ହାଇଦ୍ରାବାଦ: ତେଲେଙ୍ଗାନା ପରେ ଏବେ ମୁମ୍ବାଇରେ ଲଗାଣ ବର୍ଷା। ଗତକାଲି ସଂଧ୍ୟା ବେଳଠୁ ମୁମ୍ବାଇ, ପୁଣେ, ଥାଣେ ସମେତ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ଏତେ ଅଧିକ ଯେ ମୁମ୍ବାଇ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ତେଲେଙ୍ଗାନା ପରେ ଏବେ ମହାରାଷ୍ଟ୍ର ଆଡ଼କୁ ମୁହାଁଇଛି ଅବପାତ। ଯାହା ଫଳରେ ଆଗାମୀ ୨୪ ଘଣ୍ଟା ଯାଏଁ ମହାରାଷ୍ଟ୍ରରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ମୁମ୍ବାଇ, ଥାଣେ, ପାଲଘର, ରତ୍ନଗିରି, ରାୟଗଡ଼, […]
ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ୩୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ ୧୫ ଜଣ କେବଳ ହାଇଦ୍ରାବାଦର। ମୃତକଙ୍କ ମଧ୍ୟରେ ଜଣ ୨ ମାସର ଶିଶୁ ଅଛି। ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ […]
ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ଲା- ନିନା ସ୍ଥିତି ଯୋଗୁ ଭାରତରେ ହିମପ୍ରବାହ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମର ୱେବିନାରରେ ଭାରତୀୟ ପାଣିପାଗ ବିଭାଗର(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପ୍ରବଳ ଶୀତ ଯୋଗୁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥାନ୍ତି। ଲା-ନିନାର ସ୍ଥିତି ଅନୁଯାୟୀ ଦେଶରେ ଶୀତର ପ୍ରଭାବ କିପରି ରହିବ ତାହା ଜଣାପଡ଼ିଥାଏ। ଦେଶରେ ଶୀତର […]
ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି। ଏନେଇ ବିଶେଷ ଭାବେ କୋଭିଡ କଟକଣା ପାଳନ ନେଇ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ସକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ […]
ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନା,ରୂପା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦିଲ୍ଲୀର Bullion Marketରେ ସୁନା ଦର ୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Bullion Marketରେ ପ୍ରାରମ୍ଭରୁ ଆଜି ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୦୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦରରେ ମଧ୍ୟ ହ୍ରାସ ଘଟି ପ୍ରତି କିଲୋକୁ ୬୦,୫୭୩ […]
ନୂଆଦିଲ୍ଲୀ: ଏକ ନବଜାତ ଶିଶୁର କାରନାମାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନବଜାତ ଶିଶୁଟି ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ ହଟାଇବାକୁ ଚେଷ୍ଟା କରୁଛି। ଶିଶୁର ଏକ ପୁରୁଣା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଏଇର ଜଣେ ଡାକ୍ତର ସମୀର ଚେଇବଙ୍କ ଦ୍ୱାରା ଏହି ଫଟୋ ଇନ୍ଷ୍ଟାରେ ସେୟାର କରାଯାଇଥିଲା। ଫଟୋରେ ଦେଖିବାକୁ ମିଳିଛି, ନବଜାତ ଶିଶୁଟି ତାଙ୍କ ମୁହଁରୁ ମାସ୍କକୁ ଟାଣି ଧରିଛି। ମାସ୍କକୁ ତଳକୁ ତଳକୁ ଭିଡୁଛି। […]
ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧୪ ଓ ୧୫ ତାରିଖ ରାତିରେ ମଧ୍ୟପ୍ରଦେଶର ମନ୍ଦିରମାଳିନୀ ସହର ଉଜ୍ଜେନରେ ଏଭଳି ଘଟଣା ଘଟିଛି। ମଦମୃତ୍ୟୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଘଟଣାର ତଦନ୍ତ କରିବ। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଯାଯାବର। ସେମାନଙ୍କର ପରିବାର ସଦସ୍ୟ ନାହାଁନ୍ତି ଓ ସେମାନେ ପ୍ରାୟତ […]
ମୁମ୍ବାଇ: ସାଣ୍ଡାଲଉଡ୍ ଡ୍ରଗ୍ସ ଯାଞ୍ଚ ମାମଲାରେ ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘର ସର୍ଚ୍ଚ କରିଛି ବେଙ୍ଗାଲୁରୁ ପୋଲିସ। ଆଜି ବିବେକଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ପୋଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜୀବରାଜ ଅଲ୍ଭାଙ୍କ ପୁଅ ଅଦିତ୍ୟ ଅଲଭାଙ୍କ ଘରେ ରେଡ୍ କରିଥିଲା। କିନ୍ତୁ ଆଦିତ୍ୟ ଫେରାର୍ ଅଛନ୍ତି। ଆଦିତ୍ୟ ଅଲ୍ଭା ବିବେକଙ୍କର ଶାଳକ ହୋଇଥିବାରୁ ସେ ବିବେକଙ୍କ ଘରେ ଲୁଚି ରହିଥିବା ସନ୍ଦେହ କରି […]
ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକ ଜନଶକ୍ତି ପାର୍ଟିଂ ଅଧ୍ୟକ୍ଷ ଚିରାଗ ପାଶୱାନ। ନୀତୀଶ ତାଙ୍କ ବାପାଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ଚିରାଗ। ପିଟିଆକୁ ଦେଇଥିବା ଏକ ସକ୍ଷାତକାର ଏଭଳି ଅଭିଯୋଗ ଆଣିଛନ୍ତି ଚିରାଗ। ସେ କହିଛନ୍ତି “ ନିକଟରେ ନୀତୀଶ ମୋ ବାପାଙ୍କୁ ପରିହାସ କରି କହିଥିଲେ ଯେ ସେ ଜେଡିୟୁ ସହଯୋଗ ବିନା ରାଜ୍ୟସଭାକୁ ନିର୍ବାଚିତ ହୋଇପାରି ନଥାନ୍ତେ। କାରଣ ଆମ ପାଖରେ ସେତେବେଳେ ଦୁଇଜଣ ବିଧାୟକ […]
ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡ୍ ଅଭିନେତା ରଣବୀର ସିହଂଙ୍କ ଗାଡ଼ି। ଷ୍ଟୁଡିଓରୁ ଡବିଂ ସାରି ଫେରୁଥିବା ବେଳେ ରଣବୀରଙ୍କ ଗାଡ଼ି ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଜଣେ ବାଇକ୍ ଆରୋହୀ ରଣବୀରଙ୍କ କାର୍କୁ ପଛପଟୁ ଧକ୍କା ଦେଇଥିଲେ। କାର୍ରେ ଧକ୍କା ଲାଗିବା ପରେ ରଣବୀର ଗାଡ଼ିରୁ ଓହ୍ଲାଇ ଗାଡ଼ିର ସ୍ଥିତି ପରଖି ଥିବାର ଦେଖାଯାଇଥିଲା। ସୌଭାଗ୍ୟବସତଃ ଏହା ଏକ ଛୋଟ ଦୁର୍ଘଟଣା ଥିବାରୁ କାହାର ବି ବିଶେଷ କିଛି କ୍ଷତି ହୋଇନଥିଲା। ଗାଡ଼ିର […]