• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

deepika-3JPG-
ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

ଭୋପାଳ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଯୋଜନା କାର୍ଡ ! ଖାଲି ଦୀପିକା ନୁହେଁ, ଆହୁରି ଅନେକ ଅଭିନେତ୍ରୀଙ୍କ ନାମରେ ରହିଛି ମନରେଗା କାର୍ଡ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କିନ୍ତୁ କଥାଟା ସତ। ତେବେ ଏହା ପଛରେ ଏକ ବଡ କେଳେଙ୍କାରୀ ରହିଛି। ମନରେଗା ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରିବା ପାଇଁ ନୀରିହ ଗ୍ରାମବାସୀଙ୍କୁ ଠିକ ଅଭିନେତ୍ରୀଙ୍କ ନାମରେ ଏପରି କାର୍ଡ କରିଛନ୍ତି  ପଞ୍ଚାୟତ ସଚିବ ତଥା ନିଯୁକ୍ତି ସହାୟକ […]

  • Friday, 02 July 2021
Short Span Bridging System
ସୀମାରେ ବଢ଼ିବ ଭାରତୀୟ ସେନାର ଶକ୍ତି, ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍‌ ବ୍ରିଜିଂ ସିଷ୍ଟମ

ନୂଆଦିଲ୍ଲୀ: ସ୍ଥଳସେନାରେ ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବ୍ରିଜିଂ ସିଷ୍ଟମ ଦ୍ୱାରା ସୁରକ୍ଷାବାହିନୀକୁ ଦୁର୍ଗମ ଅଞ୍ଚଳରେ ନଦୀ, ନାଳ ପାର୍ କରିବାରେ ସହଜ ହେବ । ୧୦ ମିଟର…

breast-cancer
ସ୍ତନ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଆଧୁନିକ ଯୁଗରେ ସ୍ତ୍ରୀଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ତେବେ ଏଥିପାଇଁ  ଭୟ କରିବାର କିଛି ନାହିଁ। କାରଣ ପ୍ରାଥମିକ ସ୍ତରରେ ଏହା ଜଣାପଡ଼ିଗଲେ ଜଣେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। କାହିଁକି ହୁଏ ସ୍ତନ୍ୟ କର୍କଟ…

  • Friday, 02 July 2021
baby
ଶିଶୁଙ୍କ ମାଲିସ୍‌ ପାଇଁ ସବୁଠାରୁ ଭଲ ଏହି ତେଲ

ଭୁବନେଶ୍ୱର:ଆମେ ଦେଖିଛେ, ନବଜାତ ଶିଶୁଙ୍କ ଶରୀରରେ ତେଲମାଲିସ କରାଯାଏ। ଘରର ବୟସ୍କ ମହିଳାମାନେ ଶିଶୁଙ୍କ ତେଲ ମାଲିସକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ତେଲ ଘଷିଲେ ହାଡ଼ ମଜଭୁତ ହେବା ସହ ତ୍ୱଚା ଚିକ୍କଣ ହୋଇଥାଏ ବୋଲି ବିଶ୍ୱାସ କରିଥାନ୍ତି ।ହେଲେ  ଆଜିକାଲି…

  • Friday, 02 July 2021
woman health
୩୦ ବର୍ଷ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ମାଡ଼ିଆସେ ବିପଦ

୩୦ ବର୍ଷ  ମହିଳାମାନଙ୍କ ସୁସ୍ଥ ଜୀବନ ପାଇଁ ଏକ ଲକ୍ଷ୍ମଣ ରେଖା। ଏହି ଗାର ଡେଇଁଲେ ଅର୍ଥାତ୍‌ ୩୦ ବର୍ଷ ଡେଇଁଲେ  ମାଡ଼ି ଆସେ ସ୍ୱାସ୍ଥ୍ୟ ପ୍ରତି ବିପଦ। ସାଧାରଣତଃ ଦେଖାଯାଇଥାଏ, ଏହି ବୟସ ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର…

  • Friday, 02 July 2021
newborn
କେମିତି ନେବେ ନବଜାତକର ଯତ୍ନ

ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁ ସୁରକ୍ଷିତ ହେଲେ ଏ ଦେଶ ତଥା ଦୁନିଆ ସୁରକ୍ଷିତ ରହେ। ଯେମିତି ଚାରାଟିଏ ପୋତିଲେ, ତାକୁ ରୋପଣ କରିବା ବେଳୁ ତାର ଯତ୍ନ ନିଆଯାଇଥାଏ, ସେମିତି ଏକ ଶିଶୁଟିଏ ବଢ଼ିବା ପାଇଁ ଛୋଟ ବେଳୁ…

  • Friday, 02 July 2021
eye
ଆଖି ତଳେ କଳା ଦାଗ ରହିଛି କି? ଘରୋଇ ଉପାୟରେ ଦାଗ ଦୂର କରନ୍ତୁ

ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଶରୀରରେ ପୋଷକ…

  • Friday, 02 July 2021
covid 19
କରୋନା ଜନିତ ମୃତ୍ୟୁ ୪ ଲକ୍ଷ ଟପିଲା; ୨ ମାସ ମଧ୍ୟରେ ୫୦ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ ହାର । କିନ୍ତୁ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ ରହିଛି।  ଗତ ୨୪ ଘଣ୍ଟାରେ ଦେଶରେ ୮୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ…

  • Friday, 02 July 2021
accident 2
ବସ୍‌-ବୋଲେରୋ‌ ମୁହାଁମୁହିଁ ଧକ୍କା, ଚାଲିଗଲା ୭ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପିଲ୍‌ଭିଟ୍ ଜିଲ୍ଲା ପୁରନପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌-ବୋଲେରୋ‌ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଲକ୍ଷ୍ନୌର ଏହି ବସ୍‌ଟି ଯାତ୍ରୀଙ୍କୁ ନେଇ ପିଲ୍‌ଭିଟ୍ ଅଭିମୁଖେ ଆସୁଥିବା ବେଳେ ପୁରନପୁରରେ ନିକଟରେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ […]

  • Friday, 02 July 2021
bjp leader shot dead
ଦୋକାନ ବନ୍ଦ କରି ଫେରୁଥିବାବେଳେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଡିକେ ଗୁୁପ୍ତା। ସେ ଫିରୋଜାବାଦ ମଣ୍ଡଳର ଉପାଧ୍ୟକ୍ଷ ରହିଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ଡିକେ ଗୁୁପ୍ତା ଦୋକାନ ବନ୍ଦ କରି ଫେରୁଥିବା ବେଳେ ଏକ ଲୋକାଲ୍‌ ମାର୍କେଟ୍‌ରେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ […]

  • Friday, 02 July 2021
cattle
ଗାଈଗୋରୁଙ୍କ ପାଇଁ ହେଉଛି ଆଧାର କାର୍ଡ, ମିଳୁଛି ଏମିତି ସୁବିଧା

ଲକ୍ଷ୍ନୌ: ମଣିଷଙ୍କ ପାଇଁ ଆଧାର କାର୍ଡ କରାଯିବା ସମସ୍ତେ ଜାଣନ୍ତି । ହେଲେ ଏବେ ଗୃହପାଳିତ ପଶୁ ଗାଈଙ୍କ ପାଇଁ କରାଯାଉଛି ଆଧାର କାର୍ଡ। ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ପ୍ରତି ଗୋରୁଙ୍କର ଆଧାର କାର୍ଡ କରୁଛନ୍ତି । ସମସ୍ତ ଗୋରୁଙ୍କର କାନରେ ଟ୍ୟାଗିଂ କରାଯାଉଛି । ଏଥିସହ ମାଗଣାରେ ଟୀକାକରଣ ବି କରାଯାଉଛି। ଉତ୍ତରପ୍ରଦେଶର ଏକ ଗାଁରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।  […]

  • Friday, 02 July 2021
otv
ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ କଡ଼ା ନିନ୍ଦା କଲା ଏଡିଟର୍ସ ଗିଲ୍ଡ

ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। OTVର ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଦବେଗ ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। ଓଟିଭିକୁ ଦୁର୍ବଳ କରିବାକୁ ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଉଛି। ନିକଟରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ଏକ ଖବର ଓଟିଭିରେ ପ୍ରସାରିତ ହେବା ପରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ […]

  • Friday, 02 July 2021