• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

65458
ବାଘ ଲଗାଇଲା ସୁନା ଦାନ୍ତ

ବର୍ଲିନ: ବାଘର ସୁନା ଦାନ୍ତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ କଥାଟା ବିଲକୁଲ୍ ସତ।  ଜର୍ମାନୀର ମେସବାଈଲର୍ ସହରରେ ଥିବା ଏକ ଚିଡ଼ିଆଖାନାରେ ଥିବା ରୟାଲ୍ ବେଙ୍ଗଲ ଟାଇଗର୍‌ କାରା ଲଗାଇଛି ସୁନା । କାରାର ଦାନ୍ତ କୌଣସି କାରଣରୁ ଭାଙ୍ଗି ଯାଇଥିଲା।  ସାମ୍ନା ଦାନ୍ତଟି ଭାଙ୍ଗିଯିବାରୁ ଶିକାର ଓ ଖାଇବାରେ କାରା ବେଶ ଅସୁବିଧା ଭୋଗୁଥିଲା। ତେବେ ଡେନ୍‌ମାର୍କର ଏକ ଡାକ୍ତରୀ ଟିମ୍ ବାଘର ଅପରେସନ୍ କରିବା ସହ ସୁନାର ଦାନ୍ତ ଲଗାଇଥିଲେ। […]

  • Saturday, 10 July 2021
234
ଦାନ୍ତୁରୀ କହି ତିନି ତଲାକ ଦେଲେ ସ୍ୱାମୀ

ହାଇଦ୍ରାବାଦ: ତିନି ତଲାକ ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାପରେ ପତ୍ନୀ ଅସୁନ୍ଦର ବୋଲି  ସ୍ୱାମୀ  ତିନି ତଲାକ ଦେଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ହାଇଦ୍ରାବାଦରେ। ଗତକାଲି (ଅକ୍ଚୋବର ୩୧)ରେ ରୁକସାନା ନାମ୍ନୀ ଜଣେ ମହିଳାଙ୍କ ଏତଲା ଗ୍ରହଣ କରି ପୁଲିସ ତାଙ୍କ ସ୍ୱାମୀ ମୁସ୍ତଫାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରୁକସାନା ବେଗମ କହିବା ଅନଯାୟୀ, ମୁସ୍ତଫାଙ୍କ ସହ ତାଙ୍କର ବିବାହ ଚଳିତବର୍ଷ ଜୁନ୍ ୨୭ରେ ହୋଇଥିଲା। ବାହାଘର ବେଳେ […]

  • Saturday, 10 July 2021
J&K
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇ ଆଲର୍ଟ ଜାରି

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରାଜଧାନୀ ଶ୍ରୀନଗର ଏବଂ ଅବନ୍ତିପୋରାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏହି ସ୍ଥାନରେ ଥିବା ସେନାର ଏୟାର ବେସ୍ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ମାନେ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ପାଇଛି। ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପାଇବା ପରେ ଶ୍ରୀନଗର ଓ ଅବନ୍ତିପୋରାକୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏୟାର ବେସରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି।

  • Saturday, 10 July 2021
6576547
ଜାତୀୟ ସଙ୍ଗୀତ ଗାନ ବେଳେ ବସି ରହିଲେ ଜର୍ମାନୀ ଚାନ୍‌ସେଲର

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ। ତାଙ୍କ ଉଦ୍ଦେଶ୍ୟରେ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ସ୍ୱାଗତ ସମାରୋହ। ଏହି ଅବସରରେ ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଜାତୀୟ ସଙ୍ଗୀତ ଗାନ ବେଳେ ନିୟମ ଅନୁଯାୟୀ ସମସ୍ତେ ଠିଆ ହେବା କଥା। ହେଲେ ଏହି ସମୟରେ ଜର୍ମାନୀର ଚାନସେଲର ଏଞ୍ଜେଲା ଚେୟାରରେ ବସି ରହିଥିଲେ। କୁହାଯାଉଛି, ଏଥିପାଇଁ  କୁଆଡେ ମୋର୍କେଲ ଭାରତ ସରକାରଙ୍କ ପାଖରୁ ଅନୁମତି ନେଇଥିଲେ । […]

  • Saturday, 10 July 2021
25677
ସରକାର ଗଢିବୁ, ମୁଖ୍ୟମନ୍ତ୍ରୀ ପଦ ନେବୁ-ଶିବସେନା

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତି ଅଡ଼ୁଆ ଦିନକୁ ଦିନ ବିଗିଡ଼ି ଯାଉଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ଭିତରେ ଛିଣ୍ଡୁନି ଅଙ୍କକଷା। ଶେଷରେ ସହଯୋଗୀ ବିଜେପିକୁ ଛାଡ଼ି ଅନ୍ୟ ଦଳକୁ ନେଇ ଶିବସେନା ସରକାର ଗଢ଼ିବା ପାଇଁ ଚେଷ୍ଟା କରୁଥିବା ଜାଣିବାକୁ ମିଳିଛି।  ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଆଜି ଦେଇଥିବା ମନ୍ତବ୍ୟରୁ ଏହି ଆଭାସ ମିଳିଛି। ସଞ୍ଜୟ ରାଉତ କହିଛନ୍ତି, ‘ଯଦି ଶିବସେନା ଚାହିଁଲେ ନିଜେ ସରକାର ଗଢ଼ିପାରିବ। ସ୍ଥାୟୀ ସରକାର ଦେବା […]

  • Saturday, 10 July 2021
123456
ଏମିତି ବାଇକ୍‌କୁ କରିଦେଲେ କାର..

ଲୁଧିଆନା: ବାଇକ୍‌ ଚଲାଉଥିବା ଲୋକଟି ମନରେ ସ୍ୱପ୍ନ ଥାଏ କାର ବା ଜିପ୍‌ଟିଏ ଚଲାଇବାକୁ ମିଳନ୍ତା କି ! ହେଲେ କେତେଜଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ ? କାରଣ ବାଇକ୍‌ ପଇସାରେ ତ କାର୍‌ଟିଏ କିଣି ହେବନି ନା ? ହେଲେ ପଞ୍ଜାବର ଏହି ଯୁବକଙ୍କୁ ଦେଖନ୍ତୁ। ତାଙ୍କର କାର ଚଳାଇବା ଇଚ୍ଛାକୁ ରୋକି ପାରିନି ଅର୍ଥ। ନିଜ ବୁଦ୍ଧି ଖଟାଇ ସେ ନିଜ ବାଇକକୁ କରି ଦେଇଛନ୍ତି କାର୍‌। ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି […]

  • Saturday, 10 July 2021
98765432
ଓଡ଼ିଆ ପୁଅ ଗିରୀଶ ହେଲେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଥିଲେ। ୧୯୮୫ ମସିହାରେ ଗୁଜରାଟ କ୍ୟାଡରର ଆଇଏଏସ ହେଉଛନ୍ତି ଗିରୀଶ। #WATCH Srinagar: Girish Chandra Murmu takes oath […]

  • Saturday, 10 July 2021
dogi
ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

ୱାଶିଂଟନ:ଆମେରିକାର ନୂଆ ହିରୋ ଯାହାକୁ ନେଇ ଏବେ ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପଡ଼ି ଡୋନାଲ୍ଡ ଟ୍ରମ୍ପ୍‌। ସେ ହେଉଛି ଆମେରିକା ଡଗ୍ ସ୍କ୍ୱାଡର ଲଢ଼ୁଆ କୁକୁର। ତାକୁ ମେଡାଲ୍ ପିନ୍ଧାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଡଗ୍ ସ୍କ୍ୱାଡର ଏଇ ଲଢୁଆ ଶିକାରୀ କୁକୁର ଯିଏ ବାଗଦାଦିକୁ ଚିହ୍ନଟ କରିବାରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବାଗ୍‌ଦାଦିର ଠିକଣା ସମେତ ସ୍ପେଶାଲ୍ ଫୋର୍ସକୁ ସମସ୍ତ ଟିକ୍‌ନିକ୍‌ ଖବର ଦେବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା ଏହି […]

  • Saturday, 10 July 2021
1234567
ଟ୍ରେନ୍‌ରେ ନିଆଁ, ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ତେଜଗମ ଏକ୍ସପ୍ରେସରେ ଆଜି ସକାଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଛି। ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। Fire erupted in taiz gaam Express train heading to Rawalpindi from karachi caused several deaths pic.twitter.com/revxTPot5h — yasir hakeem (@mughal207) October 31, 2019  ଟ୍ରେନରେ […]

  • Saturday, 10 July 2021
Capture
କାଶ୍ମୀରରୁ ଧାରା ୩୭୦ ହଟିବା ଥିଲା ପଟେଲଙ୍କର ସ୍ୱପ୍ନ

ନୂଆଦିଲ୍ଲୀ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି ହେଉଛି ୧୪୪ତମ ଜୟନ୍ତୀ । ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ପଟେଲ। ଏହି ଅବସରରେ ପ୍ରତିବର୍ଷ ପରି ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭଡିଆ ଜିଲ୍ଲାରେ ଥିବା ପଟେଲଙ୍କ ପ୍ରତିମୂର୍ତ୍ତି ତଥା […]

  • Saturday, 10 July 2021
12111
ରାଧାକୃଷ୍ଣ ମାଥୁର ହେଲେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଆଜି ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆରେ କେ ମାଥୁର ତ୍ରିପୁରାର ୧୯୭୭ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ ଅଫିସର ଏବଂ କେନ୍ଦ୍ରରେ ରକ୍ଷା ସଚିବ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିପରି ଆଇଏଏସ ଅଧିକାରୀ ଉମଙ୍ଗ ନରୁଲା ଲଦାଖ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଏସ୍‌ଏସ୍‌ […]

  • Saturday, 10 July 2021
pakistan-fire
ଟ୍ରେନରେ ଲାଗିଗଲା ନିଆଁ: ୧୬ ମୃତ

ଇସଲାମାବାଦ: ଟ୍ରେନରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ୧୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ତେଜଗମ ଏକ୍ସପ୍ରେସ ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। #UPDATE Death toll rises to 16, in incident where fire broke out in Karachi-Rawalpindi Tezgam express train today. https://t.co/Aol4tibo7n — ANI (@ANI) October 31, 2019 ଟ୍ରେନରେ […]

  • Saturday, 10 July 2021
bagdadi
ବାଗ୍‌ଦାଦି ଆକ୍ରମଣର ଭିଡିଓ ଜାରି କଲା ଆମେରିକା

ଓ୍ୱାଶିଂଟନ: ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦିକୁ ଆମେରିକା ସେନା ଆକ୍ରମଣ କରିବାର କିଛି ଭିଡିଓ ଜାରି କରିଛି ୟୁଏସ ସେଣ୍ଟ୍ରାଲ କମାଣ୍ଡ। ବୁଧବାର ଟୁଇଟ୍ କରି ଏହି ଭିଡିଓ ଜାରି କରିଛି ଆମେରିକା ସେନା। ଭିଡିଓରେ ସିରିଆର ଇଡଲିବରେ ଆମେରିକା ସେନାର ଡେଲ୍ଟା କମାଣ୍ଡର ବାଗଦାଦିର ଠିକଣା ସ୍ଥଳ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଆମେରିକାର ଏୟାର କ୍ରାଫ୍ଟକୁ ଦେଖି ବାଗଦାଦିର ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ୪ ଦିନ ତଳେ ଆମେରିକା ସେନା […]

  • Saturday, 10 July 2021
42424244
କୁକୁର ପାଇଁ ଏମିତି ବିପଦକୁ ବରଣ କଲେ... ଭିଡିଓ ଭାଇରାଲ

ବେଜିଂ: ପଶୁ ପ୍ରତି ମଣିଷ ହୃଦୟରେ ଏତେ ମାନବୀୟ ଭାବ ! ଦେଖିଲେ ଆପଣଙ୍କ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୀନର ଏମିତି ଏକ ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମଣିଷ ମନରେ କେତେ ପଶୁପ୍ରୀତି-ଏହା ହିଁ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ‘ପିପୁଲ୍ସ ଡେଲି ଚାଇନା’ ପକ୍ଷରୁ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଭିଡିଓକୁ ଦେଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଖୁବ୍‌ ପ୍ରଶଂସା ମିଳିଛି। #HeartwarmingMoment: 2 young Chinese save a puppy falling […]

  • Saturday, 10 July 2021
Untitled-1
କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ-ମାନିଲେ ୟୁରୋପୀୟ ସାଂସଦ

ଶ୍ରୀନଗର: ‘ଆତଙ୍କବାଦ ହେଉଛି ଘାଟିର ମୁଖ୍ୟ ସମସ୍ୟା।  ପାକିସ୍ତାନ ଏହି ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ଦେଉଛି। ଭାରତର ଏହି ଆତଙ୍କବାଦ ବିରୋଧୀ ଲଢେଇରେ ଆମେ ତା’ ସହ ଅଛୁ।’ କାଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆସିଥିବା ୟୁରୋପୀୟ ସାଂସଦମାନେ ଏମିତି କହି ପାକିସ୍ତାନକୁ ଶକ୍ତ ଚାପୁଡା ଦେଇଛନ୍ତି । ଜମ୍ମୁକାଶ୍ମୀରକୁ ନେଇ ପାକିସ୍ତାନ ଅନେକ ମିଛ କହି ଆସୁଛି। ଏପରିକି ଜାତିସଂଘରେ କାଶ୍ମୀରରେ ମାନବବାଦର ଉଲ୍ଲଂଘନ ହେଉଛି ବୋଲି ଗଳାଫଟାଇ ଚିତ୍କାର କରୁଥିଲା। ହେଲେ ୟୁରୋପୀୟ ସଂଘର […]

  • Saturday, 10 July 2021
34334
ଧାଡ଼ିରେ ଠିଆ କରି ଏମିତି ନିର୍ମମ ଭାବେ ୫ ଶ୍ରମିକଙ୍କୁ ହତ୍ୟାକଲେ ଆତଙ୍କୀ

ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥିତି ପରଖିବାକୁ ୟୁରୋପୀୟ ସାଂସଦଙ୍କ କାଶ୍ମର ଗସ୍ତ- ଏମିତି ଏକ ସମୟରେ ଆତଙ୍କବାଦୀମାନେ ଘଟାଇଛନ୍ତି ନାରକୀୟ କାଣ୍ଡ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଅଣକାଶ୍ମୀର ଶ୍ରମିକମାନଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ୫ ଜଣ ଶ୍ରମିକ ସେଇଠାରେ ଟଳି ପଡ଼ିଲେ। ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆତଙ୍କବାଦୀମାନେ ରାତିର ଅନ୍ଧାରରେ ଅତି ନିର୍ଦ୍ଦୟ […]

  • Saturday, 10 July 2021
111
ପଶ୍ଚିମବଙ୍ଗରୁ କାଶ୍ମୀର କାହିଁକି ଆସିଥିଲେ ଏହି ଶ୍ରମିକ ?

କୁଲଗାମ୍‌: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୫ ଅଣ କାଶ୍ମୀରୀ ଶ୍ରମିକ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର। ସେମାନଙ୍କ ନାମ କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜମେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ। ଜମ୍ମୁ ପୁଲିସର ସୂଚନା ଅନୁଯାୟୀ ଜମ୍ମୁର କୁଲଗାମ ଜିଲ୍ଲାର କୁତ୍ରୁସା ଗାଁରେ ପଶ୍ଚିମବଙ୍ଗରୁ ଆସିଥିବା ଏହି ଶ୍ରମିକମାନେ କାମ […]

  • Saturday, 10 July 2021
12121
ପାକ୍‌ ମନ୍ତ୍ରୀଙ୍କ ବୟାନ-ଭାରତ ସମର୍ଥନକାରୀ ଦେଶ ଉପରକୁ ମିସାଇଲ ମାଡ଼ ହେବ

ଇସ୍‌ଲାମାବାଦ୍‌: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନର କଶ୍ମୀର ଏବଂ ଗିଲଗିଟ୍‌-ବଲୋଚିସ୍ତାନ ବ୍ୟାପାର ଫେଡେରାଲ ମନ୍ତ୍ରୀ ଅଲୀ ଆମିନ୍‌ ଗନ୍ଦପୁର କହିଛନ୍ତି, କଶ୍ମୀର ବିବାଦକୁ […]

  • Saturday, 10 July 2021