• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

chidambarm
କନ୍ନାଡୁକଥନରୁ ସଂସଦ ଭବନ-ଚିଦାମ୍ବରମ୍‌ଙ୍କ ଯାତ୍ରା

ଭୁବନେଶ୍ୱର : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ୱରମଙ୍କୁ ଗିରଫ କରିଛି। ତାଙ୍କ ପୂରା ନାମ ପଲ୍ଲାନୀଅପ୍ପନ ଚିଦାମ୍ୱରମ୍। ୧୬ ସେପ୍ଟେମ୍ୱର ୧୯୪୫ରେ ତାମିଲନାଡୁର ଏକ ଛୋଟିଆ ଗାଁ କନ୍ନାଡୁକଥନରେ ସେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସର ଜଣେ ଦକ୍ଷ ନେତା ହେବା ସାଙ୍ଗକୁ ଦଳର କୋର ଗ୍ରୁପର ସଦସ୍ୟ ଅଛନ୍ତି। ତାମିଲନାଡୁର ଏହି କଂଗ୍ରେସ ନେତା ଏବେ ରାଜ୍ୟସଭା ସାଂସଦ ରହିଛନ୍ତି। ୨୦୦୪ ଓ ୨୦୦୯ର […]

  • Saturday, 10 July 2021
ତଂଦନ
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କୁ ତୋପ ସଲାମି ବେଳେ ଫୁଟିଲାନି ଗୋଟିଏ ବି ଗୁଳି

ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର ପୁଲିସ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା କିନ୍ତୁ ସଲାମି ବେଳେ ୨୧ଟି ରାଇଫଲରୁ ଗୋଟିଏ ବି ବନ୍ଧୁକରୁ ଗୁଳି ବାହାରି ନଥିଲା। ଏହି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ଥିଲେ। ଶେଷକୃତ୍ୟରେ ଉପସ୍ଥିତ […]

  • Saturday, 10 July 2021
modi
ଆଜିଠୁ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ, ୨୫ରେ ଜି-୭ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ, ୟୁଏଇ, ବାହରିନ ଗସ୍ତରେ ଯିବେ। ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଏହି ତିନୋଟି ଦେଶ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରିଥିଲେ। ଏହି ଗସ୍ତ ଅବସରରେ ଭାରତ ଅନେକ ପ୍ରସଙ୍ଗରେ ତିନି ଦେଶ ସହ ଦ୍ୱିପାକ୍ଷିକ ଚୁକ୍ତି କରିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଫ୍ରାନ୍ସରେ ଓହ୍ଲାଇବେ। ଫ୍ରାନ୍ସରେ ତାଙ୍କର ଦୁଇ ଦିନ କାର୍ଯ୍ୟଦିବସ ରହିଛି। ଏହି ସମୟରେ ଫ୍ରାନ୍ସ […]

  • Saturday, 10 July 2021
rafel
ରାଫେଲ୍ ବିମାନ ଆଣିବା ପାଇଁ ଫ୍ରାନ୍ସ ଯିବେ ରାଜନାଥ ସିଂ ଓ ବିଏସ ଧନୋଆ

ନୂଆଦିଲ୍ଲୀ: ସେପ୍ଚେମ୍ବର ୨୦ରେ ଫ୍ରାନ୍ସ ଭାରତକୁ ଚୁକ୍ତି ଅନୁଯାୟୀ ରାଫେଲ୍ ବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ବିଏସ ଧନୋଆ ଫ୍ରାନ୍ସ ଗସ୍ତରେ ଯିବେ। ଗତକାଲି ସରକାରଙ୍କ ତରଫରୁ ଏହି ସୂଚନା ମିଳିଛି। ସେପ୍ଟେମ୍ୱର ୨୦ରେ ପ୍ରତିରକ୍ଷା ମନ୍ତ୍ରୀ ଓ ବାୟୁସେନା ମୁଖ୍ୟଙ୍କୁ ବିମାନ ହସ୍ତାନ୍ତର କରିବେ ଡାସଲ୍ଟ ଏଭିଏସନ କମ୍ପାନୀର କର୍ତ୍ତୃପକ୍ଷ। ଫ୍ରାନ୍ସର ଡାସଲ୍ଟ ଏଭିଏସନ କମ୍ପାନୀ ଏହି ରାଫେଲ ବିମାନ ତିଆରି […]

  • Saturday, 10 July 2021
1
ଗିରଫର ପ୍ରଥମ ରାତି ଚିଦାମ୍ବରମ ଯେଉଁ କୋଠାରେ ରହିଲେ, ତାହାକୁ ଦିନେ ସେ ଉଦ୍‌ଘାଟନ କରିଥିଲେ

ନୂଆଦିଲ୍ଲୀ: ସମୟ ଚକ୍ରରେ ଫସିଯାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଗତକାଲି ନାଟକୀୟ ଢ଼ଙ୍ଗରେ ସିବିଆଇ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିଥିଲା। ସିବିଆଇ କାର୍ଯ୍ୟାଳୟରେ ତାଙ୍କ ରାତି କଟିଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ସିବିଆଇ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୧ରେ ଦିଲ୍ଲୀରେ ଥିବା ଲୋଧିରୋଡର ପ୍ଲଟ ନମ୍ୱର ୫-ବି, ଷଷ୍ଠ ମହଲା, ସିଜିଓ କମ୍ପଲେକ୍ସରେ ଥିବା ସିବିଆଇ କୋଠାର ଉଦ୍‌ଘାଟନ ପି. ଚିଦାମ୍ୱରମ ନିଜେ କରିଥିଲେ । […]

  • Saturday, 10 July 2021
tapasi
ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟ୍ରିସ ତାପସୀ ପନ୍ନୁ ନିକଟରେ ତାଙ୍କର ଏକ ଫଟୋ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସୋଶାଲ ମିଡିଆରେ ତାଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହୋଇଛନ୍ତି। ଏକ ଦୌଡ଼ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଏହି ଫଟୋଟି ଉଠାଯାଇଥିଲା। ତେବେ ଏହି ଫଟୋ ଏତିକି ପ୍ରମାଣିତ କରୁଛି ଯେ, ତାପସୀ ପିଲାଦିନରୁ ଖେଳ ଏବଂ ଫିଟ୍‌ନେସ ପ୍ରତି ସଚେତନ। ପ୍ରକୃତରେ ପିଲାଦିନର ଏଇ ଫଟୋରେ ତାପସୀ ଖୁବ୍ କ୍ୟୁଟ୍‌ ଲାଗୁଛନ୍ତି। […]

  • Saturday, 10 July 2021
abhi
ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପିଓକେରୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ଯବାନ ସୁବେଦାର ଅହମ୍ମଦ ଖାନ୍‌ ନିହତ ହୋଇଛନ୍ତି। ପାକିସ୍ତାନ ସୀମାରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ସହଯୋଗ କରୁଥିବା ବେଳେ ସୁବେଦାର ଅହମ୍ମଦ ଖାନ୍‌ ଭାରତୀୟ ସେନା ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୧୭ରେ ସୁବେଦାର ଅହମ୍ମଦ ଖାନ୍‌ ଏଲଓସିର ନକିଆଲ ସେକ୍ଟର ଠାରେ ପାକିସ୍ତାନୀ ଆତଙ୍କୀମାନଙ୍କୁ ଭାରତରେ ପ୍ରବେଶ ପାଇଁ ସହଯୋଗ କରୁଥିଲା। ଏହା ଜାଣିବା […]

  • Saturday, 10 July 2021
chidu
ରାସ୍ତା ମଝିରେ ଡ୍ରାଇଭର ଓ ସହାୟକଙ୍କୁ ଗାଡ଼ିରୁ ଓହ୍ଲାଇ ପଳାଇଗଲେ ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ। ଏହାରି ଭତିରେ ଏକ ବଡ଼ ଖବର ଆସିଛି। ପି ଚିଦାମ୍ୱରମ ତାଙ୍କ କାରରେ ଯାଉଥିବା ବେଳେ ରାସ୍ତା ମଝିରେ ଡ୍ରାଇଭର ଏବଂ ସହାୟକଙ୍କୁ ଓହ୍ଲାଇ ଦେଇ କୁଆଡେ ପଳାଇଛନ୍ତି। ଏହାପରେ ସେ ବ୍ୟବହାର କରୁଥିବା ତାଙ୍କ ମୋବାଇଲ ମଧ୍ୟ ସେ ବନ୍ଦ କରିଦେଇଥିବା ସୂଚନା ରହିଛି। ଯାହାକି ଏଯାବତ ବନ୍ଦ ରହିଛି। ମଙ୍ଗଳବାର ପାଖରୁ ଏଯାଏ ଚିଦାମ୍ୱରମଙ୍କ ଘର ସମେତ ବିଭିନ୍ନ ସ୍ଥାନରେ […]

  • Saturday, 10 July 2021
chidambaram-amit-shah
ଏମିତି ବଦଳି ଯାଏ ସମୟ: ସେଦିନ ଅମିତ ଶାହ ଗିରଫ ବେଳେ ଗୃହମନ୍ତ୍ରୀ ଥିଲେ ଚିଦାମ୍ବରମ ଆଉ ଆଜି...

ନୂଆଦିଲ୍ଲୀ:ରାଜନୀତିରେ ‘ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ…..‘ ହଁ, ରାଜେନ୍ଦ୍ରାସନରେ ବସିଥିବା ନେତାଙ୍କର ସ୍ଥିତି କେଉଁଠି ହେବ କହି ନ ହେଲେ ବି ଜେଲର ଚାରିକାନ୍ଥ ଭିତରେ ବି ହୋଇପାରେ ! ଯାହା ଦେଖାଦେଇଛି ପୂର୍ବତନ ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କ ପାଖରେ। କାଲିଥିଲେ ଗୃହମନ୍ତ୍ର ଆଉ ଆଜି ଜେଲ ଭୟରେ ନିଖୋଜ…। ରାଜୀନତିରେ ଘଡିଘଡିକେ ଦୃଶ୍ୟପଟ ବଦଳିବା ଅତି ସାଧାରଣ। କାରଣ ଏକଥା ବି ଦେଖିବାକୁ ମିଳିଛି..କାଲି ଯେ ଜେଲ୍‌ରେ ଥିଲେ ଆଜି ସେ ରାଜେନ୍ଦ୍ରାସନେ..। ହଁ, ଆମେ […]

  • Saturday, 10 July 2021
cook
ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ...

ନୂଆଦିଲ୍ଲୀ:ଅଗଷ୍ଟ ୧୯ ଅର୍ଥାତ ଗତକାଲି ଥିଲା ବିଶ୍ୱ ଫଟୋଗ୍ରାଫି ଦିବସ। ଏହି ଅବସରରେ ଆପଲ୍‌ କମ୍ପାନୀ ସିଇଓ ଟିମ୍‌ କୁକ୍‌ ତାଙ୍କ ଟ୍ୱିଟରରେ ୫ଟି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏଇ ସମସ୍ତ ଫଟୋ ଆଇଫୋନରେ ଉଠାଯାଇଛି। ସବୁଠାରୁ ଖୁସି କଥା ହେଲା ଏହି ୫ଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ଭାରତୀୟ ଫଟୋଗ୍ରାଫରଙ୍କର। ଭାରତୀୟ ଫଟୋଗ୍ରାଫର ବରୁଣ ଆଦିତ୍ୟଙ୍କ ଏହି ଫଟୋ କୁକ୍‌ ତାଙ୍କ ଟ୍ୱିଟରରେ ଶେୟାର କରି ତଳେ ଲେଖଛନ୍ତି ‘ କେନ୍ୟାର ଏମ୍ବୋସେଲିରେ ହାତୀଙ୍କ […]

  • Saturday, 10 July 2021
sachiba
କାଶ୍ମୀର ପ୍ରସଙ୍ଗ ଧରି ପାକିସ୍ତାନ ଯୁଆଡେ ଗଲେ ବି ଆମେ ଉଚିତ ଜବାବ ଦେବୁ-ଆକବରୁଦ୍ଦିନ

ନୂଆଦିଲ୍ଲୀ: ଜାତିସଂଘ ଓ ଅନ୍ୟାନ୍ୟ ଦେଶ ପାଖରୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ନିରାଶ ହେବା ପରେ ଏବେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ଦ୍ୱାରସ୍ଥ ହେବ। ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଏହି ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ସେ କହିଛନ୍ତି ପାକିସ୍ତାନ ଏହି ପ୍ରସଙ୍ଗ ଯେଉଁଠି ଉଠାଉନା କାହିଁକି ଭାରତ ସଠିକ୍ ଜବାବ ଦେବ। ଭାରତୀୟ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ କହିଛନ୍ତି […]

  • Saturday, 10 July 2021
124
ବାରମୁଲାରେ ଗୁଳି ବିନିମୟ: ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରମୁଲାରେ ସୁରକ୍ଷାବଳୟ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟଜଣେ ଏସପିଓ ସହିଦ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାର ୧୬ ଘଣ୍ଟା ପରେ ବାରମୁଳାରେ ଆତଙ୍କବାଦୀଙ୍କୁ ଘେରି ଯାଇ ସର୍ଚ୍ଚ ଅପରେଶନ କରିଥିଲେ ଯବାନ। ଉଭୟଙ୍କ ମଧ୍ୟରେ କିଛି ଘଣ୍ଟା ଗୁଳି ବିନିମୟ ଚାଲିବା ପରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହାପରେ ମୃତ ଆତଙ୍କବାଦୀର […]

  • Saturday, 10 July 2021
india-england
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ହୋଇଥିବା ହିଂସା ଏବଂ ଆତଙ୍କବାଦ ପ୍ରସଙ୍ଗରେ ବୋରିସଙ୍କ ସହ କଥା ହୋଇଥିଲେ ମୋଦି। ସ୍ୱାଧୀନତା ଦିବସ ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଆଗରେ ପାକିସ୍ତାନ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା ସହ […]

  • Saturday, 10 July 2021
sona-1
ଏଠି ଏମିତି ପାଳନ କରାଯାଏ ‘ଲେଜିନେସ୍‌ ଡେ’

କଲମ୍ବିଆ: ଅନେକ ଦିବସ ଆମେ ପାଳନ କରୁଛେ। ଯେମିତି ଫାଦର୍ସ ଡ…ମଦର୍ସ ଡେ…ଭାଲେଣ୍ଟାଇନ ଡେ…। ହେଲେ ଲେଜିନେସ୍‌ ଡେ’ ପାଳିବା କଥା କେବେ ଶୁଣିଛନ୍ତି କି ? ହଁ, ଲେଜିନେସ୍‌ ଡେ’  ପାଳନ କରାଯାଏ କଲମ୍ବିଆରେ। ତାହା ପୁଣି ଖୁବ୍ ଧୁମ୍‌ଧାମ୍‌ରେ। ସବୁଦିନ ଗୋଟିଏ ଧାରାରେ କଟୁଛି। କାମ…କାମ… ଆଉ କାମ…। ଲୋକଙ୍କୁ ଏଇ ଧାରାବାହିକ ଜୀବନରୁ ମୁକ୍ତି ଦେବା ଏବଂ ଗୋଟିଏ ଦିନ ଆରାମ୍‌ରେ ଶୋଇବାର ସୁଯୋଗ ଦେବା ହିଁ ଏହି ଦିବସର ଉଦ୍ଦେଶ୍ୟ। ବିଶେଷ […]

  • Saturday, 10 July 2021
image
ବଗିକୁ ଛାଡ଼ି ୧୦ କିମି ପଳାଇଲା ଇଞ୍ଜିନ୍‌

ବିଶାଖାପଟନମ୍‌: ବଗିକୁ ଅଧା ରାସ୍ତାରେ ଛାଡ଼ି ଇଞ୍ଜିନ ୧୦ କିମି ଆଗକୁ ଚାଲିଯିବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲେ ହେଁ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ ନର୍ସିପାଟନମ ଓ ଟୁନି ରେଳ ଷ୍ଟେସନ ମଧ୍ୟରେ ଯାତାୟାତ କରୁଥିବା ବେଳେ ହଠାତ୍‌ ଇଞ୍ଜିନ ସହ ଲାଗିଥିବା ବଗି ଗୁଡ଼ିକ ଅଲଗା ହୋଇଯାଇଥିଲେ। କିଛି ସମୟ ପାଇଁ […]

  • Saturday, 10 July 2021
terror
ଭାରତରେ ପ୍ରବେଶ କରିଛନ୍ତି ୪ ଆତଙ୍କବାଦୀ ଓ ଆଇଏଏସ୍‌ ଏଜେଣ୍ଟ, ସାରା ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟକୁ ଭେଦ କରି ୩ ଜଣ ଆତଙ୍କବାଦୀ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ଏଜେଣ୍ଟ ଗୁଜରାଟ ସୀମା ଦେଇ ଭାରତ ମଧ୍ୟକୁ ପଶି ଆସିଥିବା ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ରାଜସ୍ଥାନ ଓ ଗୁଜରାଟ ସମେତ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ରାଜସ୍ଥାନର ସିରୋହି ଏସ୍‌ପି କଲ୍ୟାଣମଲ ମୀନା ଏହି ଆତଙ୍କୀ ଆଲର୍ଟ ସମ୍ପର୍କରେ ଜିଲ୍ଲାର ସମସ୍ତ ପୁଲିସ୍‌ ଷ୍ଟେସନକୁ ଚିଠି ଲେଖି ଅବଗତ […]

  • Saturday, 10 July 2021
modi
ଅକ୍ଷୟଙ୍କ ସହ ମୋଦିଙ୍କ ମନ ଖୋଲା କଥା

ନୂଆଦିଲ୍ଲୀ: ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଅକ୍ଷୟଙ୍କ ସହ ଏକ ଅଣରାଜନୈତିକ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅନେକ ଅନୁଭୂତି ଏବଂ ତଥ୍ୟ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ କ’ଣ ହୋଇଥାନ୍ତେ, କାହା ସହ ତାଙ୍କର ବନ୍ଧୁତା ରହିଛି ଭଳି ନିଜ ବ୍ୟକ୍ତିଗତ ଜୀବନଶୈଳୀର ଅନେକ ରୋଚକପୂର୍ଣ୍ଣ କଥା କହିଛନ୍ତି ମୋଦି।

  • Saturday, 10 July 2021