• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

road
ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉଲକେଲା: ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ। ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ର୍ତିକୀଙ୍କ ନେତୃତ୍ୱରେ ଚାଲିଛି ବନ୍ଦ ପାଳନ। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ […]

  • Wednesday, 30 June 2021
vigilance
ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ ବେଲପଦର ଫାର୍ମ ହାଉସ୍‌ରେ ରେଡ୍ କରାଯାଇଛି। ଏହି ରେଡ୍‌ରେ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ର ୨୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଆୟ […]

  • Wednesday, 30 June 2021
୨୪ ଘଣ୍ଟାରେ ଓଡ଼ିଶାରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୫ରେ ପହଞ୍ଚିଛି। ଚିହ୍ନଟ ୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୧୮୫ ରହିଛି। ସେହିପରି ୫ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୩ଜଣ, ନୟାଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ […]

  • Wednesday, 30 June 2021
accident
ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ଗାଡ଼ି; ୩ ମୃତ

ବରଗଡ଼/ରାଇପୁର: ଏକ ଟ୍ରକ୍ ସହ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼ ଜିଲ୍ଲା କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଛତିଶଗଡ଼ ପୁସୋର ଥାନା ପୋଡ଼ାତରାଇ ଠାରେ ଏହି ଦୁର୍ଘଟଣା ଘଟିଛି।

  • Wednesday, 30 June 2021
andhra
ଆଜି ଓଡ଼ିଶା-ଆନ୍ଧ୍ର ଆଲୋଚନା

କୋରାପୁଟ: କୋରାପୁଟ ସୀମାରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପରେ ଆଜି ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ହେବ ଆଲୋଚନା। କୋରାପୁଟ ଓ ବିଶାଖାପାଟନା ଜିଲ୍ଲା ପ୍ରଶାସନର ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ରାଜସ୍ୱ, ବନ ବିଭାଗ ଟିମ୍ ଉପସ୍ଥିତ ରହି ସୀମା ବିବାଦକୁ ଗୁରୁତ୍ୱ ସହ ଆଲୋଚନା କରିବେ। କୋରାପୁଟ ଜାମୁଗୁଡ଼ାରେ ଉତ୍ତେଜନା ସୃଷ୍ଟି ହେବା ପରେ ଏନେଇ ଆଲୋଚନା କରାଯିବ। ମିଳିଥିବା ସୂଚନା ମୁତାବକ ପଟାଙ୍ଗିର ସମ୍ବାଇ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ବୈଠକ ହେବ। […]

  • Wednesday, 30 June 2021
pratap
'କାହିଁକି ଧମକାଉଛନ୍ତି ମନ୍ତ୍ରୀ ଅରୁଣ'

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି […]

  • Wednesday, 30 June 2021
parii
ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ଼ ପରୀ ହତ୍ୟା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପରୀର ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ହୋଇଛି। ସିବିଆଇ ତଦନ୍ତ ଏବଂ ୨୫ ଲକ୍ଷ କ୍ଷତିପୂରଣ ଦାବିରେ […]

  • Wednesday, 30 June 2021
exam 1
ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା। ଯେତେବେଳେ ବି ପରୀକ୍ଷା ହେବ, ତାହା ଅଫ୍‌ଲାଇନ୍‌ରେ ହିଁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ ଏହା କହିଛନ୍ତି। ଅଫ୍‌ଲାଇନ୍‌ରେ ପରୀକ୍ଷା ପାଇଁ CBSE ନିଷ୍ପତ୍ତି ନେଇଛି। ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ। ପରୀକ୍ଷା ନିହାତି ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲ୍ […]

  • Wednesday, 30 June 2021
death-1-1
ପାଠକ ବାପପୁଅଙ୍କ ଆର୍ଥିକ ହେର୍‌ଫେର୍‌ ଅଭିଯୋଗ; ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ଟଙ୍କା କାରବାର ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ ବା ଇଡି। ଆର୍ଥିକ ନେଣଦେଣ ତଦନ୍ତ ପାଇଁ ଭିଜିଲାନ୍ସର ସୁପାରିଶ ପରେ ଇଡି ତଦନ୍ତ ଆରମ୍ଭ କରିଛି। ଏ ନେଇ ସୂଚନା ଦେଇଛନ୍ତି ଇଡି ଯୁଗ୍ମ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ମିଶ୍ର। ଆର୍ଥିକ କାରବାରର ତଦନ୍ତ ପାଇଁ କାଲି ଭିଜିଲାନ୍ସ ଇଡିକୁ ଚିଠି କରିଥିଲା ଅନ୍ୟପଟେ ଅଭୟକାନ୍ତ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ […]

  • Wednesday, 30 June 2021
anm
କରୋନା ପାଇଁ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: କରୋନା ମହାମାରୀ ବେଳେ ରାଜ୍ୟର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍‌ରେ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବା ସହ ମାର୍ଗଶୀର ଗୁରୁବାରରେ ମାଣ ବସାଇ ପ୍ରତିବାଦ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ। ନିଯୁକ୍ତିକୁ ସ୍ଥାୟୀ କରିବା ସହ ବକେୟା ଦରମା ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। କରୋନା ଦୂର ହୋଇନଥିବାବେଳେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ପୁଣିଥରେ ନିଯୁକ୍ତି ଦେଇ ଚାକିରୀକୁ ସ୍ଥାୟୀ […]

  • Wednesday, 30 June 2021
pradeep-panigayrjhi
ସରକାରଙ୍କୁ ପ୍ରଦୀପଙ୍କ ଡାଲି ଦୁର୍ନୀତି ବାଣ; କହିଲେ, କାହିଁକି କ୍ଲୋଜ୍‌ ହେଲା ମାମଲା ?

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ସରକାରଙ୍କର ଗୋଟିଏ ପରେ ଗୋଟିଏ ମୁଖା ଖୋଲୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଆଜି ବି ତାଙ୍କ ତୂଣୀରରୁ ପୁଣି ଏକ ତୀର ଛାଡ଼ିଛନ୍ତି ପ୍ରଦୀପ। ଆଜି ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଖୁରେଇଛନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ଓ ଏହି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ। ଏଥିସହିତ ଡାଲି ଦୁର୍ନୀତି ମାମଲାର ବର୍ତ୍ତମାନ ଷ୍ଟାଟସ କ’ଣ […]

ganja
ଖାଲି ଗାଡ଼ି କହି ନେଇଯାଉଥିଲେ, ପୋଲିସ ଚେକ୍‌ କଲାବେଳକୁ ବାହାରିଲା...

ବ୍ରହ୍ମପୁର: ଉପରେ ଖାଲି ଡାଲା, ଡାଲା ତଳେ ଗୁପ୍ତ ଚାମ୍ବର, ଆଉ ଚାମ୍ବର ଭିତରେ ପକେଟ ପକେଟ ଗଞ୍ଜେଇ। ଗାଡ଼ି ନମ୍ବର ବି ଫେକ୍। ଝାଡ଼ଖଣ୍ଡ ଗାଡ଼ିରେ ଲାଗିଛି ଓଡ଼ିଶା ନମ୍ବର। ଏମିତି ଗୁପ୍ତ ଭାବେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ଏକ ଗାଡ଼ିକୁ କାବୁ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଆଜି ସକାଳ ୯ଟାରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଛକି ରହିଥିଲା। ଜାତୀୟ ରାଜପଥ ୧୬ର […]

  • Wednesday, 30 June 2021
pradeep-panigahrui
୪ ଗାଡ଼ିରେ ଆସି ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲେ କିଛି ଲୋକ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଥିବା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୁଜାତାଙ୍କ ସୂଚନା ଅନୁସାରେ, ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ପ୍ରଦୀପଙ୍କୁ ଉଠାଇ ନେଇଛନ୍ତି। ଗାଡ଼ିରେ ଆସିଥିବା ଲୋକମାନେ ଇଓଡବ୍ଲୁ କହି ପ୍ରଦୀପଙ୍କୁ ନେଇ ଆସିଥିଲେ। କିନ୍ତୁ ପ୍ରଦୀପ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଫିସରେ […]

Sujata
'ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି'

ଭୁବନେଶ୍ୱର: ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ପତ୍ନୀ ସୁଜାତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଓଡବ୍ଲୁ ଅଫିସକୁ ଆଣି ଆସୁଥିବା କହି ପ୍ରଦୀପଙ୍କୁ ଘରୁ ଉଠାଇ ଆଣିଲେ। କିନ୍ତୁ ଏଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି […]

pradeep-panigrahi
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ। ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ଟ୍ୱିଟ୍ କରି ଜଣାଇଛି କ୍ରାଇମବ୍ରାଞ୍ଚ। ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ସୂଚନା ଦିଆଯାଇଛି। କିଛି ସମୟ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ତାଙ୍କ ପତ୍ନୀ ସୂଜାତା ପାଣିଗ୍ରାହୀ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ […]

pradip
ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା। ସାଇବର ଥାନାରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, […]

pradeep-panigarhi-2
ଭୁବନେଶ୍ୱର SDJM କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: SDJM କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର SDJM ହାଜର କରାଇଲା କ୍ରାଇମ୍‌ବ୍ରାଞ୍ଚ। SDJM କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି ମୁଁ ଯାହା କହିଥିଲି ସେୟା ହେଲା। ଏହା ପୂର୍ବରୁ ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ […]

coronavirus-1
କରୋନାରୁ ୬୨୯ ଜଣ ଆରୋଗ୍ୟ ହେଲେ

ଭୁବନେଶ୍ୱର: ଦିନକରେ ରାଜ୍ୟରେ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩୧୪୦୨୩ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ଅନୁଗୋଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ୬୫, ଖୋର୍ଦ୍ଧା ୬୦, ମୟୂରଭଞ୍ଜ ୪୪,  ନୂଆପଡ଼ା ୩୯, ଝାରସୁଗୁଡ଼ା ୩୬, ବଲାଙ୍ଗିରି ୩୧, କଟକ ୨୯, ଜଗତସିଂହପୁର ୨୮, କେନ୍ଦୁଝର ୨୬, ବାଲେଶ୍ୱର ୨୫ ଓ […]

  • Wednesday, 30 June 2021
pardeep
ଜାମିନ ଖାରଜ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ପ୍ରଦୀପ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ ଝାଡ଼ପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପ୍ରଦୀପଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇନଥିଲା। ଆଜି ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ SDJM କୋର୍ଟରେ ହାଜର କରାଇଥିଲା କ୍ରାଇମ୍‌ବ୍ରାଞ୍ଚ।  ଏହାପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ପ୍ରଦୀପ ଉଚ୍ଚ […]

earthquake
ବିଳମ୍ବିତ ରାତିରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ବାରିପଦା/ବାଲେଶ୍ୱର: ଗତକାଲି ରାତି ୨ଟା ୧୩ରେ ମୟୂରଭଞ୍ଜ ଜିଲ୍ଲାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏ ନେଇ National Centre for Seismology ପକ୍ଷରୁ ସୂଚନା ଦିଆଯାଇଛି। ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି […]

  • Wednesday, 30 June 2021
pradeep panigrahi
ଜେଲ୍‌ ଗଲେ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲ୍‌ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲିି କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା […]

man died
ସରକାରୀ କ୍ୱାର୍ଟର୍ସରୁ ମିଳିଲା ଠିକା ପିଅନଙ୍କ ଝୁଲନ୍ତା ମୃତଦେହ

ଢେଙ୍କାନାଳ: ସରକାରୀ କ୍ୱାର୍ଟର୍ସରୁ ଜଣେ ଠିକା ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ଢେଙ୍କାନାଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବେକରେ ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ଝରକା ରେଲିଂରୁ ସୂର୍ଯ୍ୟକାନ୍ତଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଥିଲା। ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଥିଲେ ସୂର୍ଯ୍ୟକାନ୍ତ। ବାପାଙ୍କ ମୃତ୍ୟୁ ପରେ ସେ ପିଅନ ଭାବେ ଠିକା ନିଯୁକ୍ତି ପାଇଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କୁ […]

  • Wednesday, 30 June 2021
ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର

ଭୁବନେଶ୍ୱର: ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର। ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା। ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଛି। ତଦନ୍ତର ଅଗ୍ରଗତି ନେଇ ଭିଜିଲାନ୍ସ ସୂଚନା ଦେଇ ଏହି ତଥ୍ୟ ଦେଇଛି। ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ […]

  • Wednesday, 30 June 2021
2
ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ଶେରଗଡ଼- ନୀଳଗିରି- ଝାରଙ୍ଗଘାଟି ରାସ୍ତାକୁ ଚାରି ଥାକିଆ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଗଡ଼କରୀ ମଂଜୁରୀ ଦେଇଛନ୍ତି। ଏଥିପାଇଁ ୧୨୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ନୀତିନ ଗଡ଼କରୀ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି। ପୂର୍ବରୁ ଜାତୀୟ ରାଜପଥ ୧୬ ଓ ୧୮ରେ ଓଭରବ୍ରିଜ ଓ ଅଣ୍ଡରପାସ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଛି। ଆଗାମୀ ଦିନରେ ମଧ୍ୟ ଓଡିଶାର […]

  • Wednesday, 30 June 2021
୭୦ ଲକ୍ଷ ଟଙ୍କାର ଚୋରା ଚନ୍ଦନ କାଠ ଜବତ

କଟକ: କଟକ ଟାଙ୍ଗି ଥାନା ଅଧିନ ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ STF ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କିଲୋଗ୍ରାମର ଚନ୍ଦନ କାଠ ଜବତ କରିଛି। ଏହି ଘଟଣାରେ STF  ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହେମନ୍ତ ଛାଟୋଇ, ଦଣ୍ଡପାଣି ଦାସ ଓ କାହ୍ନୁ ଚରଣ ବିଶୋଇ। ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, […]

  • Wednesday, 30 June 2021