• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

telengna
ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍‌ ପ୍ଲାଣ୍ଟ ଅଗ୍ନିକାଣ୍ଡ ଘଟଣା: ୬ ମୃତ, ୩ ଏବେ ବି ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଫସି ରହିଥିଲେ। ଏବେ ସେହି ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଗୁରୁବାର ରାତି […]

  • Sunday, 04 July 2021
harley-davidson
ଭାରତରେ ପ୍ଲାଣ୍ଟ ବନ୍ଦ କରିବ ହାର୍ଲେ ଡେଭିଡସନ

ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍‌ସନ ବାଇକ୍‌ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍‌ର ବିକ୍ରି କମ୍‌ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ ବାଇକ୍‌ ବିକ୍ରି ଜାରି ରଖିବ। ବିଦେଶରୁ ଅମଦାନୀ କରି ଭାରତରେ ବିକ୍ରି କରାଯିବ। କେବଳ ଭାରତରେ ନୁହେଁ ଉତ୍ତର ଆମେରିକା, ୟୁରୋପ ଓ ଏସିଆରେ ଯେଉଁ ସ୍ଥାନମାନଙ୍କର […]

  • Sunday, 04 July 2021
covid
କେବେ ଆସିବ କରୋନା ଭ୍ୟାକସିନ୍? ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ କରୋନା ଭ୍ୟାକସିନକୁ ନେଇ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ମିଳିଛି। ଯଦି ଟ୍ରାଏଲ୍ ପ୍ରକ୍ରିୟା ଠିକଠାକ୍ ଚାଲେ, ତାହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ କରୋନା ଭ୍ୟାକସିନ୍ ଉପଲବ୍ଧ ହେବ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଏ ନେଇ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ବର୍ଷର ଶେଷ ଆଡ଼କୁ ଲୋକଙ୍କ […]

  • Sunday, 04 July 2021
election
ନିର୍ବାଚନ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଡୋର୍ ଟୁ ଡୋର କ୍ୟାମ୍ପେନିଂରେ ରହିବେ ୫ ଜଣ ବ୍ୟକ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ। ଆଗାମୀ ନିର୍ବାଚନ ଓ ଉପନିର୍ବାଚନ ବେଳେ କିପରି ପ୍ରଚାର ହେବ ଏବଂ ଭୋଟିଂ ହେବ ସେ ନେଇ ଇସିଆଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ, ସିକ୍ୟୁରିଟି ଟଙ୍କା ଜମା ଏବଂ ନିର୍ବାଚନ ସମ୍ପର୍କିତ ସମସ୍ତ ଦସ୍ତାବିଜ ଅନଲାଇନରେ ଦାଖଲ ହେବ। ଭୋଟ୍ […]

  • Sunday, 04 July 2021
child
୧୪ ମାସରେ ୮ ଶିଶୁକନ୍ୟା ଜନ୍ମ କଲେ ୬୫ ବର୍ଷୀୟା ମହିଳା!

ମୁଜାଫରପୁର: ବିହାରର ମୁଜଫରପୁରରେ ସରକାରୀ ଯୋଜନାରେ ସାଙ୍ଘାତିକ ଘୋଟାଲାର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୫ ବର୍ଷୀୟ ମହିଳା ୧୪ ମାସ ଭିତରେ ୮ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଶୁଣିଲେ ଯିଏ ହେଉ ନା କାହିଁକି ଆଶ୍ଚର୍ଯ୍ୟ ହେବେ। ମେଡିକାଲ୍ ସାଇନ୍ସରେ ଏହା ଅସମ୍ଭବ, କିନ୍ତୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଆଳରେ ଏହାକୁ କାଗଜପତ୍ରରେ ସତ ଭାବେ ଦର୍ଶାଯାଇଛି। ତେବେ ଏସବୁ ସ୍କାମ୍ ପିଲା ଜନ୍ମ ହେବା […]

  • Sunday, 04 July 2021
bus-final
ଖତ ହେଲାଣି ରାଜ୍ୟର ହଜାର ହଜାର ଘରୋଇ ବସ୍ !

ଭୁବନେଶ୍ୱର: ବସ୍‌ ଟାୟାରରେ ହାଓ୍ୱା ନାହିଁ। ବଡିରେ ମାଡି ଗଲାଣି ଗଛଲତା। ମାସ ମାସ ଧରି ଚଳାଚଳ ନକରିବା କାରଣରୁ ଏଭଳି ଦୁଃସ୍ଥ ଅବସ୍ଥାରେ ପଡି ରହିଛି ରାଜ୍ୟର ହଜାର ହଜାର ଘରୋଇ ବସ୍।  କରୋନା ଅନ୍‌ଲକ ପରେ ସରକାର ଘରୋଇ ବସ ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ହେଲେ ସ୍କୁଲ-କଲେଜ ବନ୍ଦ, ସହରବଜାର ବନ୍ଦ, ଏମିତିକି ପୂରା କାର୍ଯ୍ୟକ୍ଷମ ହୋଇନି ସରକାରୀ ଓ ଘରୋଇ ଅଫିସ। ଏଣୁ ଯାତ୍ରୀ ଆସିବେ କୁଆଡୁ। ତେଣେ ଲୋକଙ୍କ ମନରୁ ଦୂର […]

  • Sunday, 04 July 2021
rajeev
ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ। ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ଭାରତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। Rajiv Kumar appointed as the Election Commissioner following the resignation of Ashok Lavasa. pic.twitter.com/9dNc0P4Efe — ANI (@ANI) August 21, 2020 ଅଗଷ୍ଟ ୩୧ ତାରିଖରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ଦିନକ […]

  • Sunday, 04 July 2021
coronsaviryd
ଆଜି ଦେଶରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪

ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଞ୍ଚିଥିବା ବେଳେ ମୋଟ […]

  • Sunday, 04 July 2021
bande-bharat
ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନିର୍ମାଣ ଟେଣ୍ଡର ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍‌କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ  ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନର ସହଭାଗିତାରେ ଭାରତର ସିଆରଆରସି ପାଓନିୟର ଇଲେକ୍‌ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକମାତ୍ର ବିଦେଶୀ କଂପାନୀ ଭାବେ ଟେଣ୍ଡରରେ ସାମିଲ ହୋଇଥିଲା। କିନ୍ତୁ ଟେଣ୍ଡରରେ ଚୀନ ସହଭାଗିତାରେ ଥିବା […]

  • Sunday, 04 July 2021
facebook
ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦେବା ଅଭିଯୋଗ: ସ୍ପଷ୍ଟୀକରଣ ରଖିଲା ଫେସ୍‌ବୁକ

ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍‌ବୁକ୍‌ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍‌ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ […]

  • Sunday, 04 July 2021
neet-exam
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ JEE ମେନ୍‌ ଓ NEET UG ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ JEE ମେନ୍‌ ଓ NEET UG 2020 ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପାଇଁ ତାରିଖ ଘୁଞ୍ଚିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ନ୍ୟାସ୍‌ନାଲ୍ ଟେଷ୍ଟ ଏଜେନ୍ସି (NTA) । ଏ ନେଇ ଶୁକ୍ରବାର ଏନ୍‌ଟିଏର ୱେବ୍‌ସାଇଟ୍‌ରେ ଏକ ନୋଟିସ୍ ଜାରି ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇ ମନେ ପରୀକ୍ଷା ହେବ ଓ NEET UG 2020 ସେପ୍ଟେମ୍ବର ୧୩ ତାରିଖରେ […]

  • Sunday, 04 July 2021
bsf
୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍‌ଏଫ୍‌ର ୧୦୩ ବାଟାଲିୟନ୍‌ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ ଜବତ ହୋଇଛି। ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଏହି ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଭୋର ପ୍ରାୟ ୫ ଟା […]

  • Sunday, 04 July 2021