ପାଟନା: ବାପା, ମା’ଙ୍କୁ ହତାଦର କଲେ ମିଳିବ ଦଣ୍ଡ। ଏପରିକି ଜେଲ୍ ମଧ୍ୟ ହୋଇପାରେ। ଏଭଳି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ବିହାର ସରକାର। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ଏ ସଂପର୍କିତ ଏକ ପ୍ରସ୍ତାବ ପାରିତ ହୋଇଛି। ବୃଦ୍ଧ ବାପା, ମା’ଙ୍କ ଠିକ୍ ଭାବେ ଯତ୍ନ ନ ନେଲେ, ଅବହେଳା କଲେ ତଥା ଠିକ୍ ଭାବେ ଭରଣ ପୋଷଣ ନ କଲେ ସନ୍ତାନଙ୍କୁ ଜେଲ୍ ଦଣ୍ଡ ଦିଆଯିବ ବୋଲି ଏଥିରେ ପ୍ରସ୍ତାବ ରହିଛି। […]
ଇସଲାମାବାଦ: ଋଣରେ ବୁଡ଼ିଛି ପାକିସ୍ତାନ। ଦେଶ ଚଳାଇବା ପାଇଁ ନାହିଁ ଆବଶ୍ୟକ ଟଙ୍କା। ଗତକାଲି ପାକିସ୍ତାନ ସରକାର ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା ଜଣାପଡ଼ିଛି। ବଜେଟ ଉପସ୍ଥାପନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି, ଦେଶ ଚଳାଇବା ପାଇଁ ଆବଶ୍ୟକ ଟଙ୍କା ନାହିଁ। ଯାହି ବି ଟିକସ ସଂଗ୍ରହ ହେଉଛି, ସେଥିରୁ ଅଧା କରଜ ସୁଝିବାରେ ଯାଉଛି। ତେଣୁ ସମସ୍ତେ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ବିମାନ ଏନ୍-୩୨ ଆଠ ଦିନ ପରେ ଠାବ ହୋଇଛି। ଠାବ ପରେ ବିମାନର ଭଗ୍ନାବଶେଷର ପ୍ରାୟ ନିକଟରେ ବାୟୁସେନା ଓ ସ୍ଥଳସେନାର ହେଲିକପ୍ଟର ପହଞ୍ଚିଛି। ଆଜି ଭୋରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଥଇଲା। ଯାହାର ପ୍ରାଥମିକ ଚିତ୍ର ଜାରି ହୋଇଛି। ପାଖାପାଖି ୧୨ […]
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଗୁଜରାଟରୁ ୪୨୦ କି.ମି. ଦୂରରେ ଅଛି। ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ବାୟୁ’ ଜୁନ୍ ୧୩ ତାରିଖ ସକାଳେ ପୋରବନ୍ଦର ଏବଂ ମହୁୱା ମଝିରେ କୌଣସି […]
ଲଣ୍ଡନ: ଏବେ ବିଶ୍ୱକପ୍ ପାଇଁ ଚର୍ଚ୍ଚାରେ ଥିବା ଲଣ୍ଡନରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ‘ଝାଲମୁଢ଼ି’। ତା’ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ ଷ୍ଟାଡିଅମ୍ ବାହାରେ। ପସରାର ଶୈଳୀ ସମ୍ପୂର୍ଣ୍ଣ ଭାରତୀୟ। ବିଭିନ୍ନ ଡବାରେ ଭଳିକି ଭଳି ମୁଡ଼ୁମୁଡ଼ିଆ ଖାଦ୍ୟ ଦ୍ରବ୍ୟ। ଆଉ ଏସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି। ଯେମିତି ଆପଣ ଆପଣଙ୍କ ସାହିରେ ବା ଛକରେ ବିକ୍ରିହୁଏ ଠିକ୍ ସେମିତି, କିନ୍ତୁ ଫରକ ହେଉଛି ଏ ବ୍ୟକ୍ତି […]
କାଠମାଣ୍ଡୁ/ଭୁବନେଶ୍ୱର: ନେପାଳରେ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳର ରାଜଧାନୀ କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ଦୁର୍ଘଟଣାରେ ଏହି ୨ ଓଡ଼ିଆ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଓ ଅରଗୁଳ ଯମୁନା ଗାଁର ବିଜୟ କୁମାର ଜେନା। ଦୁର୍ଘଟଣାରେ ଅନ୍ୟ ୩ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା। ସେମାନଙ୍କୁ ବିରଜଙ୍ଗ ହସ୍ପିଟାଲରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ନେଇ ୫ ହଜାର କୋଟି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏହାସହ ବାତ୍ୟା ବିପନ୍ନଙ୍କ ପାଇଁ ୫ ଲକ୍ଷ ପକ୍କା ଘର ପ୍ରଦାନ […]
ଗୁରୁଗ୍ରାମ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଅସୁସ୍ଥ। ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି। ରବିବାର ଦିନ ମୁଲାୟମ ପ୍ରଥମେ ଦୁର୍ବଳ ଅନୁଭବ କରିବାରୁ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରି ବ୍ଲଡ୍ ସୁଗାର ଓ ରକ୍ତଚାପ ଅଧିକ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସୋମବାର ସକାଳେ ମୁଲାୟମ ସିଂ ଯାଦବ ଡାକ୍ତରଖାନାରୁ ଡିସଚାର୍ଜ […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ସହ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ […]