ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ ସଂଖ୍ୟାରେ ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ପାକିସ୍ତାନ ପକ୍ଷରୁ ଲଦାଖ ସୀମାକୁ ଲାଗିଥିବା ସକାରଦୁ ଏୟାର ବେସ୍ରେ ନିୟୋଜିତ କରାଯାଇଛି। ଏହି ଖବର ମିଳିବା ପରେ […]
ବେଞ୍ଜିଂ:ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଛେ। ଅନେକ ଫିଲ୍ମ ଦେଖିଛେ। ହେଲେ ଏ କାହାଣୀ ହେଉଛି ଜଣେ ନିଚ୍ଛକ ପ୍ରେମିକଙ୍କର। ଅନ୍ୟମାନଙ୍କ ପରି ଏହି ପ୍ରେମିକ ଜଣକ ବି ନିଜ ପ୍ରେମକୁ ନେଇ ସ୍ୱପ୍ନ ଦେଖନ୍ତି। ତେବେ ତଫାତ୍ ଏତିକି ଯେ, ସେ ସ୍ୱପ୍ନକୁ ଏମିତି ଭାବେ ବାସ୍ତବରେ ପରିଣତ କରନ୍ତି, ଶୁଣିବା ଲୋକଙ୍କୁ ସ୍ୱପ୍ନ ପରିଲାଗେ। ଏ କାହାଣୀ ହେଉଛି ଲିଉ ଗୁଓ ଜିୟାଦ୍ଙ୍କର। ବିହାରର ଦଶରଥ ମାଝିଙ୍କ କଥା ଆମେ ସମସ୍ତେ ଜାଣିଥିବା ନିଶ୍ଚୟ। […]
ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଦେଶର ୧୩୪ ବର୍ଷ ପୁରୁଣା କଂଗ୍ରେସ ଦଳର ସଭାପତି ହୋଇଛନ୍ତି ୭୨ ବର୍ଷୀୟ ସୋନିଆ ଗାନ୍ଧି। ୨୦ ମାସ ପୂର୍ବରୁ ସୋନିଆ ଗାନ୍ଧି ଦଳର ଦାୟିତ୍ୱ ରାହୁଲଙ୍କୁ ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଦଳ ପୁଣି ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଏକ ଗୁରୁ ଦାୟିତ୍ୱ ଦେଇଛି। ଏହି ପଦବୀ ତାଙ୍କ ପାଇଁ ନୁଆ ନୁହେଁ, କିନ୍ତୁ କାହିଁକି ପୁଣି ଥରେ ତାଙ୍କୁ ଦଳ ଏହି ଦାୟିତ୍ୱ […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଜି କଡ଼ା ସୁରକ୍ଷା ଭିତରେ ନିରାଡମ୍ୱର ଭାବରେ ଇଦ୍-ଉଲ୍-ଜୁହା ବା ବକ୍ରୀ ଇଦ ପାଳିତ ହେଉଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଇଦ୍ ଅବସରରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ହିଂସା ହେବାର ସୂଚନା ମିଳିବା ପରେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ମୁସଲମାନ୍ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ନିକଟବର୍ତ୍ତୀ […]
ଜମ୍ମୁ-କାଶ୍ମୀର: ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ ଅର୍ଥାତ ଗତ ସପ୍ତାହରୁ ହରି ନିବାସ ମହଲରେ ବନ୍ଦୀ ଜୀବନ ବିତାଉଛନ୍ତି ପିଡିପି ନେତା ମେହବୁବା ମୁଫ୍ତି ଓ ଓ ନାଶନାଲ୍ କନ୍ଫ୍ରେନ୍ସ ନେତା ଉମର ଅବଦୁଲ୍ଲା। ଉମର-ମୁଫ୍ତିଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଏକଥା ସମସ୍ତେ ଜାଣନ୍ତି। ହେଲେ ଏବେ ଉଭୟଙ୍କର ମନ ଏକ ହୋଇ ଯାଇଛି ବୋଲି ସମସ୍ତେ ଭାବୁଥିଲେ । କାରଣ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଘଟଣାକୁ ଦୁହେଁ ମିଳିତି […]
ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ଅଛନ୍ତି। ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍ ଖାନ୍ ସରକାର ଶେଷ ଏବଂ ବଡ ଆଶା ରଖିଥିଲେ। ହେଲେ ଚାଇନା ପରମ ବନ୍ଧୁ ପାକିସ୍ତାନକୁ ହତାଶ କରିଦେଇଛି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା କୌଣସି ପ୍ରକାରର ମୁଣ୍ଡ ପୂରାଇବ ନାହିଁ ବୋଲି ପରୋକ୍ଷରେ ପାକିସ୍ତାନକୁ ସୂଚାଇ ଦେଇଛି। ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ […]
ଶ୍ରୀନଗର: ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଆଜି ପ୍ରଥମ ଶୁକ୍ରବାରରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆଜି ମୁସଲିମ ଧର୍ମାବଲମ୍ବୀଙ୍କ ଶୁକ୍ରବାର ପ୍ରାର୍ଥନା ପାଇଁ ପ୍ରଶାସନ ପକ୍ଷରୁ ଅଘୋଷିତ କର୍ଫ୍ୟୁ ଓ ୧୪୪ ଧାରା କଟକଣା କୋହଳ କରାଯାଇଥିଲା। ଶ୍ରୀନଗର, ଜମ୍ମୁ, କଠୁଆ, ସାମ୍ବା ଭଳି ଅଞ୍ଚଳରେ ଲୋକମାନେ ବିଭିନ୍ନ ମସଜିଦ୍କୁ ଯାଇ ସମୂହ ନମାଜ ପାଠ କରିଛନ୍ତି। ତେବେ ଜମ୍ମୁ-କଶ୍ମୀରର ସବୁଠାରୁ ବଡ଼ ଜମା ମସଜିଦ୍ରେ ଆଜି ପ୍ରଶାସନ […]
ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏବେ ନୂଆଦିଲ୍ଲୀ ଉପରେ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି। ପାକିସ୍ତାନ ଏକାକୀ ଭାରତର କିଛି କ୍ଷତି କରିପାରିବ ନାହିଁ ବୋଲି ଇମ୍ରାନ୍ ଖାନ୍ ସରକାର ଭଲ ଭାବେ ଜାଣିଛନ୍ତି। ତେଣୁ ଚାଇନା କାନ୍ଧରେ ବନ୍ଧୁକ ଥୋଇ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଗୁଳି ଚଳାଇବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ସାହାଯ୍ୟ କରିବାକୁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଚାଇନାର […]