ଦିଶପୁର:ଆସାମରେ ପ୍ରକୃତିର ତାଣ୍ଡବ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା । ବହୁ ସଂଖ୍ୟାରେ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି । ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ ଲହଡି ଭାଙ୍ଗୁଛି ବନ୍ୟାଜଳ। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଛି । ୨୬ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଲୋକ […]
ଅପୂର୍ବ ବନ୍ଧୁତ୍ୱ । କେଉଁ ପିଲାବେଳେ ପରସ୍ପରକୁ କଥା ଦେଇଥିଲେ ଆଉ ବାର୍ଦ୍ଧକ୍ୟରେ ସେହି କଥା ରଖିଛନ୍ତି। ପ୍ରମାଣିତ କରି ଦେଇଛନ୍ତି ପ୍ରତିଶ୍ରୁତି କେମିତି ପାଳନ କରାଯାଏ । ଆଉ ଏକଥା ମଧ୍ୟ କହି ଯାଇଛନ୍ତି ସବୁ ମୂଲ୍ୟବାନ ସମ୍ପତ୍ତିଠାରୁ ବନ୍ଧୁତ୍ୱର ମୂଲ୍ୟ କେତେ ଅଧିକ ! ଲଟେରୀରେ ପାଇଥିବା ୧୬୫ କୋଟି ଟଙ୍କାରୁ ସାଙ୍ଗକୁ ଅଧା ଦେଇ ବନ୍ଧୁତ୍ୱର ଅପୂର୍ବ ନିଦର୍ଶନ ଦେଖାଇଛନ୍ତି ଟମ୍ କୁକ୍। ଏଠି ଆମେ କହିବାକୁ ଯାଉଛୁ ଦୁଇ ସାଙ୍ଗ ଟମ୍ […]
ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନା ପ୍ରଭାବ। କରୋନା କବ୍ଜାରେ ଦିନକୁ ଦିନ ହଜି ଯାଉଛି ଅନେକ ଜୀବନ। କରୋନାର କରାଳ ରୂପ ନୂଆଦିଲ୍ଲୀକୁ ଥରାଇ ଦେଇଛି। କରୋନାଭାଇରସ୍ ସଂକ୍ରମଣରେ ରାଜଧାନୀ ଦିଲ୍ଲୀର ଜଣେ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ୨୭ ବର୍ଷୀୟ ଡାକ୍ତର ଜୋଗିନ୍ଦର ଚୌଧରୀ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜୋଗିନ୍ଦର ଦିଲ୍ଲୀର ବାବାସାହେବ ଆମ୍ବେଦକର ହସ୍ପିଟାଲରେ କୋଭିଡ -19 […]
ନୂଆଦିଲ୍ଲୀ: ଦୁର୍ଗମ ଚମ୍ବଲ ଉପତ୍ୟକା। ଡକାୟତ ଏବଂ ଅପରାଧୀଙ୍କ ଗର୍ଜନରେ ଦିନେ କମ୍ପୁଥିଲା ଏହି ଭୂଖଣ୍ଡ। ଚମ୍ବଲ ନାଁ କହିଲେ ଥରି ଯାଉଥିଲା ଛାତି। ଆଜି ଆଉ ସେଠି ଡାକୟତ ବା ଅପରାଧୀ ଆଡ୍ଡାସ୍ଥଳୀ ନାହିଁ। ତଥାପି ପରିତ୍ୟକ୍ତ ହୋଇ ପଡ଼ିଛି। ଏହି ପରିତ୍ୟକ୍ତ ଜାଗାରେ ଚାଷ କାର୍ଯ୍ୟ କରିବାକୁ ମୋଦୀ ସରକାର (ମୋଦୀ ସରକାର) ଯୋଜନା କରିଛନ୍ତି। ଏଥି ପାଇଁ ସହାୟତା କରିବ ବିଶ୍ୱ ବ୍ୟାଙ୍କ।। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, […]
ଭୁବନେଶ୍ୱର: ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି, ୨୯ ତାରିଖ ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରୁ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖି ପାରିବେ। ବୋର୍ଡର ୨ ୱେବ୍ସାଇଟ୍ www.bseodisha.ac.in; www.bseodisha.nic.in ଓ 5676750ରେ SMS କଲେ ବି ରେଜଲ୍ଟ ପାଇପାରିବେ […]
ନୂଆଦିଲ୍ଲୀ: ଭାରତକୁ ଆସୁଛି ରାଫେଲ୍ ଫାଇଟର୍ ଜେଟ୍। ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିବା ରାଫେଲ ଜେଟ୍ ଖୁବ୍ ଶୀଘ୍ର ଭାରତରେ ପହଞ୍ଚିବ। ୫ଟି ରାଫେଲ ଫାଇଟର ଏୟାର୍ କ୍ରାଫ୍ଟ ଆଜି ଫ୍ରାନ୍ସର ମେରିଗନାକରୁ ବାହାରିଛି। ମେରିଗନାକ୍ରେ ଫ୍ରାନ୍ସ ଅଧିକାରୀଙ୍କ ସହ ବାୟୁ ସେନା ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା ପରେ ଏହି ୧୦ ଜଣ ପାଇଲଟ୍ ରାଫେଲ୍କୁ ନେଇ ଭାରତ ଆସୁଛନ୍ତି। ଜୁଲାଇ ୨୯ରେ ଏହା ଅମ୍ବାଲାରେ ଏୟାରଫୋର୍ସରେ ସାମିଲ ହେବ ରାଫେଲ । ସୀମାନ୍ତରେ ଚୀନ-ପାକିସ୍ତାନ […]
ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍। ହେଲେ ରିୟଲ୍ ଲାଇଫ୍ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍। ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା। ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଓ ଚନ୍ଦନା […]