି। ସୂଚନାଥାଉ କି, ସେପ୍ଟେମ୍ବର ୨୦ରେ ଆସାମର ପୋଲିସ୍ SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ State Level Police Recruitment Board (SLPRB) ପରୀକ୍ଷାକୁ […]
ବେଙ୍ଗାଲୁରୁ: ବିରିୟାନି ପ୍ରାୟତଃ ସମସ୍ତଙ୍କର ପସନ୍ଦ। ହେଲେ ବିରିୟାନି ଖାଇବା ପାଇଁ ରାତି ୩ ଟାରୁ ଧାଡ଼ିରେ ଛିଡ଼ା ହେବା କଥା ଶୁଣିଲେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି। କରୋନା କଟକଣାକୁ ଫୁ’ କରି ମଟନ ବିରିୟାନି ଖାଇବା ପାଇଁ ଦେଢ଼ କିଲୋମିଟର ଲମ୍ବା ଲାଇନ୍ରେ ଲୋକମାନେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ବେଙ୍ଗାଲୁରୁ ସିଟି ସେଣ୍ଟରରୁ ୨୫ କି.ମି. […]
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା। ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି। ସେହିପରି ଆର.କେ ପୁରମରେ ୨୩୫ ରହିଥିବା ବେଳେ ରୋହିଣୀ ଅଞ୍ଚଳରେ ବାୟୁର ମାନ ୨୪୬ ରହିଛି। […]
ଲଦାଖ: ଚୀନ୍ ସହ ଉତ୍ତେଜନା ଭିତରେ ଅଧିକ ସଜାଗ ଭାରତୀୟ ଏୟାରଫୋର୍ସ। ଲଦ୍ଦାଖ ସୀମାରେ ପଇଁତରା ମାରୁଛି ମିଗ୍-୨୯ ଲଢୁଆ ବିମାନ। ଲେହ ଏୟାର୍ ବେସ୍ରେ ଶୀତ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ରଣନୀତି ଦୃଷ୍ଟିରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବାୟୁସେନା ପୋଜିସନ୍ ନେଇସାରିଥିବା ବେଳେ, ଏବେ ଓ୍ୱିଣ୍ଟର୍ ଷ୍ଟକିଂ ପାଇଁ ଚାଲିଛି କସରତ। କେବଳ ମିଗ୍ ନୁହେଁ, ଟ୍ରାନ୍ସପୋର୍ଟ ଏୟାର୍କ୍ରାଫ୍ଟ C-17 ଗ୍ଲୋବ୍ ମାଷ୍ଟର୍, ଆପାଚେ ଲଢ଼ୁଆ ହେଲିକପ୍ଟର ଓ ଚିନୁକ୍ ହେଭି ଲିଫ୍ଟ ଚପର୍ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଗତକାଲି ୟୁପି ପୋଲିସ୍ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ପୂର୍ବ ଆଧାରିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ୍ରମେ ଗତକାଲି ମାମଲାର ତଦନ୍ତ ଦାୟିତ୍ୱ ହାଥରସ୍ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର […]
ଧନ୍ବାଦ୍: JMM (Jharkhand Mukti Morcha) ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରୁ ମିଳିଛି। ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟଙ୍କ ମୃତଦେହ ଧନ୍ବାଦ୍ ଜିଲ୍ଲାରେ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ପୋଲିସ୍ ସୂଚନା ଅନୁସାରେ, ଶଙ୍କର ରୱାନି ଓ ତାଙ୍କ ପତ୍ନୀ ଉଭୟଙ୍କ ଶରୀରରେ ଗୁଳି ଓ ଛୁରାମାଡ଼ର ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ରବିବାର […]
ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ ବୋବ୍ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ। ଜଗନ […]
ନୂଆଦିଲ୍ଲୀ: ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂରେ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସେମାନଙ୍କ ଜମିର ଅଧିକାର ସ୍ୱରୂପ ପ୍ରାୟ ଏକ ଲକ୍ଷ ଜମି କାଗଜପତ୍ର ପ୍ରଦାନ କରିଛନ୍ତି ମୋଦି। ଆଗମୀ ୪ ବର୍ଷ ମଧ୍ୟରେ ସମସ୍ତ କୃଷକଙ୍କୁ ସେମାନଙ୍କର ଜମି ପଟା ମିଳିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନା ଗ୍ରାମାଞ୍ଚଳରେ ଜମିଜମା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର କରିବା ବୋଲି […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଲଦାଖ ସୀମାରେ ଚୀନ ଏପରି ଆକ୍ରମଣାତ୍ମକ ରୂପ ଦେଖଉଛି ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦକୁ ଚାଇନା ଆଦୌ ଗ୍ରହଣ କରି ନାହିଁ। ଏଥିପାଇଁ ଲଦାଖ ସୀମାରେ ଚୀନ ଏପରି ସ୍ଥିତି କରିଛି। ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି। ସେ କହିଛନ୍ତି “ଲଦାଖ ସୀମାରେ ଚାଇନା […]
ବକ୍ସର: ଉତ୍ତରପ୍ରଦେଶ ପରେ ଏବେ ବିହାରରେ ବି ଛାତି ଥରାଇ ଦେଲା ଭଳି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରବିବାର ବିହାର ବକ୍ସର ଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରି ମହିଳାଙ୍କ ଶାଢ଼ିରେ ବାନ୍ଧି ଉଭୟଙ୍କୁ ବୁଦା ଭିତରକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳ ଦେଇ ଯାଉଥିବା ଗାଁ ଲୋକେ ପ୍ରଥମେ ମହିଳାଙ୍କୁ ବେହୋସ୍ ଅବସ୍ଥାରେ ଦେଖିବା ପରେ ଖବର ବ୍ୟାପୀ ଯାଇଥିଲା। ଏହାପରେ ଉକ୍ତ […]